/odishatv-khabar/media/post_attachments/uploadimage/library/16_9/16_9_0/sea_1625068983.jpg)
sea
କାକିନାଡ: ବାତ୍ୟା ‘ନିଭାର’ କିଛି ଲୋକଙ୍କ ପାଇଁ ଦୁଃଖ ଆଣି ଦେଇଥିବା ବେଳେ ଆଉ କିଛି ଲୋକଙ୍କ ଏହା ଭାଗ୍ୟ ଖୋଲି ଦେଇଛି। ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର କାକିନାଡ ସମୁଦ୍ରକୂଳରୁ କିଛି ଲୋକଙ୍କୁ ଛୋଟ ଛୋଟ ସୁନା ଖଣ୍ଡ ମିଳିଛି। ଏହି ଖବର ଜଣାପଡ଼ିବା ପରେ ସୁନା ପାଇବା ଆଶାରେ ସମୁଦ୍ର କୂଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ଲୋକମାନେ ପ୍ରବଳ ବର୍ଷା ଓ ଥଣ୍ଡାକୁ ଖାତିର ନକରି ସମୁଦ୍ର କୂଳରେ ପହଞ୍ଚି ସୁନା ଖଣ୍ଡ ଖୋଜିବାରେ ଲାଗି ପଡ଼ିଥିଲେ। ସମସ୍ତଙ୍କର ସେଇ ଗୋଟିଏ ଆଶା ଥିଲା ଯେ, ସେମାନଙ୍କୁ ହୁଏତ ସୁନା ଖଣ୍ଡ ମିଳିଯିବ।
ପୋଲିସ୍ ସୂଚନା ଅନୁସାରେ, ଶୁକ୍ରବାର ସକାଳେ ୪-୫ଜଣ ମତ୍ସଜୀବୀ ସମୁଦ୍ର କୂଳରେ ସୁନା ଖଣ୍ଡ ପଡ଼ିଥିବା ଦେଖିବାକୁ ପାଇଥିଲେ। କିଛି ସମୟ ଭିତରେ ଏହି ଖବର ଚାରିଆଡ଼େଏମିତି ଖେଳି ଯାଇଥିଲା ଯେ, ଶହଶହ ସଂଖ୍ୟକ ଲୋକ ସମୁଦ୍ରକୂଳରେ ଭିଡ଼ ଜମାଇ ସୁନା ଖଣ୍ଡ ଖୋଜିବାରେ ଲାଗି ପଡ଼ିଥିଲେ। ଏପରିକି ଲୋକମାନେ ହାତରେ ଛତା ଧରି ସୁନା ଖଣ୍ଡ ଖୋଜୁଥିବା ନଜର ଆସିଥିଲା।
କେଉଁଠୁ ଆସିଲା ସୁନା ଖଣ୍ଡ ?
ଗତ ମାସରେ ପ୍ରବଳ ବର୍ଷା ଯୋଗୁ ସମୁଦ୍ରକୂଳରେ ଥିବା କିଛି ଘର ଓ ମନ୍ଦିର ଭାଙ୍ଗି ସମୁଦ୍ରରେ ଭାସି ଯାଇଥିଲା। ସେଥିରେ କିଛି ସୁନା ଖଣ୍ଡ ରହି ଥାଇପାରେ ବୋଲି ପୋଲିସ୍ କହିଛି।
ଅନ୍ୟ ଏକ କାରଣ ହେଉଛି, ତୀର୍ଥଯାତ୍ରା ପାଇଁ ଆସୁଥିବା ତୀର୍ଥଯାତ୍ରୀ ସମୁଦ୍ରରେ କିଛି ସୁନା ଖଣ୍ଡ ପକାଇ ଦେଇଥାନ୍ତି। ସାମୁଦ୍ରିକ ଝଡ଼ ନିଭାରରେ ସମୁଦ୍ର ପାଣିରେ ଏହି ସୁନା ଖଣ୍ଡ ଭାସି ଆସି ଯାଇଥିବା କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)