/odishatv-khabar/media/post_attachments/uploadimage/library/16_9/16_9_0/bihar_1625306178.jpg)
bihar
ପଟନା: କରୋନା ମହାମାରୀ ଭିତରେ କିଛି ରାଜ୍ୟରେ ୨୧ ତାରିଖ ଠାରୁ ସ୍କୁଲ୍ ଖୋଲିବା ଆରମ୍ଭ ହୋଇଛି। ଏବେ ବିହାରରେ ସେପ୍ଟେମ୍ବର ୨୮ ତାରିଖରୁ ସ୍କୁଲ୍ ଖୋଲିବାକୁ ଯାଉଛି। ତେବେ ରାଜ୍ୟର କଣ୍ଟେନମେଣ୍ଟ ଜୋନରେ ସ୍କୁଲ ବନ୍ଦ ରହିବ। ଶିକ୍ଷା ବିଭାଗ ଅନୁଯାୟୀ, ଜଣେ ପିଲା ସପ୍ତାହକୁ ଦୁଇଦିନ ହିଁ ସ୍କୁଲ୍ ଯିବ।
ଅନ୍ୟପକ୍ଷରେ ଗୋଟିଏ ଦିନରେ ୫୦ ପ୍ରତିଶତ ଶିକ୍ଷକ ସ୍କୁଲ୍ ଆସିବେ। ଅବିଭାବକ ନିଜ ପିଲାମାନଙ୍କୁ ଯଦି ସ୍କୁଲ ପଠାଇବାକୁ ଚାହୁଁନଥିବେ, ତାହେଲେ ସେମାନଙ୍କ ଉପରେ କୌଣସି ଚାପ ପକାଇଯିବ ନାହିଁ। କରୋନା ମହାମାରୀ ସମୟରେ ଅବିଭାବକ ନିଜର ପିଲାମାନଙ୍କୁ ସ୍କୁଲ୍ ପଠାଇବାକୁ ଚାହୁଁନାହାନ୍ତି। ଅବିଭାବକ କେବଳ ଅନଲାଇନ୍ କ୍ଲାସ୍ ଜରିଆରେ ପିଲାମାନଙ୍କ ପାଠପଢ଼ା ଚାହାନ୍ତି।
ସ୍କୁଲ୍ ପାଇଁ ଜାରି ହୋଇଥିବା ଗାଇଡଲାଇନ୍ ମୁତାବକ, ସ୍କୁଲ୍ ପରିସରକୁ ସମ୍ପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯିବ। ସ୍କୁଲକୁ ପ୍ରବେଶ ପାଇଁ ସବୁ ଗେଟ୍ ଖୋଲାଯିବ। କ୍ଲାସ ଭିତରେ ୬ ଫୁଟ୍ ଦୂରତାରେ ବେଞ୍ଚ୍ ପଡ଼ିବ। ଏକ ସମୟରେ ଗୋଟିଏ ସେକ୍ସନରେ ୧୦ ଜଣ ପିଲାଙ୍କୁ ପାଠ ପଢ଼ାଯିବ।
ସେହିପରି ଗୋଟିଏ ଶ୍ରେଣୀ ଭିତରେ ମାତ୍ର ୬ ଜଣ ପିଲା ବସିବେ। ଯେଉଁ ପିଲାମାନେ ମାସ୍କ ପିନ୍ଧି ଆସିନଥିବେ, ସେମାନଙ୍କୁ ମାସ୍କ ଦିଆଯାଇ ସ୍କୁଲରେ ପ୍ରବେଶ କରିବାକୁ ଅନୁମତି ମିଳିବ। ଅକ୍ସିଜେନ୍ ସ୍ତର ଯାଞ୍ଚ ପାଇଁ ଅକ୍ସିମିଟର୍ ରହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)