Advertisment

ଆସନ୍ତାକାଲିଠାରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ଭିତରେ ଶିକ୍ଷା ମନ୍ତ୍ରାଳୟ ସେପ୍ଟେମ୍ବର ୨୧ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏବେବି କିଛି ରାଜ୍ୟରେ ସ୍କୁଲ୍ ଖୋଲିବା ନେଇ ସହମତି ହୋଇନାହିଁ। କିଛି ରାଜ୍ୟରେ ଲକଡାଉନ୍ ପୁନର୍ବାର ଲାଗୁ କରାଯାଇଛି। ଅନ୍ୟପକ୍ଷରେ କିଛି ରାଜ୍ୟରେ ଲଗାତର ମାମଲା ବଢ଼ୁଥିବାର ଦେଖି ସରକାର ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି। ଏଭଳି ସ୍ଥିତିରେ ସେପ୍ଟେମ୍ବର ୨୧ ତାରିଖରୁ କିଛି […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଆସନ୍ତାକାଲିଠାରୁ ଖୋଲିବ ସ୍କୁଲ

school

ନୂଆଦିଲ୍ଲୀ: କରୋନା ମହାମାରୀ ସଙ୍କଟ ଭିତରେ ଶିକ୍ଷା ମନ୍ତ୍ରାଳୟ ସେପ୍ଟେମ୍ବର ୨୧ ତାରିଖରୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଏବେବି କିଛି ରାଜ୍ୟରେ ସ୍କୁଲ୍ ଖୋଲିବା ନେଇ ସହମତି ହୋଇନାହିଁ। କିଛି ରାଜ୍ୟରେ ଲକଡାଉନ୍ ପୁନର୍ବାର ଲାଗୁ କରାଯାଇଛି। ଅନ୍ୟପକ୍ଷରେ କିଛି ରାଜ୍ୟରେ ଲଗାତର ମାମଲା ବଢ଼ୁଥିବାର ଦେଖି ସରକାର ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ନେଇପାରୁ ନାହାନ୍ତି। ଏଭଳି ସ୍ଥିତିରେ ସେପ୍ଟେମ୍ବର ୨୧ ତାରିଖରୁ କିଛି ରାଜ୍ୟରେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବାକୁ ଯାଉଛି।

Advertisment

Corona Conundrum: School managements wary of re-opening

ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ବ୍ୟବସ୍ଥା ଅନୁଯାୟୀ, ମାତାପିତାଙ୍କ ଲିଖିତ ଅନୁମତି ବିନା ପିଲାମାନେ ସ୍କୁଲ ଆସିପାରିବେ ନାହିଁ। ଆରମ୍ଭରୁ କେବଳ ୫୦ ପ୍ରତିଶତ ଶିକ୍ଷକ ଏବଂ ଷ୍ଟାଫଙ୍କୁ ଅନୁମତି ମିଳିଛି। ସେହିପରି ମାସ୍କ, ସାମାଜିକ ଦୂରତା ସହ ପ୍ରବେଶ ପଥରେ ଥର୍ମାଲ୍ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି। ଏହି କ୍ରମରେ ହରିୟାଣା ସରକାର କେନ୍ଦ୍ରର ଗାଇଡଲାଇନ୍ ମୁତାବକ ସେପ୍ଟେମ୍ବର ୨୧ ଅର୍ଥାତ୍ ଆସନ୍ତାକାଲିଠାରୁ ସ୍କୁଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି।

ଏହାଛଡ଼ା ଆସାମରେ ମଧ୍ୟ ସୋମବାରଠାରୁ ସ୍କୁଲ୍ ଖୋଲିବ। ଏଥିପାଇଁ ଏସଓପି ଜାରି କରାଯାଇଛି। ଆସାମରେ ନବମ ଓ ଦଶମ ଶ୍ରେଣୀ ପାଇଁ ଅଲଗା ଦିନ ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଅଲଗା ଦିନ ରଖାଯାଇଛି। ଏହାବ୍ୟତୀତ ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ମେଘାଳୟ, ଆନ୍ଧ୍ର ପ୍ରଦେଶରେ ସ୍କୁଲ୍ ଖୋଲିବାକୁ ଅନୁମତି ମିଳିଛି। ସେହିପରି ଚଣ୍ଡୀଗଡ଼ରେ ଆଂଶିକ ଭାବେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି। ଏଠାରେ କେବଳ କ୍ଲାସରେ ୧୫ ଜଣ ଛାତ୍ର ବସିବାକୁ ଅନୁମତି ମିଳିଛି।

Advertisment

Mizoram postpones opening of schools for 2020-21 academic session |  Education News,The Indian Express

ତେବେ କରୋନାରେ ସବୁଠାରୁ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବ। ଅନ୍ୟପକ୍ଷରେ ଉତ୍ତର ପ୍ରଦେଶରେ ଆସନ୍ତାକାଲିଠାରୁ ସ୍କୁଲ ନଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ଗୁଜରାଟ ସରକାର ଦିପାବଳୀ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରଖିଥିବା ବେଳେ ମଧ୍ୟପ୍ରଦେଶରେ ଆଂଶିକ ଭାବେ ସ୍କୁଲ୍ ଖୋଲିବ। ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଓଡ଼ିଶା ଓ କର୍ଣ୍ଣାଟକ ସରକାର ସ୍କୁଲ୍ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment
Advertisment