/odishatv-khabar/media/post_attachments/uploadimage/library/16_9/16_9_0/court-123_1626757280.jpg)
court
ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଏହି ବିବାଦର ସମାଧାନ ମଧ୍ୟସ୍ଥିଙ୍କ ଜରିଆରେ ହେବ କି ନାହିଁ, ତା’ ଉପରେ ସୁପ୍ରିମକୋର୍ଟ ରାୟ ଶୁଣାଇ ପାରନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇପାରନ୍ତି।
Advertisment
ବୁଧବାର ଶୁଣାଣି ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ କୋର୍ଟ। ଏହାସହ ମଧ୍ୟସ୍ଥି ପାଇଁ ନାଁ ଦେବାକୁ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଶୁଣାଣି ବେଳେ ରାମ ଜନ୍ମଭୂମି ମାମଲାର ଇତିହାସ ସଂପର୍କରେ କୌଣସି ଯୁକ୍ତି ଉପସ୍ଥାପନ ନ କରିବାକୁ ସମସ୍ତ ପକ୍ଷର ଓକିଲଙ୍କୁ କୋର୍ଟ କହିଥିଲେ। ୨୦୧୦ରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ୧୪ଟି ମାମଲାକୁ ଏକତ୍ରୀକରଣ କରି କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଶୁଣାଣି କରୁଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)