Advertisment

ଇଲେକ୍ଟୋରାଲ ବଣ୍ଡ୍ ପ୍ରସଙ୍ଗରେ ତଥ୍ୟ ରଖନ୍ତୁ ଦଳ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜନୈତିକ ଦଳକୁ ନିର୍ବାଚନୀ ଅନୁଦାନ ମାମଲାରେ ସୁପ୍ରିମକୋର୍ଟଙ୍କ ଝଟ୍‌କା। ଇଲେକ୍ଟୋରାଲ ବଣ୍ଡ୍‌ ସଂପର୍କିତ ମାମଲା ଉପରେ ସ୍ଥଗିତାଦେଶ ଜାରି କରିବା ଲାଗି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଗ୍ରହଣ କରିଥିବା ଅନୁଦାନ ସଂପର୍କରେ ତଥ୍ୟ ରଖିବାକୁ ମେ’ ୩୦ ତାରିଖ ଯାଏ କୋର୍ଟ ସମୟ ଦେଇଛନ୍ତି। ବଣ୍ଡ୍‌ ମାଧ୍ୟମରେ ଅନୁଦାନ ଦେଉଥିବା ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି। ଏହିସବୁ ତଥ୍ୟ ଏକ ବନ୍ଦ […]

author-image
Jyotsnamayee Pradhan
ଇଲେକ୍ଟୋରାଲ ବଣ୍ଡ୍ ପ୍ରସଙ୍ଗରେ ତଥ୍ୟ ରଖନ୍ତୁ ଦଳ: ସୁପ୍ରିମକୋର୍ଟ

india

ନୂଆଦିଲ୍ଲୀ: ରାଜନୈତିକ ଦଳକୁ ନିର୍ବାଚନୀ ଅନୁଦାନ ମାମଲାରେ ସୁପ୍ରିମକୋର୍ଟଙ୍କ ଝଟ୍‌କା। ଇଲେକ୍ଟୋରାଲ ବଣ୍ଡ୍‌ ସଂପର୍କିତ ମାମଲା ଉପରେ ସ୍ଥଗିତାଦେଶ ଜାରି କରିବା ଲାଗି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଗ୍ରହଣ କରିଥିବା ଅନୁଦାନ ସଂପର୍କରେ ତଥ୍ୟ ରଖିବାକୁ ମେ’ ୩୦ ତାରିଖ ଯାଏ କୋର୍ଟ ସମୟ ଦେଇଛନ୍ତି। ବଣ୍ଡ୍‌ ମାଧ୍ୟମରେ ଅନୁଦାନ ଦେଉଥିବା ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି।

Advertisment

ଏହିସବୁ ତଥ୍ୟ ଏକ ବନ୍ଦ ଲଫାପାରେ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ କମିଶନ ଏହି ତଥ୍ୟ ନିଜ ପାଖରେ ସାଇତି ରଖିବେ ବୋଲି କୋର୍ଟ କହିଛନ୍ତି। ଏହାସହ ଏପ୍ରିଲ ଓ ମେ’ ମାସରେ ଇଲେକ୍ଟୋରାଲ ବଣ୍ଡ ବିକ୍ରି ସମୟ ୧୦ ଦିନରୁ ୫ ଦିନକୁ ହ୍ରାସ କରିବା ଲାଗି ଅର୍ଥ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ଇଲେକ୍ଟୋରାଲ ବଣ୍ଡର ବୈଧତା ସଂପର୍କିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଇଲେକ୍ଟୋରାଲ ବଣ୍ଡ୍‌ ଫଳରେ ରାଜନୈତିକ ଦଳ ଗୁଡ଼ିକୁ ଚାନ୍ଦା ଦେଉଥିବା ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ପରିଚୟ ଗୋପନ ରହୁଥିଲା। ଏହା ବିରୋଧରେ ସିପିଏମ୍ ଓ ଏନ୍‌ଜିଓ ତରଫରୁ ଆବେଦନ ହୋଇଥିଲା। ଗତକାଲି ଏହାର ଶୁଣାଣିବେଳେ କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ ଯେ, ଇଲେକ୍ଟୋରାଲ ବଣ୍ଡରେ ଅନୁଦାନ ଦେଉଥିବା ସଂସ୍ଥା ବା ବ୍ୟକ୍ତି ସଂପର୍କରେ ଜାଣିବା ଲାଗି ଭୋଟରଙ୍କ ଅଧିକାର ନାହିଁ। ତେବେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ରାୟ ଶୁଣାଇଛନ୍ତି।

Advertisment

Advertisment
Advertisment