/odishatv-khabar/media/post_attachments/uploadimage/library/16_9/16_9_0/5lacks_1626693614.jpg)
5lacks
ନୂଆଦିଲ୍ଲୀ: କରୋନା ଭାଇସର ଯୋଗୁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ତାମିଲନାଡୁର ଜଣେ ଦୋକାନୀ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ତାମିଲନାଡୁର ମଦୁରାଇରେ ତାଙ୍କର ଏକ ସେଲୁନ୍ ଦୋକାନ ରହିଛି। ସେହି ବ୍ୟକ୍ତିଙ୍କ ନାଁ ସି. ମୋହନ। ମୋହନ ନିଜ ଝିଅର ପାଠ ପଢ଼ା ପାଇଁ ସଞ୍ଚୟ କରି ରଖିଥିବା ୫ଲକ୍ଷ ଟଙ୍କାକୁ ଲୋକଙ୍କ ସାହାଯ୍ୟ ପାଇଁ ଖର୍ଚ୍ଚ କରିଥିଲେ। ମୋହନଙ୍କର ଏହି ଅର୍ଥ ୬୦୦ ପରିବାରକୁ ବିପଦ ସମୟରେ ଜରୁରୀ ସାମଗ୍ରୀ ଯୋଗାଇବା ସହ ଅନ୍ୟମାନଙ୍କ ପାଇଁ ଉଦାହାରଣ ସୃଷ୍ଟି କରିଛନ୍ତି।
ମୋହନ ମଦୁରାଇର ମେଲାମଦାଇ ଅଞ୍ଚଳରେ ରୁହନ୍ତି । ସେ ସପ୍ତାହ ପୂର୍ବରୁ ସଞ୍ଚୟ କରି ରଖିଥିବା ପାଞ୍ଚ ଲକ୍ଷ ଟଙ୍କାକୁ ଆକାଉଣ୍ଟରୁ ବାହାର କରି ନିଜ ଅଞ୍ଚଳର ଲୋକଙ୍କ ପାଇଁ ରିଲିଫ ସାମଗ୍ରୀର ବ୍ୟବସ୍ଥା କରିଥିବା ଜଣାପଡିଛି। ଏହାପରେ ସେ ସ୍ଥାନୀୟ ପ୍ରଶାସନ ସହାୟତରେ ସମୁଦାୟ ୬୧୫ ପରିବାରକୁ ଖାଦ୍ୟ ଏବଂ ଘରୋଇ ସାମଗ୍ରୀ ଯୋଗାଇ ଦେଇଥିଲେ।
ମୋହନଙ୍କ କହିବା ଅନୁଯାୟୀ, ସେ ରହୁଥିବା ଅଞ୍ଚଳକୁ କରୋନାର କଣ୍ଟେନମେଣ୍ଟ ଜୋନ୍ଭାବେ ଘୋଷଣା କରାଯାଇଛି। ଏହି କାରଣରୁ ସେଠାରେ ରହୁଥିବା ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମୁଁ ଯେତେବେଳେ ଏକଥା ଜାଣିବାକୁ ପାଇଲି, ସେତେବେଳେ ମୁଁ ରଖିଥିବା ଟଙ୍କାକୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସ୍ଥିର କରିଥିଲି।
ମୋହନ କହିଛନ୍ତି ଯେ ମୋ ଝିଅ ନେତ୍ରା ବର୍ତ୍ତମାନ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ୁଛି। ସେ ଆଇଏଏସ୍ (IAS) ହେବାକୁ ଚାହୁଁଛି। ମୋହନ କହିଛନ୍ତି, ଆହୁରି ୪୦୦ ପରିବାର ଅଛନ୍ତି ତାଙ୍କୁ ମୁଁ ସାହାଯ୍ୟ କରିବାକୁ ଚାହୁଁଛି। ଯଦି ଦରକାର ପଡେ ମୁଁ, ମୋ ପତ୍ନୀଙ୍କ ଗହଣାକୁ ବିକ୍ରି କରି ଏହି ଲୋକମାନଙ୍କୁ ସାହାଯ୍ୟ କରିବି। ଲକ୍ଡାଉନ୍ ଯୋଗୁ ସେଲୁନ୍ ବନ୍ଦ ରହିଛି। ରୋଜଗାର ମଧ୍ୟ ହେଉନାହିଁ। କିନ୍ତୁ ତାଙ୍କର ବିଶ୍ୱାସ ରହିଛି ପରିସ୍ଥିତିର ସୁଧାର ଆସିଲେ ପୁଣିଥରେ ସେ ତାଙ୍କ ଝିଅ ପାଇଁ ୫ଲକ୍ଷ ଟଙ୍କା ରୋଜଗାର କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)