Advertisment

ଖୁସିଖବର, ସାଧାରଣ ଲୋକଙ୍କ ପାଇଁ ଲଞ୍ଚ୍ ହେଲା ପ୍ରଥମ କରୋନା ଭ୍ୟାକସିନ୍

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆସିଲା ଖୁସି ଖବର। ରୁଷ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଭ୍ୟାକସିନ୍ ସ୍ପୁଟନିକ୍-V ଏବେ ସାଧାରଣ ଲୋକଙ୍କ ପାଇଁ ଲଞ୍ଚ କରାଯାଇଛି। ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହାର ସୂଚନା ଦିଆଯାଇଛି। ଏହି କରୋନା ଭ୍ୟାକସିନ୍ ପ୍ରାଥମିକ ପର୍ଯ୍ୟାୟରେ ଭଲ ରେଜଲ୍ଟ ଦେଉଥିବା କୁହଯାଉଛି। ତେଣୁ ଏହି ଭ୍ୟାକସିନ୍ ଏବେ ଭାରତ ସମେତ ଦୁନିଆର ୫ଟି ଦେଶରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ପଠାଯିବ ବୋଲି ରୁଷ୍ ସ୍ପଷ୍ଟ କରିଛି।   ଗମୋଲିୟା […]

author-image
Ranjeet Kumar Jena
ଖୁସିଖବର, ସାଧାରଣ ଲୋକଙ୍କ ପାଇଁ ଲଞ୍ଚ୍ ହେଲା ପ୍ରଥମ କରୋନା ଭ୍ୟାକସିନ୍

vaccine

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆସିଲା ଖୁସି ଖବର। ରୁଷ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା କରୋନା ଭ୍ୟାକସିନ୍ ସ୍ପୁଟନିକ୍-V ଏବେ ସାଧାରଣ ଲୋକଙ୍କ ପାଇଁ ଲଞ୍ଚ କରାଯାଇଛି। ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହାର ସୂଚନା ଦିଆଯାଇଛି। ଏହି କରୋନା ଭ୍ୟାକସିନ୍ ପ୍ରାଥମିକ ପର୍ଯ୍ୟାୟରେ ଭଲ ରେଜଲ୍ଟ ଦେଉଥିବା କୁହଯାଉଛି। ତେଣୁ ଏହି ଭ୍ୟାକସିନ୍ ଏବେ ଭାରତ ସମେତ ଦୁନିଆର ୫ଟି ଦେଶରେ କ୍ଲିନିକାଲ୍ ଟ୍ରାଏଲ୍ ପାଇଁ ପଠାଯିବ ବୋଲି ରୁଷ୍ ସ୍ପଷ୍ଟ କରିଛି।

Advertisment

COVID vaccine: Russia in touch with Indian firms- The New Indian Express

ଗମୋଲିୟା ରିସର୍ଚ୍ଚ ସେଣ୍ଟର ଏବଂ ରୁଷିୟାନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ଏହି ସ୍ପୁଟନିକ୍-V ନାମକ ଭ୍ୟାକସିନ୍ ପ୍ରସ୍ତୁତ କରିଛି। ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, 'କରୋନା ଭାଇରସକୁ ରୋକିବା ପାଇଁ ପ୍ରସ୍ତୁତ ହୋଇଥିବା ଏହି ଭ୍ୟାକସିନ୍ ଲ୍ୟାବରେ ସମସ୍ତ ଜରୁରୀ ଟେଷ୍ଟ ପାସ୍ କରିଛି। ତେଣୁ ଏବେ ଏହି ଭ୍ୟାକସିନକୁ ସାଧାରଣ ଲୋକଙ୍କ ପାଇଁ ଜାରି କରାଯାଇଛି।

ସୂଚନାଯୋଗ୍ୟ, ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅଗଷ୍ଟ ୧୧ ତାରିଖରେ ସ୍ପୁଟନିକ୍-V ଭ୍ୟାକସିନର ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ କରିଦେଇଥିଲା। ଆଗାମୀ ଦିନରେ ଏହି ଭ୍ୟାକସିନ୍ ରାଜଧାନୀର ସବୁ ଲୋକଙ୍କୁ ଦିଆଯିବା ନେଇ ମସ୍କୋର ମେୟର୍ ସର୍ଜି ସୋବିୟାନିନ୍ ଆଶାବାଦୀ ଅଛନ୍ତି।

Advertisment

First Batch Of Russia's Coronavirus Vaccine Sputnik V Released Into Public

ରୁଷ୍ ଦ୍ୱାରା ପ୍ରସ୍ତୁତ ଏହି ଭ୍ୟାକସିନ୍ ଚଳିତ ମାସରେ ଭାରତ ସମେତ ସାଉଦିଆରବ, ୟୁଏଇ, ଫିଲିପିନ୍ସ ଓ ବ୍ରାଜିଲରେ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ ହେବ ବୋଲି ଜଣାପଡିଛି। ଏ ନେଇ ରୁଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ-ଆରଡିଆରଏଫର ସିଇଓ କିରିଲ୍ ଡିମିଟ୍ରିଭ କହିଛନ୍ତି, ଦେଶରେ ପଞ୍ଜିକରଣ ପରଠୁ ଅଗଷ୍ଟ ୨୬ରୁ ୪୦ ହଜାର ଲୋକଙ୍କୁ ନେଇ ସ୍ପୁଟନିକ୍-Vର ଗବେଷଣା ଚାଲିଛି ଏବଂ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରାରମ୍ଭିକ ଫଳାଫଳ ଅକ୍ଟୋବରରୁ ନଭେମ୍ବର ଭିତରେ ପ୍ରକାଶିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

Russia Aims To Approve World's First Covid-19 Vaccine By The Mid-August |  Inventiva

ଭାରତରେ ଦ୍ରୁତ ଗତିରେ ବଢ଼ିଚାଲିଥିବା ସଂକ୍ରମଣ ପରିପ୍ରେକ୍ଷୀରେ ସ୍ଥିତିର ମୁକାବିଲା ପାଇଁ ସ୍ପୁଟନିକ୍-Vର ସ୍ଥାନୀୟ ଉତ୍ପାଦନ ଲାଗି ମସ୍କୋ ସହ ଯୋଗାଯୋଗରେ ରହିଛି ନୂଆଦିଲ୍ଲୀ। ଅଗଷ୍ଟରେ ବିଶ୍ୱର ପ୍ରଥମ କରୋନା ଟିକା ଭାବେ ସ୍ପୁଟନିକ୍-Vର ପଞ୍ଜିକରଣ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କର ଘୋଷଣା ପରଠୁ ଏହି ଟିକାକୁ ନେଇ ଉତ୍କଣ୍ଠା ଲାଗି ରହିଛି।

Advertisment
Advertisment