Advertisment

ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

ମସ୍କୋ: କରୋନାଭାଇରସ୍ ଭ୍ୟାକସିନକୁ ନେଇ ସମସ୍ତଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି। ଦୁନିଆର ପ୍ରଥମ କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବା ନେଇ ଦାବି କରିଆସୁଥିବା ରୁଷ୍ ଖୁବଶୀଘ୍ର ବଜାରକୁ ଭ୍ୟାକସିନ୍ ଛାଡ଼ିବାକୁ ଯାଉଛି। ଆସନ୍ତା ସପ୍ତାହରେ ରୁଷ୍ ଦୁନିଆର ପ୍ରଥମ ଆଣ୍ଟି କୋଭିଡ୍ ଭ୍ୟାକସିନର ରେଜିଷ୍ଟ୍ରେସନ୍ କରିବାକୁ ଯୋଜନା କରୁଛି। ରେଜିଷ୍ଟ୍ରେସନ୍ ପରେ ଦେଶରେ କରୋନା ଭ୍ୟାକସିନ୍ ସାଧାରଣ ଲୋକମାନଙ୍କ ଉପରେ ବ୍ୟବହାର କରାଯିବା ନେଇ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏହି ଭ୍ୟାକସିନ୍ ଅଗଷ୍ଟ ୧୦ କିମ୍ବା […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ସରିଲା ଅପେକ୍ଷା, ସେପ୍ଟେମ୍ବରରେ ଆସିବ କରୋନା ଭ୍ୟାକସିନ୍!

corona

ମସ୍କୋ: କରୋନାଭାଇରସ୍ ଭ୍ୟାକସିନକୁ ନେଇ ସମସ୍ତଙ୍କର ଅପେକ୍ଷା ଶେଷ ହେବାକୁ ଯାଉଛି। ଦୁନିଆର ପ୍ରଥମ କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବା ନେଇ ଦାବି କରିଆସୁଥିବା ରୁଷ୍ ଖୁବଶୀଘ୍ର ବଜାରକୁ ଭ୍ୟାକସିନ୍ ଛାଡ଼ିବାକୁ ଯାଉଛି। ଆସନ୍ତା ସପ୍ତାହରେ ରୁଷ୍ ଦୁନିଆର ପ୍ରଥମ ଆଣ୍ଟି କୋଭିଡ୍ ଭ୍ୟାକସିନର ରେଜିଷ୍ଟ୍ରେସନ୍ କରିବାକୁ ଯୋଜନା କରୁଛି। ରେଜିଷ୍ଟ୍ରେସନ୍ ପରେ ଦେଶରେ କରୋନା ଭ୍ୟାକସିନ୍ ସାଧାରଣ ଲୋକମାନଙ୍କ ଉପରେ ବ୍ୟବହାର କରାଯିବା ନେଇ ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Advertisment

ଏହି ଭ୍ୟାକସିନ୍ ଅଗଷ୍ଟ ୧୦ କିମ୍ବା ୧୨ ତାରିଖରେ ରେଜିଷ୍ଟ୍ରେସନ୍ ହୋଇପାରେ। ଏହାବ୍ୟତୀତ ଭ୍ୟାକସିନର ଉତ୍ପାଦନ ଆସନ୍ତାମାସରୁ ଆରମ୍ଭ ହେବ ବୋଲି ରୁଷ୍ ଦାବି କରିଛି। ମସ୍କୋସ୍ଥିତ ଗାମାଲେୟା ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ଗତମାସରେ ଦାବି କରିଥିଲେ ଯେ ସେମାନେ ଅଗଷ୍ଟ ମଧ୍ୟଭାଗ ସୁଦ୍ଧା କରୋନାଭାଇରସର ପ୍ରଥମ ଭ୍ୟାକସିନକୁ ମଞ୍ଜୁରୀ ଦେଇପାରନ୍ତି। ରୁଷର ଅଧିକାରୀ ଏବଂ ବୈଜ୍ଞାନିକମାନେ କହିଥିଲେ, ଅଗଷ୍ଟ ୧୦ କିମ୍ବା ଏହା ପୂର୍ବରୁ ଧାର୍ଯ୍ୟ ଭ୍ୟାକସିନକୁ ମଞ୍ଜୁରୀ ମିଳିପାରେ। କିନ୍ତୁ ଏବେ ଲାଗୁଛି, ସେମାନଙ୍କର ଭବିଷ୍ୟବାଣୀ ସତ ହେବାକୁ ଯାଉଛି।

publive-image

ଏ ନେଇ ରୁଷର ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାଶ୍କୋ କହିଛନ୍ତି, ଗାମାଲେୟା ଇନଷ୍ଟିଚ୍ୟୁଟ ଓ ରୁଷ ପ୍ରତିରକ୍ଷା ବିଭାଗ ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିଛନ୍ତି। କ୍ଲିନିକଲ ଟ୍ରାଏଲ ପରେ ଏବେ କାଗଜପତ୍ର କାମ ଆରମ୍ଭ ହୋଇଛି। ୧୦ କିମ୍ବା ୧୨ ତାରିଖ ସୁଦ୍ଧା ପଞ୍ଜୀକରଣ କାମ ଶେଷ ହେବ। ଏହାପରେ ଏହି ଭ୍ୟାକସିନ୍ ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇଯିବ। ସେପ୍ଟେମ୍ବର ମାସରୁ ଭ୍ୟାକସିନକୁ ବିପୁଳ ସଂଖ୍ୟାରେ ଉତ୍ପାଦନ କରାଯିବ ବୋଲି ସେ କହିଛନ୍ତି।

Advertisment

ବଜାରକୁ ଆସିବା ପରେ ଏହି କରୋନା ଟିକାକୁ ସର୍ବପ୍ରଥମେ ଆଗଧାଡ଼ିର କରୋନା ଯୋଦ୍ଧା ଯଥା ଡାକ୍ତର ଓ ଶିକ୍ଷକମାନଙ୍କୁ ଦିଆଯିବ ବୋଲି କୁହାଯାଇଛି। ରୁଷ ପକ୍ଷରୁ କୁହାଯାଇଛି ଯେ ଏହି ଟିକା ନେଉଥିବା ଲୋକମାନଙ୍କ ଶରୀରରେ ୨୧ଦିନରେ ହିଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଉଛି। ସେହିପରି ୨ୟ ଡୋଜ ନେବା ପରେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁଇ ଗୁଣ ହୋଇଯାଉଛି।

କରୋନା ଭ୍ୟାକସିନର ଟ୍ରାଏଲ୍ ଜୁନ୍ ୧୮ ତାରିଖରୁ ଆରମ୍ଭ ହୋଇଥିଲା ଏବଂ ଏଥିରେ ୩୮ଟି ଭଲ୍ୟୁଣ୍ଟିୟର ସାମିଲ୍ ଥିଲେ। ସମସ୍ତ ଅଂଶଗ୍ରହଣକାରୀ ଭିତରେ ଇମ୍ୟୁନିଟି ବିକଶିତ ହୋଇଥିଲା। ପ୍ରଥମ ଗ୍ରୁପକୁ ଜୁଲାଇ ୧୫ ତାରିଖରେ ଏବଂ ୨ୟ ଗ୍ରୁପକୁ ଜୁଲାଇ ୨୦ ତାରିଖରେ ଡିସଚାର୍ଜ ମିଳିଥିଲା। ତେବେ ଡବ୍ଲ୍ୟୁଏଚଓର କହିବା ଅନୁଯାୟୀ, ସେମାନଙ୍କୁ ରୁଷର ଏହି ଭ୍ୟାକସିନ୍ ସମ୍ବନ୍ଧରେ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।

Advertisment
Advertisment