/odishatv-khabar/media/post_attachments/uploadimage/library/16_9/16_9_0/sushant-sing-2_1625388123.jpg)
sushant-sing
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ତାଙ୍କ ଗାର୍ଲପ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏକ ଜାତୀୟ ଗଣମାଧ୍ୟମରେ ରିୟା ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଗଣମାଧ୍ୟମରେ ସୁଶାନ୍ତଙ୍କ ବିଷୟରେ ବହୁ ରୋଚକ ତଥ୍ୟ ଦେଇଛନ୍ତି ରିୟା।
ଗଣମାଧ୍ୟମକୁ ଦେଇଥିବା ବୟାନରେ ରିୟା କହିଛନ୍ତି, ସୁଶାନ୍ତଙ୍କର ମାନସିକ ବେମାରୀ ବାଇପୋଲାର ଡିଜ୍ ଅର୍ଡର ଥିଲା। ବିଶେଷକରି ବିମାନ ଯାତ୍ରା ବେଳେ ସୁଶାନ୍ତ ସ୍ୱାଭାବିକ ହୋଇପାରୁନଥିଲେ। ୟୁରୋପ ଟୁର୍ ବେଳେ ସୁଶାନ୍ତଙ୍କ ଏ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲି ବୋଲି ସେ କହିଛନ୍ତି।
ତେବେ ବିମାନରେ ବସିବା ପୂର୍ବରୁ ସୁଶାନ୍ତି ଏଥିପାଇଁ ଔଷଧ ଖାଇଥିଲେ। ପ୍ୟାରିସରେ ପହଞ୍ଚିବା ପରେ ସେଠାରେ ବି ସେ ସ୍ୱାଭାବିକ ଲାଗୁ ନଥିଲେ। ପ୍ୟାରିସ ପରେ ସୁଇଜରଲାଣ୍ଡ ଗଲୁ। ସେଠି ସେ ଠିକ୍ଠାକ୍ ଥିଲେ। ୟୁରୋପ ଟ୍ରିପର ସବୁ ଖର୍ଚ୍ଚ ସୁଶାନ୍ତ କରିଥିଲେ ବୋଲି ରିୟା ସ୍ୱୀକାର କରିଛନ୍ତି।
ତେବେ ସୁଶାନ୍ତ ବହୁତ ଅୟସରେ ରହନ୍ତି, ରାଜା ଭଳି ଜୀବନ ଜିଉଁଥିଲେ। ଏମିତିକି ୟୁରୋପ ଯିବାର ୨ ବର୍ଷ ପୂର୍ବରୁ ସେ ସୁଇଜରଲାଣ୍ଡ ଯାଇଥିଲେ। ନିଜର ୬ ଜଣ ସାଙ୍ଗଙ୍କୁ ଧରି ଏକ ପ୍ରାଇଭେଟ ଜେଟରେ ସେଠାକୁ ଯାଇଥିଲେ ବୋଲି ରିୟା ସୂଚନା ଦେଇଛନ୍ତି। ସମସ୍ତ ସାଙ୍ଗଙ୍କ ଖର୍ଚ୍ଚ ସେ ତୁଲାଇଥିଲେ। ୧୭ ଲକ୍ଷ ଖର୍ଚ୍ଚ କରିଥିଲେ। ଆମେ ଉଭୟ ପତିପତ୍ନୀ ଭଳି ଚଳୁଥିଲୁ ବୋଲି ରିଆ କହିଛନ୍ତି।
ଏହା ପୂର୍ବରୁ ରିୟାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସୁଶାନ୍ତଙ୍କ ବାପା କେକେ ସିଂହ। ଚକ୍ରବର୍ତ୍ତୀ ବିଷ ଦେଇ ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି। ତେଣୁ ରିୟାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି। ରିୟା ଲଗାତର ଭାବେ ସୁଶାନ୍ତଙ୍କୁ ରିୟା ଡ୍ରଗ୍ସ ଦେଉଥିଲେ। ତେଣୁ ରିୟାଙ୍କ ଗିରଫ ଦାବି କରାଯାଉ ବୋଲି ଦାବି କରିଛନ୍ତି ସୁଶାନ୍ତ ସିଂହଙ୍କ ବାପା।
ଅନ୍ୟପଟେ ୮ଟି ହାର୍ଡଡିସ୍କ ଡାଟା ଡିଲିଟ ପ୍ରସଙ୍ଗରେ ମଧ୍ୟ ବୟାନ ଦେଇଛନ୍ତି ରିୟା ଚକ୍ରବର୍ତ୍ତୀ। ସିଦ୍ଧାର୍ଥ ପିଠାନୀଙ୍କ ଅଭିଯୋଗ ଭିତ୍ତିହୀନ ବୋଲି ରିୟା କହିଛନ୍ତି। ମୁଁ ସେ ବିଷୟରେ ଆଦୌ ଜାଣିନି।
ସୁଶାନ୍ତଙ୍କ ପାଖରେ ତାଙ୍କ ଭଉଣୀ ରହୁଥିଲେ, ସେ ଜାଣିଥିବେ ବୋଲି ରିୟା କହିଛନ୍ତି। ରିୟା ହାର୍ଡଡିସ୍କ ଡାଟା ଡିଲିଟ କରିଥିବା ସୁଶାନ୍ତଙ୍କ ଫ୍ଲାଟମେଟ୍ ସିଦ୍ଧାର୍ଥ ପିଠାନୀ ଅଭିଯୋଗ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)