Advertisment

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି କେନ୍ଦ୍ର ସରକାର। ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ସୂଚନା ଜାରି ହୋଇଛି। ତେବେ କାର୍ଗୋ ଅପରେସନ ଓ ଅନ୍ୟ କେତେକ ଦେଶଗୁଡ଼ିକୁ ଏୟାର ଟ୍ରାଭେଲ୍ ବବଲ ଏଗ୍ରୀମେଣ୍ଟରେ ଉଡ଼ାଣ କରୁଥିବା ବିମାନ ସେବା ଜାରି ରହିବ। ଗତକାଲି ଡିଜିସିଏ ସୂଚନା ଦେଇ କହିଥିଲା ଯେ ୨୬ ଜୁନ୍‌ର ସର୍‌କୁଲାର ସାମାନ୍ୟ ପରିବର୍ତ୍ତନ କରି ଏହାର ବୈଦ୍ଧତା ନଭେମ୍ବର ୩୦ ତାରିଖ ରାତି […]

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

internatioal

Advertisment

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି କେନ୍ଦ୍ର ସରକାର। ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) ପକ୍ଷରୁ ସୂଚନା ଜାରି ହୋଇଛି। ତେବେ କାର୍ଗୋ ଅପରେସନ ଓ ଅନ୍ୟ କେତେକ ଦେଶଗୁଡ଼ିକୁ ଏୟାର ଟ୍ରାଭେଲ୍ ବବଲ ଏଗ୍ରୀମେଣ୍ଟରେ ଉଡ଼ାଣ କରୁଥିବା ବିମାନ ସେବା ଜାରି ରହିବ।

Advertisment

ଗତକାଲି ଡିଜିସିଏ ସୂଚନା ଦେଇ କହିଥିଲା ଯେ ୨୬ ଜୁନ୍‌ର ସର୍‌କୁଲାର ସାମାନ୍ୟ ପରିବର୍ତ୍ତନ କରି ଏହାର ବୈଦ୍ଧତା ନଭେମ୍ବର ୩୦ ତାରିଖ ରାତି ୧୧.୫୯ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହି ସିଡ୍ୟୁଲ୍ଡ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଉଦ୍ଦିଷ୍ଟ। ୟୁରୋପ୍‌ରେ ବଢ଼ୁଥିବା କରୋନା ସଂକ୍ରମଣ ଦେଖି ବୋଧ୍‌ହୁଏ ଏପରି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।

ସୂଚନା ଥାଉକି କରୋନା ଭାଇରସ ସଂକ୍ରମଣ ପାଇଁ ମାର୍ଚ୍ଚ ୨୩ ତାରିଖରରୁ ଅନ୍ତର୍ଜାତୀୟ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଥିଲା। ଏହାପରେ ଘରୋଇ ବମାନ ଉଡ଼ାଣକୁ ବି ବନ୍ଦ କରାଯାଇଥିଲା। ତେବେ ମେ ୨୫ ତାରିଖରେ ଘରୋଇ ବିମାନ ଉଡ଼ାଣ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ଗାଇଡ୍‌ଲାଇନ୍‌ ବି ଜାରି ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ