/odishatv-khabar/media/post_attachments/uploadimage/library/16_9/16_9_0/bjp-reshuffl_1625295677.jpg)
bjp-reshuffl
ନୂଆଦିଲ୍ଲୀ: କେନ୍ଦ୍ର ବିଜେପିର ବଡ଼ଧରଣର ପରିବର୍ତ୍ତନ ହୋଇଛି। ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ, ରମଣ ସିଂହ, ମୁକୁଲ ରଏ, ଅର୍ଣ୍ଣପୂର୍ଣ୍ଣା ଦେବୀ ଏବଂ ବୈଜୟନ୍ତ ପଣ୍ଡାକୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ବେଙ୍ଗାଲୁରରୁ ପ୍ରଥମଥର ପାଇଁ ଲୋକସଭାକୁ ନିର୍ବାଚିଚ ହୋଇଥିବା ଯୁବ ସାଂସଦ ତେଜସ୍ୱୀ ସୁର୍ଯ୍ୟାଙ୍କୁ ବିଜେପି ଯୁବ ମୋର୍ଚ୍ଚା(BJYM)ର ସଭାପତି ଭାବେ ନିଯୁକ୍ତି ମିଳିଛି। ତା ସହିତ ରାଧା ମୋହନ ସିଂହ, ରେଖା ବର୍ମା, ଭାରତୀ ବେନ ଶିୟାଲ,ଡିକେ ଅରୁନ, ଡ. ଏମ୍ ଚୌବା ଓ ଏବଂ ଅବ୍ଦୁଲ୍ଲାହ କୁଟ୍ଟି ମଧ୍ୟ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତାଲିକାରେ ସାମିଲ ଅଛନ୍ତି।
ଆଗକୁ ଗୁରୁତ୍ୱପୂର୍ଣ୍ଣ ବିହାର ନିର୍ବାଚନ ରହିଛି। ଏଣୁ ଦଳର ଆଗୁଆ ପୂନର୍ଗଠନର କିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଇପାରେ ବୋଲି ଚର୍ଚ୍ଚା ହେଉଛି।
Congratulations and best wishes to the new team. I am confident they will uphold the glorious tradition of our Party of serving the people of India selflessly and with dedication. May they work hard to empower the poor and marginalised. https://t.co/5beiCTkcsA
— Narendra Modi (@narendramodi) September 26, 2020
ବିଜେପିର ନବନିଯୁକ୍ତ ସଦସ୍ୟଙ୍କୁ ଟ୍ୱିଟ୍ କରି ବଧେଇ ଜଣେଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିଃସ୍ୱାର୍ଥପର ଭାବେ ପୂରା ନିଷ୍ଠାର ସହିତ ଦେଶବାସୀଙ୍କୁ ସେବା କରିବା ସହିତ ଗରିବ ଶ୍ରେଣୀର ଲୋକଙ୍କ ପାଇଁ କଠିନ ପରିଶ୍ରମ କରିବେ ବୋଲି ଦୃଢ଼ ବିଶ୍ୱାସ ରହିଛି ବୋଲି ମୋଦି ଟ୍ୱିଟ୍ କରିଛନ୍ତି।
ତେବେ ଏଥର ବିଜେପି ନେତା ରାମ ମାଧବ, ମୁରଲୀଧର ରାଓ, ସରୋଜ ପାଣ୍ଡେ ଏବଂ ଅନୀଲ ଜୈନ୍ଙ୍କୁ ଦଳ କୌଣସି ଦାୟିତ୍ୱ ଦେଇ ନାହିଁ। ଏମାନଙ୍କ ସ୍ଥାନରେ ଦୁଷ୍ୟନ୍ତ କୁମାର ଗୌତମ, ଡି ପୁରାନ୍ଦେଶ୍ୱରୀ, କର୍ଣ୍ଣାଟକା ପର୍ଯ୍ୟଟକ ମନ୍ତ୍ରୀ ସିଟି ରବି ଏବଂ ତରୁନ ଚୁଗଙ୍କୁ ନୂଆକରି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।
I thank Hon'ble PM Sri @narendramodi ,Hon'ble HM @AmitShah & @BJP4India President Sri @JPNadda for appointing me as National Spokesperson, BJP. Am grateful to them for their trust in me.I will put in my best efforts in discharge of my duties.I need best wishes/ blessings of all. pic.twitter.com/kwokKXQRiS
— Aparajita Sarangi, Member of Parliament (@AprajitaSarangi) September 26, 2020
ତେଜସ୍ୱୀ ସୂର୍ଯ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ହୋଇଥିବା ବେଳେ କେ, ଲକ୍ଷ୍ମଣ ବିଜେପି ଓବିସି ମୋର୍ଚ୍ଚା ଓ ଜମାଲ ସିଦ୍ଦିକି ଅଳ୍ପସଂଖ୍ୟକ ମୋର୍ଚ୍ଚାର ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ସେହିଭଳି ଲାଲ ସିଂହ ଆର୍ଯ୍ୟ ଏସ୍ସି ମୋର୍ଚ୍ଚା ସମ୍ଭାଳିବେ ଓ ସମୀର ଓରାନଙ୍କୁ ଏସ୍ଟି ମୋର୍ଚ୍ଚାର ଦାୟିତ୍ୱ ଦିଆଯାଇଛି।
ଦଳର ପୁନର୍ଗଠନରେ ବିଜେପି ୨୩ ରାଷ୍ଟ୍ରୀୟ ପ୍ରବକ୍ତା ନିଯୁକ୍ତି ଦେଇଛି। ଏହି ତାଲିକାରେ ରାଜୀବ ଚନ୍ଦ୍ରଶେଖର, ସଞ୍ଜୁ ବର୍ମା, ଇକବାଲ ସିଂହ ଲାଲାପୁରା, ରାଜବର୍ଦ୍ଧନ ସିଂହ ରାଠୋର, ଅପରାଜିତା ସଡ଼ଙ୍ଗୀ, ହୀନା ଗୱିତ, ଗୁରୁପ୍ରକାଶ, ଏମ୍ କିକୋନ, ନୁପୁର ଶର୍ମା, ରାଜୁ ବିଷ୍ଟ ଏବଂ କେକେ ଶର୍ମା ସାମିଲ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)