Advertisment

ଅଟକ ରଖିଥିବା ଭାରତର ୧୦ ଯବାନଙ୍କୁ ଛାଡ଼ିଲା ଚୀନ !

ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ଭୟଙ୍କର ସଂଘର୍ଷର କିଛିଦିନ ପରେ ଚୀନ ଅଟକ ରଖିଥିବା ଭାରତର ୧୦ ଯବାନଙ୍କୁ ଛାଡ଼ି ଦେଇଛି। ଦୁଇ ଦେଶ ମଧ୍ୟରେ ଲଗାତର ତିନିଦିନ ଧରି ଆଲୋଚନା ପରେ ଗୁରୁବାର ସନ୍ଧ୍ୟାରେ ୨ ମେଜରଙ୍କ ସହିତ ମୋଟ ୧୦ ଜଣ ଯବାନଙ୍କୁ ମୁକ୍ତ କରି ଦେଇଛି ଚୀନ। ସମାଚାର ଏଜେନ୍ସି PTI ରେ ଏଭଳି ଖବର ପ୍ରକାଶ ପାଇଛି। ଖବର ଅନୁସାରେ, ଭାରତୀୟ ଯବାନଙ୍କୁ ମୁକୁଳାଇବା ପାଇଁ ଲଗାତର ଭାବେ […]

author-image
Abinash Pati
undefined

India China Border Fight Update

ନୂଆଦିଲ୍ଲୀ: ଗଲୱାନ ଭ୍ୟାଲିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ଭୟଙ୍କର ସଂଘର୍ଷର କିଛିଦିନ ପରେ ଚୀନ ଅଟକ ରଖିଥିବା ଭାରତର ୧୦ ଯବାନଙ୍କୁ ଛାଡ଼ି ଦେଇଛି। ଦୁଇ ଦେଶ ମଧ୍ୟରେ ଲଗାତର ତିନିଦିନ ଧରି ଆଲୋଚନା ପରେ ଗୁରୁବାର ସନ୍ଧ୍ୟାରେ ୨ ମେଜରଙ୍କ ସହିତ ମୋଟ ୧୦ ଜଣ ଯବାନଙ୍କୁ ମୁକ୍ତ କରି ଦେଇଛି ଚୀନ। ସମାଚାର ଏଜେନ୍ସି PTI ରେ ଏଭଳି ଖବର ପ୍ରକାଶ ପାଇଛି।

Advertisment

ଖବର ଅନୁସାରେ, ଭାରତୀୟ ଯବାନଙ୍କୁ ମୁକୁଳାଇବା ପାଇଁ ଲଗାତର ଭାବେ ଗୁରୁବାର ସନ୍ଧ୍ୟାରେ ଭାରତ- ଚାଇନା ମଧ୍ୟରେ ମେଜର ଜେନେରାଲ୍ ସ୍ତରରେ କଥାବାର୍ତ୍ତା ହୋଇଥିଲା। ଏକ ସନ୍ଧି ଅନୁସାରେ ଚାଇନା ଯବାନଙ୍କୁ ମୁକ୍ତି କରିଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଯବାନଙ୍କ ମୁକୁଳିବା ନେଇ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। ସେନା ପକ୍ଷରୁ ସୂଚନା ମିଳିଲେ ହିଁ ଏହି ଖବର ସ୍ପଷ୍ଟ ହୋଇପାରିବ।

ତେବେ ସୋମବାର ମଧ୍ୟ ରାତିରେ ଗଲୱାନ ଘାଟିରେ ଚାଇନା ସହିତ ସଂଘର୍ଷରେ ସବୁ ଭାରତୀୟ ଯବାନ ସାମିଲ ହୋଇଥିବା ନେଇ ଗୁରୁବାର ସନ୍ଧ୍ୟାରେ ସେନା ପକ୍ଷରୁ ସୂଚନା ଦେଇଥିଲା। ଏହି ଘଟଣାରେ କୌଣସି ଭାରତୀୟ ଯବାନ ନିଖୋଜ୍‌ ନଥିବା ସେନା କହିଥିଲା। ଯବାନଙ୍କ ବିସ୍ତାର ସୂଚନା ଦେଇ ସେନା କହିଥିଲା, ୭୬ ଜଣ ଯବାନ ଚୀନ ସେନା ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣ ଗୁରୁତର ଆହତ ହୋଇଥିଲେ ଓ ୫୮ ଜଣ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣ ଲେହରେ ଥିବା ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଆଉ ୫୮ ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment

ସୂଚନା ଥାଉକି, ୧୯୬୭ ପରେ ଭାରତ ଚାଇନା ମଧ୍ୟରେ ଏହା ସବୁଠାରୁ ବଡ଼ ମୁହାଁମୁହିଁ ପରିସ୍ଥିତି ଥିଲା। ୧୯୬୭ରେ ହୋଇଥିବା ସଂଘର୍ଷରେ  ଭାରତର ୮୦ ଯବାନ ସହିଦ ହୋଇଥିବା ବେଳେ ଚାଇନା ପକ୍ଷରୁ ୩୦୦ ମରିଥିଲେ।

ଆହୁରି ପଢ଼ନ୍ତୁ:ସହିଦ ପୁଅ ପାଇଁ କାଲି ପଡ଼ିଥିଲା କାନ୍ଦବୋବାଳି, ହେଲେ ଆଜି..

India-China Border Tension India China Border Fight India China Border Fight Update Galwan Valley News Indo China Clash
Advertisment
Advertisment