/odishatv-khabar/media/post_attachments/uploadimage/library/16_9/16_9_0/rabi-kishan_1625292362.jpg)
rabi-kishan
ନୂଆଦିଲ୍ଲୀ: ବିଜେପି ସାଂସଦ ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ? ବଲିଉଡ୍ରେ ଡ୍ରଗ୍ସ କାରବାର ନେଇ ମୁହଁ ଖୋଲିବା ପରେ ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଶନଙ୍କୁ ହତ୍ୟା ଧମକ ମିଳୁଛି ବୋଲି କୁହାଯାଉଛି। କିନ୍ତୁ ସତରେ ତାଙ୍କୁ ହତ୍ୟା ଧମକ ମିଳୁଛି କି ନାହିଁ। ସେ ସମ୍ପର୍କରେ ସମୟ ଆସିଲେ କହିବେ ବୋଲି ରବି କିଶନ କହିଛନ୍ତି।
ତେବେ ଡ୍ରଗ୍ସ କାରବାର ବିରୋଧରେ ସ୍ୱର ଉତ୍ତ୍ୱୋଳନ କରିବାରୁ ତାଙ୍କ ହାତରୁ ଦୁଇଟି ପ୍ରୋଜେକ୍ଟ ଖସିଯାଇଛି। କିନ୍ତୁ ତଥାପି ସେ ଡ୍ରଗ୍ସ କାରବାର ବିରୋଧରେ ସ୍ୱର ଉତ୍ତ୍ୱୋଳନ କରିବେ ବୋଲି ରବି କିଶନ କହିଛନ୍ତି।
ହତ୍ୟା ଧମକ ବିଷୟରେ ଗଣମାଧ୍ୟମ ପ୍ରଶ୍ନ କରିବାରୁ ସେ ପ୍ରତିକ୍ରିୟା ଦେଇ କହିଛନ୍ତି “ ସମୟ ଆସିଲା ପରେ କହିବି। ଦେଶର ପିଲାମାନଙ୍କ ପାଇଁ, ଫିଲ୍ମ ଇଣ୍ଡଷ୍ଟ୍ରୀର ପିଲାମାନଙ୍କ ପାଇଁ, ଭାରତ ପାଇଁ ମୁଁ ସ୍ୱର ଉଠାଇଛି। ଏଥିପାଇଁ ମୁଁ ଏକଥା ଭାବିନି ଯେ ମୋତେ କେହି ମାରିଦେବ। ଆଉ ଯଦି ବି କେହି ମାରିବ ତେବେ ଦେଶର ଭବିଷ୍ୟତ ପାଇଁ ଦୁଇ-ପାଞ୍ଚ ଗୁଳି ଖାଇଲେ ବି କୌଣସି ଚିନ୍ତା ନାହିଁ।”
କିଛିଦିନ ତଳେ ଡ୍ରଗ୍ସ କାରବାର ନେଇ ଲୋକସଭାରେ ସ୍ୱର ଉତ୍ତୋଳନ କରିଥିଲେ ରବି କିଶନ। ଯାହାକୁ ନେଇ ସମାଜବାଦୀ ପାର୍ଟି ନେତ୍ରୀ ଜୟା ବଚ୍ଚନ ରବିଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଯେଉଁ ଥାଳିରେ ଖାଉଛ ସେହି ତାଳିକୁ କଣା କରୁଛ(ବଲିଉଡ୍) ବୋଲି କହିଥିଲେ ଜୟା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)