Advertisment

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ଦଳର ଏକ ମିଶ୍ରଣପର୍ବର ଯୋଗ ଦେଇ ଫେରିବା ପରେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଆଠ୍‌ୱାଲେଙ୍କ ପାର୍ଟି (ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ)ରେ ଅଭିନେତ୍ରୀ ପାୟଲ ଘୋଷ ଯୋଗ ଦେଇଥିଲେ। ଏଥିପାଇଁ ଏକ ସାଧାରଣରେ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରୁ ଫେରିବା ପରେ ଆଠ୍‌ୱାଲେ କରୋନା ପଜିଟିଭ୍ ହୋଇଛନ୍ତି। ସମାରୋହରୁ ଫେରିବାର ଦିନକ ପରେ ଆଠ୍‌ୱାଲେ ଶରୀରରେ ଯନ୍ତ୍ରଣା ଅନୁଭବ କରିବା ସହିତ […]

କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍

ramdas-athwale

Advertisment

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ତାଙ୍କ ଦଳର ଏକ ମିଶ୍ରଣପର୍ବର ଯୋଗ ଦେଇ ଫେରିବା ପରେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି।

Advertisment

ଆଠ୍‌ୱାଲେଙ୍କ ପାର୍ଟି (ରିପବ୍ଲିକାନ ପାର୍ଟି ଅଫ୍‌ ଇଣ୍ଡିଆ)ରେ ଅଭିନେତ୍ରୀ ପାୟଲ ଘୋଷ ଯୋଗ ଦେଇଥିଲେ। ଏଥିପାଇଁ ଏକ ସାଧାରଣରେ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରୁ ଫେରିବା ପରେ ଆଠ୍‌ୱାଲେ କରୋନା ପଜିଟିଭ୍ ହୋଇଛନ୍ତି। ସମାରୋହରୁ ଫେରିବାର ଦିନକ ପରେ ଆଠ୍‌ୱାଲେ ଶରୀରରେ ଯନ୍ତ୍ରଣା ଅନୁଭବ କରିବା ସହିତ କାଶ ହୋଇଥିଲା। ସନ୍ଦେହରେ ସେ କରୋନା ଟେଷ୍ଟ କରାଇଥିଲେ। ମଙ୍ଗଳବାର ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଖୁବ୍‌ଶୀଘ୍ର ତାଙ୍କୁ ମୁମ୍ବାଇର ଏକ ହସ୍‌ପିଟାଲରେ ଭର୍ତ୍ତି କରାଯିବ ବୋଲି ସୂଚନା ମିଳିଛି।

ସୋମବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାୱାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେ ବର୍ତ୍ତମାନ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେହିପରି ମାହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବିହାର ନିର୍ବାଚନ ଦାୟିତ୍ୱରେ ଥିବା ଦେବେନ୍ଦ୍ର ରାଲିରୁ ଫେରିବା ପରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ପୂର୍ବରୁ ବରିଷ୍ଟ ବିଜେପି ନେତା ଶାହନୱାଜ ହୁସେନ, ଓ ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ମଧ୍ୟ କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ