/odishatv-khabar/media/post_attachments/uploadimage/library/16_9/16_9_0/nrutya_1625436123.jpg)
nrutya
ଲକ୍ଷ୍ନୌ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳ ଦାସ କରୋନାରେ ସଂକ୍ରମିତ ହୋଇଛନ୍ତି। ମହନ୍ତ ମହନ୍ତ ନିତ୍ୟଗୋପାଳ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରୁଥିଲେ। ଯାହା ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଯେଉଁଥିରେ ତାଙ୍କର ସ୍ୱାବ୍ ରିପୋର୍ଟ ପଜିଟିଭ ଆସିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ସୂଚନା ମିଳିଛି।
ଏହାପରେ ମହନ୍ତ ନିତ୍ୟ ଗୋପାଳଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଚିକିତ୍ସା ବ୍ୟବସ୍ଥା ପଚାରି ବୁଝିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ଚିକିତ୍ସିତ ହେଉଥିବା ମେଦାନ୍ତ ହସ୍ପିଟାଲ ମୁଖ୍ୟଙ୍କ ସହ ମଧ୍ୟ ଯୋଗୀ ଆଦିତ୍ୟନାଥ କଥା ହୋଇଛନ୍ତି।
ସୂଚନାଯୋଗ୍ୟ, ମହନ୍ତ ନିତ୍ୟ ଗୋପାଳ ପ୍ରତି ଜନ୍ମାଷ୍ଟମୀରେ ମଥୁରା ଆସନ୍ତି। ତେବେ ମଥୁରା ଆସିବା ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲେ। ଗତ ୫ ତାରିଖରେ ରାମ ମନ୍ଦିନର ଭୂମି ପୂଜନ ଅବସରରେ ୮୨ ବର୍ଷୀୟ ନିତ୍ୟ ଗୋପାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଷ୍ଟେଜ୍ ଶେଆର୍ କରିଥିଲେ। ଯେହେତୁ ପ୍ରଧାନମନ୍ତ୍ରୀ ମୋଦି ନିତ୍ୟ ଗୋପାଳଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେଣୁ ତାଙ୍କ ପ୍ରତି ଏବେ ସଂକ୍ରମଣର ବିପଦ ଦେଖାଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)