Advertisment

କୃଷି ଆଇନ୍‌ ଉଠାଇ ନେବାକୁ କେନ୍ଦ୍ର ସରକାରଙ୍କୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମୟ ଦେଲେ ଚାଷୀ

ନୂଆଦିଲ୍ଲୀ: ସରକାର ଯଦି ସମାଧାନ ନ ବାହାର କରନ୍ତି ତେବେ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ କୃଷକ ଆନ୍ଦୋଳନ ଚାଲିବ। ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି। ଆଜି ଦିଲ୍ଲୀ-ଉତ୍ତରପ୍ରଦେଶ ଗାଜି ବୋର୍ଡରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ। ସେ କହିଛନ୍ତି ଯେ ଚାପରେ ରହି ଆମେ କୌଣସି ଆଲୋଚନା କରିବାକୁ ଚାହୁଁନାହୁଁ। ନୂଆ କୃଷି ଆଇନ୍ […]

author-image
Abinash Pati
କୃଷି ଆଇନ୍‌ ଉଠାଇ ନେବାକୁ କେନ୍ଦ୍ର ସରକାରଙ୍କୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମୟ ଦେଲେ ଚାଷୀ

farmer-2

ନୂଆଦିଲ୍ଲୀ: ସରକାର ଯଦି ସମାଧାନ ନ ବାହାର କରନ୍ତି ତେବେ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ କୃଷକ ଆନ୍ଦୋଳନ ଚାଲିବ। ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଭାରତୀୟ କିଷାନ ୟୁନିୟନର ନେତା ରାକେଶ ଟିକାୟତ କହିଛନ୍ତି। ଆଜି ଦିଲ୍ଲୀ-ଉତ୍ତରପ୍ରଦେଶ ଗାଜି ବୋର୍ଡରରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଏପରି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ।

Advertisment

ସେ କହିଛନ୍ତି ଯେ ଚାପରେ ରହି ଆମେ କୌଣସି ଆଲୋଚନା କରିବାକୁ ଚାହୁଁନାହୁଁ। ନୂଆ କୃଷି ଆଇନ୍ ରଦ୍ଦ କରିବାକୁ ଆମେ କେନ୍ଦ୍ର ସରକାରଙ୍କୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛୁ। ଯଦି ଏହି ସମୟ ଭିତରେ ସରକାର ଆଇନ୍‌ ରଦ୍ଦ ନ କରନ୍ତି ତେବେ ପରବର୍ତ୍ତି ଯୋଜନା କରାଯିବ ବୋଲି ରାକେଶ ସୂଚନା ଦେଇଛନ୍ତି।

ସେହିପରି ଚକ୍କା ଯାମ ନେଇ ସୂଚନା ଦେଇ ରାକେଶ କହିଛନ୍ତି ଯେ ଉତ୍ତର ପ୍ରଦେଶର ଓ ଉତ୍ତରଖାଣ୍ଡର ଚକ୍କା ଯାମ ନେଇ କୌଣସି ଯୋଜନା ନଥିଲା। ତେବେ କେତେକ ଦୁର୍ବୃତ୍ତ ଚକ୍କାଯାମ କରି ପୁଣି ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ। ଫଳ ସ୍ୱରୂପ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଚକ୍କା ଜାମ ହୋଇ ନାହିଁ ବୋଲି ରାକେଶ କହିଛନ୍ତି।

Advertisment

ଉତ୍ତର ପ୍ରଦେଶରେ ଓ ଉତ୍ତରାଖଣ୍ଡରେ କୌଣସି ରାସ୍ତା ବନ୍ଦ ହୋଇନାହିଁ। କିନ୍ତୁ ଏହି ଦୁଇ ରାଜ୍ୟର ଚାଷୀମାନଙ୍କୁ କେତେବେଳେ ବି ଡକରା ପଡ଼ିପାରେ। ଦିଲ୍ଲୀ ଆସି ଆନ୍ଦୋଳନରେ ଛିଡ଼ା ହେବାକୁ କୁହାଯାଇପାରେ ବୋଲି ରାକେଶ କହିଛନ୍ତି। ତେବେ ଏନେଇ କୃଷକ ସଂଗଠନର ଏକ ଦଳ ଏହି ଦୁଇ ରାଜ୍ୟର ଜିଲ୍ଲା ମୁଖ୍ୟାଳୟରେ ସ୍ମାରକୀ ପତ୍ର ଦେଇଛନ୍ତି ବୋଲି ରାକେଶ ସୂଚନା ଦେଇଛନ୍ତି।

ଅନ୍ୟପଟେ ଚକ୍କା ଯାମ ଆନ୍ଦୋଳନ ଶେଷ ହୋଇଛି। ଦିଲ୍ଲୀର ପ୍ରତ୍ୟେକ ମେଟ୍ରୋ ଷ୍ଟେସନ୍‌ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ଖୋଲିଛି ବୋଲି ଦିଲ୍ଲୀ ମେଟ୍ରୋ ପକ୍ଷରୁ ସୂଚନା ମିଳିଛି। ଏହା ପୂର୍ବରୁ କୃଷକଙ୍କ ଚକ୍କା ଯାମ ଅନ୍ଦୋଳନ ପାଇଁ ଦିଲ୍ଲୀ ମେଟ୍ରୋର ଅନେକ ଷ୍ଟେସନର ଗେଟ୍ ବନ୍ଦ ଥିଲା।

କୃଷି ଆଇନ ବିରୋଧରେ ଆନ୍ଦୋଳନକୁ ଜୋରଦାର କରି ଆଜି ସାରା ଦେଶରେ ଚକା ଜାମ୍‌ର ଆହ୍ୱାନ ଦେଇଥିଲା କୃଷକ ସଂଗଠନ। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୩ଟା ଯାଏ ୩ ଘଣ୍ଟା ପାଇଁ ଏହି ଚକା ଜାମ୍ କରାଯିବ। ୪୦ଟି କୃଷକ ସଂଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏହି ଚକାଜାମ୍ ଡାକରା ଦିଆଯାଇଥିଲା।

ଦିଲ୍ଲୀର ତିନୋଟି ସୀମା ସିଂଘୁ, ଟିକରୀ ଏବଂ ଗାଜିପୁର ବର୍ଡରରେ ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି। ଏଠାରେ ପୋଲିସ ବିଭିନ୍ନ ସ୍ତରର ସୁରକ୍ଷା ବ୍ୟବସ୍ଥା କରିଛି। ଏହି ତିନୋଟି ଅଞ୍ଚଳରେ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ମଧ୍ୟ ବନ୍ଦ କରାଯାଇଛି। ଶନିବାର ରାତି ପର୍ଯ୍ୟନ୍ତ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରହିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Farmer Protest
Advertisment
Advertisment