Advertisment

ଦଳରୁ ବିଦା ହେବା ପରେ କ’ଣ କରିବେ ସଚିନ ? ଦଳରେ ରହିବେ ନା....

ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ରୋଚନ ମୋଡ ନେଉଛି। ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି ସଚିନଙ୍କ ଉପରେ।  କ’ଣ ହେବ ସଚିନ୍ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ?  ଦଳରେ ରହିବେ ନା ଆଉ କିଛି ପନ୍ଥା ଗ୍ରହଣ କରିବେ ? ସେ ନେଇ ଏବେ ଜୋର ଧରିଛି କଳ୍ପନାଜଳ୍ପନା। ସଚିନ୍‌ ପାଇଲଟଙ୍କୁ  ଦଳର ସମସ୍ତ ପଦ ପଦବୀରୁ  ବରଖାସ୍ତ କରାଯାଇଛି। ଏପରିକି ପାର୍ଟି […]

author-image
Minati Mishra
ଦଳରୁ ବିଦା ହେବା ପରେ କ’ଣ କରିବେ ସଚିନ ? ଦଳରେ ରହିବେ ନା....

rajasthan political crisis

ଜୟପୁର: ରାଜସ୍ଥାନ ରାଜନୀତି ଦିନକୁ ରୋଚନ ମୋଡ ନେଉଛି। ଗତକାଲି ଗେହଲଟ ସରକାର ସଚିନ ପାଇଲଟଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି ସଚିନଙ୍କ ଉପରେ।  କ’ଣ ହେବ ସଚିନ୍ ପାଇଲଟଙ୍କ ପରବର୍ତ୍ତୀ ପଦକ୍ଷେପ ?  ଦଳରେ ରହିବେ ନା ଆଉ କିଛି ପନ୍ଥା ଗ୍ରହଣ କରିବେ ? ସେ ନେଇ ଏବେ ଜୋର ଧରିଛି କଳ୍ପନାଜଳ୍ପନା।

Advertisment

ସଚିନ୍‌ ପାଇଲଟଙ୍କୁ  ଦଳର ସମସ୍ତ ପଦ ପଦବୀରୁ  ବରଖାସ୍ତ କରାଯାଇଛି। ଏପରିକି ପାର୍ଟି କାର୍ଯ୍ୟାଳୟରେ ତାଙ୍କ ଫଟୋକୁ ବି କାଢ଼ି ଦିଆଯାଇଛି । ଏହାପରେ ନିଜ ସମର୍ଥନରେ ବାହାରିଥିବା ସମସ୍ତଙ୍କୁ ଟ୍ୱିଟ୍‌ରେ ଧନ୍ୟବାଦ ଦେବା ସହ ‘ସତ୍ୟ ଅସୁବିଧାରେ ପଡିପାରେ, ପରାଜିତ ହୋଇପାରେନା’ ବୋଲି ଟ୍ୱିଟ୍ କରିଥିଲେ।

ସେପଟେ ରାଜସ୍ଥାନ ସରକାର ପାଇଁ ଦେଖାଦେଇଥିବା ସଙ୍କଟ ପରେ ଆଜି ଜୟପୁର ଆସିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ।   ବିଜେପି ବିଧାୟକ ଦଳ ବୈଠକରେ ଆଲୋଚନା କରିବେ ବସୁନ୍ଧରା। ଏହି ବୈଠକ ପରେ ଦଳର ଆଗାମୀ ରଣନୀତି ସ୍ପଷ୍ଟ ହୋଇପାରେ।

Advertisment

ଅନ୍ୟପକ୍ଷେ ଆଜି ଦିନ ୧୧ଟା ବେଳେ ପାଇଲଟ୍ ସାମ୍ବାଦିକ ସମ୍ମିଳନୀ କରିପାରନ୍ତି ସଚିନ୍‌ ପାଇଲଟ୍‌ । ଏହି ଅବସରରେ  ଆଗାମୀ ରଣନୀତି ନେଇ ସେ ସୂଚନା ଦେଇପାରନ୍ତି।

ଆହୁରି ପଢ଼ନ୍ତୁ: କଂଗ୍ରେସରୁ ସସ୍‌ପେଣ୍ଡ୍ ହେଲେ ସଞ୍ଜୟ ଝା

Sachin Pilot Rajasthan Political Crisis Update In Odia
Advertisment
Advertisment