Advertisment

ଚାଷଜମିରୁ ମିଳିଲା ୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତଦେହ

ଯୋଧପୁର: ରାଜସ୍ତାନ ଟେଚୁର ଲୋଡ଼ତା ଅଚଲାବତା ଗାଁରେ ୧୧ ଜଣ ପାକିସ୍ତାନ ଶରଣାର୍ଥୀଙ୍କ ମୃତଦେହ ମିଳିଛି। ଗାଁ ନିକଟସ୍ଥ ଚାଷଜମିରୁ ୧୧ ଜଣଙ୍କର ମୃତଦେହ ମିଳିବା ପରେ ଗାଁର କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ୧୧ ଜଣ ଗୋଟିଏ ପରିବାରର ଥିଲେ ଓ ସେମାନେ ଅଚଲାବତା ଗାଁରେ ଚାଷ କରି ପେଟ ପୋଷୁଥିଲେ। କେହି ଦୃର୍ବୃତ୍ତ ଏମାନଙ୍କୁ ହତ୍ୟା କରି ଏମିତି ବିଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇଁ ପୁଲିସ ସେଠାରେ ପହଞ୍ଚି […]

author-image
Abinash Pati
ଚାଷଜମିରୁ ମିଳିଲା ୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତଦେହ

jodhpur

ଯୋଧପୁର: ରାଜସ୍ତାନ ଟେଚୁର ଲୋଡ଼ତା ଅଚଲାବତା ଗାଁରେ ୧୧ ଜଣ ପାକିସ୍ତାନ ଶରଣାର୍ଥୀଙ୍କ ମୃତଦେହ ମିଳିଛି। ଗାଁ ନିକଟସ୍ଥ ଚାଷଜମିରୁ ୧୧ ଜଣଙ୍କର ମୃତଦେହ ମିଳିବା ପରେ ଗାଁର କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ୧୧ ଜଣ ଗୋଟିଏ ପରିବାରର ଥିଲେ ଓ ସେମାନେ ଅଚଲାବତା ଗାଁରେ ଚାଷ କରି ପେଟ ପୋଷୁଥିଲେ।

Advertisment

କେହି ଦୃର୍ବୃତ୍ତ ଏମାନଙ୍କୁ ହତ୍ୟା କରି ଏମିତି ବିଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇଁ ପୁଲିସ ସେଠାରେ ପହଞ୍ଚି ୧୧ଟି ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ,୪ ଜଣ ମହିଳା, ୪ ଛୋଟ ପିଲା ଥିବା ସୂଚନା ମିଳିଛି। ସବୁଠାରୁ ବଡ଼ କଥା ହେଲା ଚାଷଜମିରୁ ଜଣେ ଆହତ ଯୁବକଙ୍କୁ ମଧ୍ୟ ଉଦ୍ଧାର କରିଛି ପୁଲିସ। ତାଙ୍କୁ ନିକଟସ୍ଥ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ମୃତକ ପରିବାର ପାକିସ୍ତାନ ବିସ୍ଥାପିତ ଭୀଲ ସମାଜର ଲୋକ ଥିଲେ। ଏମାନେ ପାକିସ୍ତାନରୁ ଯୋଧପୁର ଆସି ଚାଷବାସ କରି ପେଟ ପୋଷୁଥିଲେ। କ୍ଷେତରେ କୁଡ଼ିଆ କରି ରହୁଥିଲେ। ମୃତ୍ୟୁ ନେଇ କୌଣସି ସଠିକ୍‌ ତଥ୍ୟ ଆସିନଥିବା ବେଳେ ଏମାନେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବାର ମଧ୍ୟ କୁହାଯାଉଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisment
Advertisment
Advertisment