/odishatv-khabar/media/post_attachments/uploadimage/library/16_9/16_9_0/Licars-l_1620712335.jpg)
liquor home delivery
ରାୟପୁର: କରୋନାର ଦ୍ଵିତୀୟ ଲହରରେ ଥରୁଛି ସାରା ଛତିଶଗଡ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସାରା ରାଜ୍ୟ ଲକ୍ଡାଉନ । ଲକଡାଉନରେ ଆବଶ୍ୟକ ଜିନିଷ ପାଇଁ ଲୋକଙ୍କର ଚିିନ୍ତା ଯେତିକି ନୁହେଁ, ଚିନ୍ତା ବେଶୀ ମଦ ପାଇଁ । ଚାହିଦାକୁ ଦେଖି ସରକାର ମଦର ହୋମ ଡେଲିଭରି ପାଇଁ ବ୍ୟବସ୍ଥା କରିଛନ୍ତି । ସୋମବାରଠାରୁ ଏହି ହୋମ ଡେଲିଭରି ଆରମ୍ଭ ହୋଇଛି । ଏଥିପାଇଁ ସରକାର ଏକ ଆପ୍ ଖୋଲିଛନ୍ତି । ଏହି ଆପରେ ଗୋଟିଏ ଦିନରେ ୪.୩୨ କୋଟିର ମଦ କିଣିଛନ୍ତି ଲୋକେ । ଅଧିକ ଲୋକ ଏହି ଆପ୍କୁ ଖୋଲିବାରୁ ଏହା କ୍ରାଶ ମଧ୍ୟ ହୋଇ ଯାଇଥିଲା ।
ଅନ୍ୟପକ୍ଷେ ଭୁପେଶ ବଘେଲ ସରକାରଙ୍କର ଏପରି ମଦର ହୋମ ଡେଲିଭରିକୁ ବିଜେପି କଡା ସମାଲୋଚନା କରିଛି । ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଟୁଇଟ କରି କହିଛନ୍ତି, ‘ଭୂପେଶ ବଘେଲ ସରକାରଙ୍କୁ ଧନ୍ୟବାଦ ଦିଅନ୍ତୁ । କରୋନା ସଙ୍କଟ ସମୟରେ ପ୍ରଥମ ସରକାର ଯିଏ ମଦର ହୋମ ଡେଲିଭରି କରୁଛି । ଆପଣଙ୍କ ଘରେ ରାଶନ, ଔଷଧ, ଭାକ୍ସିନ ପହଞ୍ଚୁ ବା ନ ପହଞ୍ଚୁ, କନ୍ତୁ ମଦ ନିଶ୍ଚୟ ପହଞ୍ଚିଯିବ । ଡାକ୍ତରଖାନାରେ ରୋଗୀ ମରୁଛନ୍ତି, କିନ୍ତୁ ଏଇ ସରକାରକୁ କେବଳ ମଦୁଆଙ୍କ ଚିନ୍ତା ଘାରୁଛି ।’
ସୂଚନା ଥାଉ କି, ଛତିଶଗଡ଼ ଷ୍ଟେଟ ମାର୍କେଟିଂ କର୍ପୋରେଶନ ଲିମିଟେଡ୍ ଦ୍:ାରା ଆରମ୍ଭ ହୋଇଥିବା ଏହି ମଦର ଅନଲାଇନ ବିକ୍ରି ସକାଳ ୯ଟାରୁ ଆରମ୍ଭ ହେବ ଏବଂ ରାତି ୮ଟା ପର୍ଯ୍ୟନ୍ତ ଚାଲିବ । ଅନଲାଇନ ଅର୍ଡର କରିବା ସମୟରେ ମଦର ନାଁ ଏବଂ ଏହାର ରେଟ ଆପ୍ରେ ଦେଖାଯିବ । ମଦ ଦୋକାନଠାରୁ ୧୫ କିମି ଦୂରତା ଭିତରେ ମଦ ମଗାଇ ପାରିବ ଏବଂ ହୋମ ଡେଲିଭରି ପାଇଁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଅବକାରୀ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଅନଲାଇନ ମଦ କିଣିବା ପାଇଁ ଲକ୍ଷେରୁ ଅଧିକ ଲୋକ ଗୁଗୁଲ ପ୍ଲେ ଷ୍ଟୋରରୁ ଏହି ଆପ ଡାଉନଲୋଡ କରିଛନ୍ତି ।
ଛତିଶଗଡ ସରକାରଙ୍କ ମଦର ହୋମ ଡେଲିଭରି ପ୍ରୟୋଗ ପ୍ରଥମ ଦିନରେ ହିଁ ହିଟ ହୋଇଗଲା । ସନ୍ଧ୍ୟା ୫ଟା ସୁଦ୍ଧା ୪ କୋଟି ୩୨ ଲକ୍ଷର ଅନଲାଇନ ଅର୍ଡର ଆସିିଥିଲା । ଗୋଟିଏ ଅର୍ଡର ପାଖାପାକି ୧୫୦୦ ଟଙ୍କାର । ଛତିଶଗଡ ସରକାରଙ୍କ କହିବା ଅନୁଯାୟୀ, ଏପରି ହୋମ ଡେଲିଭରି ଦ୍ୱାରା ବିଷାକ୍ତ ଏବଂ ନକଲି ମଦର କାରବାର ହ୍ରାସ ପାଇବ ।
ଏନେଇ ରାଜ୍ୟ ଅବକାରୀ ମନ୍ତ୍ରୀ କବାସି ଲଖମା କହିଛନ୍ତିି, ଆମ ପୋଲିସ ବେଆଇନ ମଦ ବିକ୍ରିକୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି । ଛତିଶଗଡରେ ଲକଡାଉନ ଯୋଗୁ ମଦ ଦୋକାନ ବନ୍ଦ ରହିବାରୁ ଲୋକେ ଅନ୍ୟ ପାନୀୟ ବ୍ୟବହାର କରୁଛନ୍ତି । ଏହି କାରଣରୁ ବିଳାସପୁର ଏବଂ ରାୟପୁରରେ ଅଘଟଣ ଘଟିଥିଲା । ତେଣୁ ସରାକର ଅନଲାଇନରେ ମଦ ବିକ୍ରି କରିବା ନିଷ୍ପତ୍ତି ନେଇିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)