/odishatv-khabar/media/post_attachments/uploadimage/library/16_9/16_9_0/rahul_1625281112.jpg)
rahul
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମୃତୟନ ଥିବା ପୁଲିସ କର୍ମୀ ଅଟକାଉଥିବା ବେଳେ ହଠାତ ତଳେ ପଡ଼ିଗଲେ ରାହୁଲ ଗାନ୍ଧି। ଗ୍ରେଟର ନୋଏଡ଼ାରେ ଉତ୍ତରପ୍ରଦେଶ ସୀମା ପରିଚାଳନାରେ ମୁତୟନ ଥିବା ପୁଲିସ କର୍ମଚାରୀମାନେ ରାହୁଲ ଗାନ୍ଧି ଓ ତାଙ୍କ ଟିମ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଠେଲାପେଲା ହେବାରୁ ତଳେ ପଡ଼ିଯାଇଥିଲେ ରାହୁଲ୍ ଗାନ୍ଧି। ଏହାପରେ ତୁରନ୍ତ କଂଗ୍ରେସ କର୍ମୀମାନେ ସେଠାରେ ଭିଡ଼ ଜମାଇଥିଲା।
/odishatv-khabar/media/post_attachments/indiatoday/images/story/202010/WhatsApp_Image_2020-10-01_at_3_1200x768.jpeg)
ଏହାପରେ ଜଣେ ପୋଲିସ କର୍ମଚାରୀ ଆସି ତାଙ୍କୁ ଗିରଫ୍ କରିବା ପାଇଁ କହିବା ପରେ ରାହୁଲ ତାଙ୍କୁ କେଉଁ ଧାରାରରେ ଗିରଫ କରିବେ ବୋଲି ପ୍ରଶ୍ନ କରିଥିଲେ। ଏହାପରେ ପୁଲିସ କର୍ମଚାରୀ ଜଣଙ୍କ ଉତ୍ତରରେ କହିଥିଲେ, ଆପଣ ଧାରା ୧୪୪ର ଉଲ୍ଲଙ୍ଘନ କରୁଛନ୍ତି। ଏହି ଧାରା ମାତ୍ର ୫ ଜଣଙ୍କୁ ଅନୁମତି ଦେଇଥାଏ। କିନ୍ତୁ ଏଠି ଭିଡ଼ ଜମିଛି।
/odishatv-khabar/media/post_attachments/indiatoday/images/story/202010/WhatsApp_Image_2020-10-01_at_3_0_1200x768.jpeg)
ଜବାବରେ ରାହୁଲ କହିଥିଲେ, ମୁଁ କୌଣସି ଭିଡ଼ ନେଇ ଯିବାକୁ ଚାହୁଁନି, ଏକା ଯିବାକୁ ଚାହୁଁଛି, ତେବେ କେଉଁଠି ଧାରା ଉଲ୍ଲଙ୍ଘନ କଲି ? ୧୪୪ ଧାରା ଭିଡ଼ ପାଇଁ ମନା ହୋଇଥାଏ, ତାହା ମୁଁ କରୁନାହିଁ। ଏହି ଭିଡ଼ ଆପଣ କରିଛନ୍ତି ବୋଲି ରାହୁଲ କହିଥିଲେ। ତେବେ କେଉଁ ଆଧାରରେ ଆପଣ ମୋତେ ଗିରଫ କରିବେ ବୋଲି ପୁଣି ପ୍ରଶ୍ନ କରିଥିଲେ ରାହୁଲ।
ପୁଲିସ କର୍ମଚାରୀଙ୍କ ଜଣଙ୍କ ଉତ୍ତର ପାଣ୍ଡେମିକ ଆକ୍ଟର ଉଲ୍ଲଙ୍ଘନ କରିଛନ୍ତି ବୋଲି କହିଥିଲେ। ଏହାପରେ ପୁଲିସ କର୍ମଚାରୀଙ୍କୁ ଲାଠି ଚାର୍ଜ ନେଇ ପ୍ରଶ୍ନ କରିଥିଲେ କଂଗ୍ରେସ କର୍ମୀ। ଯୁକ୍ତିତର୍କ ପରେ ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକ ରଖାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)