/odishatv-khabar/media/post_attachments/uploadimage/library/16_9/16_9_0/singer_1625444642.jpg)
singer
ନୂଆଦିଲ୍ଲୀ: ପ୍ରସିଦ୍ଧ ଗୀତିକାର ଓ କବି ରାହତ ଇନ୍ଦୋରି କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଆଜି ସେ ନିଜ ଟ୍ୱିଟ୍ରରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଗତ କାଲି କୋଭଡ -୧୯ର ଲକ୍ଷଣ ଆରମ୍ଭ ହେବାର ମୁଁ ଜାଣିବାକୁ ପାଇଥିଲି। ଏନେଇ ଗତକାଲି ମୁଁ କରୋନା ପରୀକ୍ଷା କରିଥିଲି। ଯାହାର ରିପୋର୍ଟ ପଜିଟିଭ ଆସିଥିଲା। ସେ ଅରୋବିନ୍ଦୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
/odishatv-khabar/media/post_attachments/sites/default/files/styles/full/public/2020/08/11/918677-4149734323825570584361092154719375108603904n.jpg)
ଏନେଇ ରାହତ ଇନ୍ଦୋରି ପ୍ରଂଶସକମାନଙ୍କୁ ଅପିଲ୍ କରିଛନ୍ତି ଯେ ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପାଇଁ ତାଙ୍କୁ କି ତାଙ୍କ ପରିବାର ସଦସ୍ୟଙ୍କୁ ବାରମ୍ବାର ଫୋନ୍ କରି ହଇରାଣ ନକରିବା ପାଇଁ। ଏନେଇ ଟ୍ୱିଟ୍ର ଓ ଫେସ୍ବୁକ୍ ମଧ୍ୟାମରେ ସମସ୍ତ ସୂଚନା ଦିଆଯିବ।
/odishatv-khabar/media/post_attachments/indiatoday/images/story/202008/107816843_4288746321150497_515.jpeg)
ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକରେ ୫୩ ହଜାର ୬୦୧ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦିନକରେ ୮୭୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ ସଂଖ୍ୟା ୪୫ ହଜାର ୨୫୭କୁ ବୃଦ୍ଧି ପାଇଛି। ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ।
/odishatv-khabar/media/post_attachments/images/03_06_2019-rahat-indori-pic_19279786.jpg)
ବର୍ତ୍ତମାନ ସୁଦ୍ଧା ୧୫,୮୩,୪୮୯ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୬,୩୯,୯୨୯ ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୮ ହଜାର ୫୦ ଜଣଙ୍କ ମୃତ୍ୟୁ ହୋଇଛି। ତାମିଲନାଡୁରେ ୫୦୪୧, ଦିଲ୍ଲୀ- ୪୧୩୧, କର୍ଣ୍ଣାଟକରେ ୩୩୧୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)