Advertisment

ସର୍ତ୍ତ ରଖି ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିଲା ପଞ୍ଜାବ କୃଷକ ସଂଘ

ଅମ୍ରିତସର: ସର୍ତ୍ତ ରଖି ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିଲା କେନ୍ଦ୍ର କୃଷି ବିଲ୍‌ ବିରୋଧରେ ଆନ୍ଦୋଳନ କରୁଥିବା ପଞ୍ଜାବ କୃଷକ ସଂଘ। ଯଦି ୧୫ ଦିନ ଭିତରେ କେନ୍ଦ୍ର ସରକାର ତାଙ୍କ ସହିତ କୃଷି ବିଲ୍ ସମ୍ପର୍କରେ ଆଲୋଚନା ନକରନ୍ତି, ତେବେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚାଷୀ ସଂଘ ଧମକ ଦେଇଛି। ଆନ୍ଧୋଳନ ସ୍ଥଗିତ ହେବା ପରେ ଆସନ୍ତାକାଲିଠାରୁ ରାଜ୍ୟରେ ରେଳଚାଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି। ରେଳରୋକକୁ ସ୍ଥଗିତ ରଖି ଆଗାମୀ ୧୫ […]

author-image
Otv Khabar Bureau
ସର୍ତ୍ତ ରଖି ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିଲା ପଞ୍ଜାବ କୃଷକ ସଂଘ

punjab

ଅମ୍ରିତସର: ସର୍ତ୍ତ ରଖି ରେଳରୋକ ଆନ୍ଦୋଳନକୁ ସ୍ଥଗିତ ରଖିଲା କେନ୍ଦ୍ର କୃଷି ବିଲ୍‌ ବିରୋଧରେ ଆନ୍ଦୋଳନ କରୁଥିବା ପଞ୍ଜାବ କୃଷକ ସଂଘ। ଯଦି ୧୫ ଦିନ ଭିତରେ କେନ୍ଦ୍ର ସରକାର ତାଙ୍କ ସହିତ କୃଷି ବିଲ୍ ସମ୍ପର୍କରେ ଆଲୋଚନା ନକରନ୍ତି, ତେବେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚାଷୀ ସଂଘ ଧମକ ଦେଇଛି। ଆନ୍ଧୋଳନ ସ୍ଥଗିତ ହେବା ପରେ ଆସନ୍ତାକାଲିଠାରୁ ରାଜ୍ୟରେ ରେଳଚାଳାଚଳ ସ୍ୱାଭାବିକ ହେବ ବୋଲି ସୂଚନା ମିଳିଛି।

Advertisment

ରେଳରୋକକୁ ସ୍ଥଗିତ ରଖି ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରେଳ ଚଳାଚଳ  କରିବାକୁ ଅନୁମତି ଦେଇଛି କୃଷି ସଂଘ। ଏନେଇ ସଂଘ କହିଛି ଯେ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ରେଳ ଚଳାଚଳରେ କୌଣସି ବାଧା ସୃଷ୍ଟି ହେବ ନାହିଁ। ଏହି ସମୟରେ କେନ୍ଦ୍ର ସରକାର ଆଲୋଚନା କରିବା ଉଚିତ। ଯଦି ୧୫ ଦିନ ମଧ୍ୟରେ ଏପରି ନହୁଏ ତେବେ ପୁଣିଥରେ ଆନ୍ଦୋଳନ ଆରମ୍ଭ ହେବ ବୋଲି ସଂଘ ଚେତାବନୀ ଦେଇଛି।

ଗତ ସଂସଦ ଅଧିବେସନରେ କେନ୍ଦ୍ର କୃଷି ବିଲ୍‌ ପାରିତ ହୋଇଥିଲା। ଏହା ବିରୋଧରେ ପଞ୍ଜାବ କୃଷି ସଂଘ ଆନ୍ଦୋଳନ ଜାରି ରଖିଛି। କୃଷି ସଂଘରେ ରେଳରୋକ ସ୍ଥଗିତ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ। ୧୫ ଦିନ ପାଇଁ କୃଷକମାନେ ରଳଚଳାଚଳକୁ ଅନୁମିତ ଦେଇଥିବାରୁ ଏହି ନିସ୍ପତ୍ତିକୁ ସ୍ୱାଗତ କରୁଛି ବୋଲି କହିଛନ୍ତି ଅମରିନ୍ଦର। କାରଣ ଏହା  ଅର୍ଥନୀତିକୁ ସୁଧାର ଆଣିପାରିବ ବୋଲି ଅମିରନ୍ଦର ଟ୍ୱିଟ୍ କରିବା ସହିତ ଯଥାଶୀଘ୍ର ରେଳସେବା ଆରମ୍ଭ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

Advertisment

ସେପ୍ଟେମ୍ବର ୨୪ ତାରିଖରେ ପଞ୍ଜାବରେ କେନ୍ଦ୍ର କୃଷି ବିଲ୍‌ର ୩ନିଟି ଯାକ ଆଇନ୍‌କୁ ନେଇ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା। ଫଳରେ ୩,୮୫୦ ମାଲଗାଡ଼ି ପ୍ରଭାବିତ ହେଉଥିଲା। ତା ସହିତ ୨,୩୫୨ ଯାତ୍ରୀବାହୀ ଟ୍ରେନ୍‌ ମଧ୍ୟ ବାଧାପ୍ରାପ୍ତ ହୋଇଛି।

Advertisment
Advertisment