/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error432_1625494695.jpg)
vlcsnap-error432
ଅମ୍ରିତଶର: ପଞ୍ଚାବ କଂଗ୍ରେସରେ ଦଳୀୟ କନ୍ଦଳ ଦିନକୁ ଦିନ ଘନଉଥିବା ବେଳେ ଏବେ ବିରୋଧୀଙ୍କ ମଧ୍ୟ ନାକେଦମ କଲେଣି । ଗୋଟିଏପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ନିଜ ଦଳ କଂଗ୍ରେସର କିଛି ବିଦ୍ରୋହୀ ନେତା ତାଙ୍କୁ ବିରୋଧ କରୁଥିବା ବେଳେ ଏବେ ସ୍ଥିତି ଆହୁରି ଗମ୍ଭୀର ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କୁ ଦଳରେ ସମ୍ପୂର୍ଣ୍ଣ ସମର୍ଥନ ମିଳୁନଥିବା ବେଳେ ଏବେ ବିରୋଧୀ ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପୋଲ ଖୋଲିବାରେ ଲାଗିଛନ୍ତି ।
/odishatv-khabar/media/post_attachments/wp-content/uploads/2021/06/vlcsnap-error542.png)
ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ବାସଭବନ ଆଗରେ ଏବେ ଶିରୋମଣି ଅକାଳୀ ଦଳ ଜୋରଦାର ବିକ୍ଷୋଭ କରିଛି । ସଭାପତି ସୁଖବୀର ସିଂ ବାଦଲଙ୍କ ନେତୃତ୍ୱରେ ଆଜି ଶହ ଶହ ସଂଖ୍ୟାରେ ଅକାଳୀ ଦଳ କର୍ମୀ ମୁଖ୍ୟମନ୍ତ୍ରୀଙ୍କ ବାସଭନରେ ଆଗରେ ବିଭିନ୍ନ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ଅକାଳୀ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଶେଷରେ ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ପାଣି ମାଡ଼ କରିବାକୁ ବାଧ୍ୟ ହୋଇଥିଲା ।
ଆନ୍ଦୋଳନ ବେଳେ ପୋଲିସ ସୁଖବୀର ସିଂ ବାଦଲଙ୍କୁ ଅଟକ ରଖିଥିଲା । ପଞ୍ଜାବରେ ଭ୍ୟାକ୍ସିନେସନ୍ ସହ କୋଭିଡ ପରିଚାଳନରେ ବ୍ୟାପକ ଦୁର୍ନିତୀ ଅଭିଯୋଗ ଆଣିଛି ଅକାଳୀ ଦଳ । ଏହାସହ SC ଛାତ୍ରଛାତ୍ରୀଙ୍କ ସ୍କଲାରସିପ୍ ଟଙ୍କା ବାଟମାରଣା ସହ ବେଆଇନ ଭାବେ କୃଷକଙ୍କ ଜମି ହଡପର ଅଭିଯୋଗ ମଧ୍ୟ ଆଣିଛି ଦଳ । ଗତକାଲି ପଞ୍ଜାବର ମୁଖ୍ୟ ବିରୋଧୀ ଦଳ ଆମ୍ ଆଦମି ପାର୍ଟି ମଧ୍ୟ ସରକାରଙ୍କ ବିରୋଧରେ ବ୍ୟାପକ ଘୋଟାଲା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)