Advertisment

ମୋଦିଙ୍କ ହାତ ଧରିବେ କି ମମତା !

କୋଲକାତା: ବିଜେପି ସରକାର ଲାଗୁ କରିଥିବା ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଯଦି କିଏ ଭୟଙ୍କର ବିରୋଧ କରୁଥାଏ ତେବେ ସେ ହେଉଛି ପଶ୍ଚିମବଙ୍ଗ ଟିଏମ୍‌ସି ସରକାର। ସାରା ଦେଶରେ CAA ଜଳୁଥିବାବେଳେ ଆଜି ଦୁଇ ପରସ୍ପର ବିରୋଧୀ ନେତା ଏକାଠି ହେବାକୁ ଯାଉଛନ୍ତି। ଆଜି ଟିଏମସି ନେତା ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକାନ୍ତ ବୈଠକରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି କୋଲକାତାରେ ପହଞ୍ଚୁଛନ୍ତି। ସନ୍ଧ୍ୟାରେ […]

author-image
Minati Mishra
ମୋଦିଙ୍କ ହାତ ଧରିବେ କି ମମତା !

Untitled-1

କୋଲକାତା: ବିଜେପି ସରକାର ଲାଗୁ କରିଥିବା ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ଯଦି କିଏ ଭୟଙ୍କର ବିରୋଧ କରୁଥାଏ ତେବେ ସେ ହେଉଛି ପଶ୍ଚିମବଙ୍ଗ ଟିଏମ୍‌ସି ସରକାର। ସାରା ଦେଶରେ CAA ଜଳୁଥିବାବେଳେ ଆଜି ଦୁଇ ପରସ୍ପର ବିରୋଧୀ ନେତା ଏକାଠି ହେବାକୁ ଯାଉଛନ୍ତି। ଆଜି ଟିଏମସି ନେତା ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକାନ୍ତ ବୈଠକରେ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସି କୋଲକାତାରେ ପହଞ୍ଚୁଛନ୍ତି। ସନ୍ଧ୍ୟାରେ ପିଏମ ମୋଦି ଏବଂ ସିଏମ ମମତା ବାନାର୍ଜୀଙ୍କ ରାଜଭବନରେ ସାକ୍ଷାତ ହେବ।

Advertisment

ରାଜନୀତିରେ ପରସ୍ପରର ବିରୋଧୀ ମୋଦି-ମମତା। ନିର୍ବାଚନ ମଇଦାନ ହେଉ କି ସଂସଦ, ସବୁଠି ମୋଦି ସରକାରଙ୍କ ନୀତିକୁ ସମାଲୋଚନା କରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ତୀର ତାଙ୍କୁ ଫେରାଇବା କେବେ ଭୁଲନ୍ତି ନାହିଁ। କଥାରେ କଥାରେ ମମତାଙ୍କୁ କଡ଼ା ସମାଲୋଚନା କରନ୍ତି।

ତେଣୁ ମୋଦି ସରକାର ଲାଗୁ କରିଥିବା CAAକୁ ମମତା କଡା ବିରୋଧ କରିଥିଲେ। ଏପରିକି ଏହି ଆଇନ ନିଜ ରାଜ୍ୟରେ ଲାଗୁ କରିବେନି ବୋଲି କହିଥିଲେ। ଅବଶ୍ୟ ପୂର୍ବରୁ କେରଳ, କଂଗ୍ରେସ ଶାସିତ ରାଜ୍ୟ ମଧ୍ୟ ଏହାକୁ ଲାଗୁ କରିବେନି ବୋଲି କହିସାରିଛନ୍ତି।

Advertisment

CAA, NPR, NRCକୁ ବିରୋଧ କରୁଥିବା ଦଳକୁ ଏକାଠି କରିବା ପାଇଁ କଂଗ୍ରେସ ଉଦ୍ୟମ କରୁଛି। ସେଥିପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଜାନୁଆରୀ ୧୩ ତାରିଖରେ ଏକ ବୈଠକ ଡାକିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା, ମମତା ଏହି ବୈଠକରେ ଯୋଗ ଦେବେନି ବୋଲି ଗତକାଲି ଘୋଷଣା କରିଥିଲେ। ହେଲେ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ଏକାନ୍ତ ବୈଠକରେ ଯୋଗ ଦେଉଛନ୍ତି। ଯଦିଓ କେଉଁ ପ୍ରସଙ୍ଗକୁ ନେଇ ଏକାଠି ହେଉଛନ୍ତି ତାହା ସ୍ପଷ୍ଟ ହୋଇନି ତେବେ ଦୁଇ ବିରଧୀ ତୁଙ୍ଗ ନେତା ସାମ୍ନାସାମ୍ନି ହେବା ଘଟଣା ଦେଶର ରାଜନୀତିକୁ ସରଗରମ୍‌ କରିଛି। CAA ନେଇ ମୋଦିଙ୍କ ହାତ ଧରିବେ କି ମମତା ? ଏମିତି ଅନେକ ପ୍ରଶ୍ନ ଉଠିଛି।

ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ଗସ୍ତକୁ ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିବେ ବୋଲି ଶୁଣାଯାଉଛି।  ପଦସ୍ଥ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଶନିବାର ୪ଟାରେ ପ୍ରଧାନମନ୍ତ୍ରୀ ମୋଦି ସହରରେ ପହଞ୍ଚି ନେତାମାନଙ୍କ ସହ ବୈଠକ କରିବେ। ତେବେ ଏହି ବୈଠକର ଏଜେଣ୍ଡା କ’ଣ ସେ ବିଷୟରେ ଅଧିକାରୀମାନେ କିଛି ସୂଚନା ଦେଇ ନାହାନ୍ତି। ତେବେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ରାଜଭବନର ଆଖପାଖରେ ୧୪୪ ଧାରା ଲଗାଇ ଦିଆଯାଇଛି।

Advertisment
Advertisment