Advertisment

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି “ ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କ ପାଇଁ କିଛି ଖବର ଶୁଣାଇବି। ଆପଣ ନିଶ୍ଚୟ ସାମିଲ୍‌ ହୁଅନ୍ତୁ” ପ୍ରଧାନମନ୍ତ୍ରୀଙ୍କର ଏହି ଟ୍ୱିଟ୍‌କୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି। ଦେଶରେ ଅର୍ଥନୀତି ଦୁର୍ବଳ ହୋଇପଡ଼ିଛି। ଏପଟେ କରୋନା ଭ୍ୟାକ୍ସିନ୍ ପାଇଁ ପରୀକ୍ଷଣ ଚାଲିଛି। ଅନ୍ୟପଟେ […]

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

pm-modi

Advertisment

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି “ ଆଜି ସନ୍ଧ୍ୟା ୬ଟା ବେଳେ ଦେଶବାସୀଙ୍କ ପାଇଁ କିଛି ଖବର ଶୁଣାଇବି। ଆପଣ ନିଶ୍ଚୟ ସାମିଲ୍‌ ହୁଅନ୍ତୁ”

Advertisment

ପ୍ରଧାନମନ୍ତ୍ରୀଙ୍କର ଏହି ଟ୍ୱିଟ୍‌କୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି। ଦେଶରେ ଅର୍ଥନୀତି ଦୁର୍ବଳ ହୋଇପଡ଼ିଛି। ଏପଟେ କରୋନା ଭ୍ୟାକ୍ସିନ୍ ପାଇଁ ପରୀକ୍ଷଣ ଚାଲିଛି। ଅନ୍ୟପଟେ ଦେଶକୁ ବିକାଶ ଦିଗରେ ନେବାକୁ ଅନେକ ପ୍ରଚେଷ୍ଟା ଚାଲିଛି। ତେବେ ଏହି ସମୟରେ କ’ଣ ଦରକାରୀ କଥା କହିବେ ପ୍ରଧାନମନ୍ତ୍ରୀ ତାକୁ ନେଇ ନାନା କଳ୍ପନା ଜଳ୍ପନ ଲାଗି ରହିଛି। ଯଦିଓ ଏନେଇ ପ୍ରାଧାନମନ୍ତ୍ରୀ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି, ତେବେ ସେ କରୋନା ସମ୍ପର୍କିତ ଦେଶର ସ୍ଥିତି ବିଷୟରେ ସୂଚନା ଦେଇପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି।

ମାର୍ଚ୍ଚ ମାସ ଠାରୁ ଲକ୍‌ଡାଉନ୍‌ ଘୋଷଣା କରିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କର ଦେଶବାସୀଙ୍କୁ ସପ୍ତମ ସମ୍ଭୋଧନ ହେବ। ପ୍ରତ୍ୟେକ ସମ୍ବଧୋନରେ ସେ କିଛି ନା କିଛି ଘୋଷଣା କରିଛନ୍ତି। ଅନ୍ୟପଟେ ବିହାର ନିର୍ବାଚନ ଆଖି ଆଗରେ ଥିବାରୁ ପ୍ରଧାନମନ୍ତ୍ରୀ ଘୋଷଣା ଭୋଟରଙ୍କ ପାଇଁ ହୋଇପାରେ କୁହାଯାଉଛି। ତେବେ ଆଜି ୮୦ ଦିନ ପରେ ସବୁଠାରୁ କମ୍‌ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ୪୬,୭୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫.୯୭ ଲକ୍ଷ ହୋଇଛି।

Advertisment

ସେହିପରି ମୋଟ ଆକ୍ରାନ୍ତଙ୍କ ଠାରୁ ଦେଶର କରୋନା ଆକ୍ଟିଭ୍‌ କେସ୍‌ ସଂଖ୍ୟା ୧୦ ପ୍ରତିଶତ ତଳେ ରହିଛି। ଅନ୍ୟପଟେ ୬୪ ଲକ୍ଷରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଦେଶର ମୋଟ ସୁସ୍ଥ ସଂଖ୍ୟା ୮୮.୬୩ ରହିଛି। ଏସବୁ ଦେଖିଲେ ଦେଶରେ କରୋନା ସ୍ଥିତି ସୁଧୁରୁଥିବା ଜଣାପଡ଼ୁଛି। ଦୀର୍ଘ ୮୦ ଦିନ ପରେ କରୋନା ସଂଖ୍ୟା କମିଥିବାରୁ ପ୍ରଧାନମନ୍ତ୍ରୀ ଦେଶର କରୋନା ସ୍ଥିତି ସମ୍ପର୍କରେ ଭଲ ସୂଚନା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ବର୍ତ୍ତମାନ ପାର୍ବଣ ସମୟ ଚାଲିଥିବାରୁ ପ୍ରଧାନମନ୍ତ୍ରୀ ନାଗରିକଙ୍କ ପାଇଁ କଣ ଘୋଷଣା କରିବେ ତା ଉପରେ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ