Advertisment

ଭୋକ ଭୂଗୋଳର ବିବର୍ଣ୍ଣ ଚିତ୍ର: ଏଠି ଜୀଇଁବା ପାଇଁ ଲୋକେ ଘାସପତ୍ର ଖାଆନ୍ତି

ଅଣ୍ଟାନନରୀବୋ: ସାରା ପୃଥିବୀ ଏବେ କରୋନା ଭାଇରସର ମୃତ୍ୟୁ ଫାସରେ ପଡି ଛଟପଟ ହେଉଛି । ହେଲେ ଏଠି କରୋନାର ଭୟ ନାହିଁ । ଭୟ ଏଠି ଭୋକର। ଏଠି ଅନାହାର ଯମଦୂତ ପରି ଛିଡ଼ା ହୋଇଛି। ଖାଦ୍ୟ ମୁଠାଏ ପାଇବା…

author-image
Minati Mishra
ଅଦ୍ୟତନ ହୋଇଛି
ଭୋକ ଭୂଗୋଳର ବିବର୍ଣ୍ଣ ଚିତ୍ର: ଏଠି ଜୀଇଁବା ପାଇଁ ଲୋକେ ଘାସପତ୍ର ଖାଆନ୍ତି

Capture

ଅଣ୍ଟାନନରୀବୋ: ସାରା ପୃଥିବୀ ଏବେ କରୋନା ଭାଇରସର ମୃତ୍ୟୁ ଫାସରେ ପଡି ଛଟପଟ ହେଉଛି । ହେଲେ ଏଠି କରୋନାର ଭୟ ନାହିଁ । ଭୟ ଏଠି ଭୋକର। ଏଠି ଅନାହାର ଯମଦୂତ ପରି ଛିଡ଼ା ହୋଇଛି। ଖାଦ୍ୟ ମୁଠାଏ ପାଇବା ଏଠି ସ୍ୱପ୍ନ ପାଲଟି ଯାଇଛି । ପିଲାଠୁ ବୁଢା ଏଠି ସମସ୍ତଙ୍କ ଶରୀର ଜୀର୍ଣ୍ଣଶୀର୍ଣ୍ଣ । ଅସ୍ଥି କଙ୍କାଳ ଗଣି ହୋଇ ଯାଉଛି । ଚାଲିବାକୁ ଦେହରେ ବଳ ନାହିଁ। ଭୋକ ଭୁଗୋଳର ଏଇ ବିବର୍ଣ୍ଣ ରୂପ ଦେଖିଲେ ଯେକୌଣସି ଲୋକର ଦେହ ଶିହରୀ ଉଠିବ।

Advertisment

ଏହି ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି ଆଫ୍ରିକୀୟ ଦେଶ ମେଡାଗାସ୍କାରରେ। ଜୀବନ ବଞ୍ଚାଇବା ପାଇଁ ଏଠି ଲୋକେ ଜଙ୍ଗଲି ପତ୍ର, ଘାସ ଖାଇବାକୁ ବାଧ୍ୟ ହେଉଛନ୍ତି । ବର୍ଷ ବର୍ଷ ଧରି ମରୁଡି ଏବଂ ଧୂଳିଝଡ଼ ଯୋଗୁ ଏଠି ଫସଲ ନଷ୍ଟ ହୋଇ ଯାଉଛି । ଫଳରେ ଲୋକେ ଏଠି ଅନାହାରରେ ଜୀବନ ବିତାଉଛନ୍ତି । ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସିନିୟର ଡାଇରେକ୍ଟର ଅମେର ଦାଉଦି ଚେତାବନୀ ଦେଇ କହିଛନ୍ତି, ଏଠି ପିଲାମାନଙ୍କ ଭବିଷ୍ୟତ ଏକ ଭୟଙ୍କର ବିପଦ ଆଡକୁ ଯାଉଛି। ବିଶେଷକରି ୫ ବର୍ଷରୁ କମ୍‌ ବୟସର ପିଲାମାନେ ଅପପୃଷ୍ଟିର ଶିକାର ହେଉଛନ୍ତି। ଏହି ରାଜ୍ୟରେ ଏମିତି ଏକ ଗାଁ ଅଛି ଯେଉଁଠି ବଞ୍ଚିବା ପାଇଁ ଲୋକେ ଗଛର ପତ୍ର, କାକଟସର ଫଳ ଏବଂ ଜଙ୍ଗଲୀ ଗଛର ପତ୍ର ଏପରିକି ଝିଣ୍ଟିକାକୁ ଖାଇବାକୁ ବାଧ୍ୟ ହୋଇଥାନ୍ତି।

ଦକ୍ଷିଣ ମେଡାଗାସ୍କାରରେ ଏହି ଇଲାକାରେ ବର୍ଷ ବର୍ଷ ଧରି ମରୁଡି ଲାଗି ରହିଛି। ଖାଦ୍ୟ ସଂଗ୍ରହର କୌଣସି ବାଟ ନାହିଁ । ଖାଲି ଶିଶୁ ନୁହେଁ, ଗାଁର ପ୍ରତି ପରିବାର ଅନାହାର, କୁପୋଷଣର ଶିକାର ହୋଇଛନ୍ତି ।

Advertisment

ମେଡାଗାସ୍କାର ଦୁନିଆର ସବୁଠାରୁ ଗରିବ ଦେଶ ମଧ୍ୟରେ ଗୋଟିଏ । ଏଠାରେ ସ୍ୱାସ୍ଥ୍ୟ, ରୋଜଗାରଠାରୁ ଆରମ୍ଭ କରି ଗରିବି, ଜଳବାୟୁ ପରିବର୍ତ୍ତନ ପରି ଅନେକ ସମସ୍ୟା ଲାଗି ରହିଛି । ଏସବୁ ସମସ୍ୟା ଭିତରେ ହଜାର ହଜାର ଲୋକ ପେଷି ହେଉଛନ୍ତି । WFP ସୂଚନା ଅନୁସାରେ ଏଠାରେ ଉତ୍ପାଦନ ହାର ହ୍ରାସ ପାଇବରେ ଲାଗିଛି । ଗତ ୫ ବର୍ଷ ତୁଳନାରେ ୪୦ ପ୍ରତଶତ ହ୍ରାସ ପାଇବାର ଆଶଙ୍କା ରହିଛି । ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ଅପପୃଷ୍ଟି ସ୍ତର ୧୬ ପ୍ରତିଶତରେ ପହଞ୍ଚିଲାଣି । ଏହି ଅଞ୍ଚଳରେ ଅତି କମ୍‌ରେ ୧୩.୫ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ସହାୟତା ଯୋଗାଇ ଦେବାର ଆବଶ୍ୟକତା ରହିଛି । ହେଲେ WFP (World Food Programme) ମାତ୍ର ୭.୫ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚି ପାରିଛି । ସେପ୍ଟେମ୍ବର ସୁଦ୍ଧା ଅତି କମ୍‌ରେ ୭.୫ କୋଟି ଡଲାରର ଆର୍ଥିକ ସହାୟତାର ଆବଶ୍ୟକତା ରହିଛି।

Advertisment
Advertisment