/odishatv-khabar/media/post_attachments/uploadimage/library/16_9/16_9_0/terrorist_1625379032.jpg)
terrorist
ଶ୍ରୀନଗର: ସହିଦ ହେଲେ କିନ୍ତୁ ଆତଙ୍କବାଦୀଙ୍କୁ ଛାଡ଼ିଲେ ନାହିଁ ଏଏସ୍ଆଇ। ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟରେ ଜଣେ ଏଏସ୍ଆଇ ସହିଦ ହୋଇଥିବା ବେଳେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶନିବାର ବିଳମ୍ବିତ ରାତିରେ ଶ୍ରୀନଗରର ପାଟନା ଚୌକଠାର ଏହି ଏନ୍କାଉଣ୍ଟର ହୋଇଛି।
ପଟନା ଚୌକଠାରେ ଥିବା ଏକ ପୁଲିସ ଓ ସିଆର୍ପିଏଫ୍ ଚେକ୍ପଏଣ୍ଟ ଉପରେ ଆତଙ୍କବାଦମାନେ ଆକ୍ରମଣ କରିଥିଲେ। ଏହାପରେ ପୋଲିସ ଓ ଯବାନ ମିଳିତ ଭାବେ ଆତଙ୍କବାଦୀଙ୍କ ଗୁଳିର ଯବାବ ଦେଇଥିଲେ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଚେକ୍ ପଏଣ୍ଟରେ ଆତଙ୍କବାଦୀ ଆକ୍ରମଣ ପରେ ଉକ୍ତ ଅଞ୍ଚଳକୁ କର୍ଡନ କରି ସେନା ଓ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେଶନ ଜାରି ରଖିଥିଲା। କିନ୍ତୁ ସର୍ଚ୍ଚ ଅପରେଶନ ବେଳେ ବି ଆତଙ୍କବାଦୀମାନେ ପୁଣିଥରେ ସର୍ଚ୍ଚଟିମ୍ ଉପରକୁ ଆକ୍ରମଣ କରିଥିଲେ। ଏହାର ଯବାବ ଦେଇଥିଲା ସର୍ଚ୍ଚ ଟିମ୍। ଏହି ଗୁଳିବିନିୟମରେ ୩ ଆତଙ୍କାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏବେ ବି ଉକ୍ତ ସ୍ଥାନରେ ସର୍ଚ୍ଚ ଅପରେଶନ ଜାରି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)