Advertisment

ଜେଲ୍‌ ଗଲେ ନିରବ ମୋଦି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଜେଲ ଗଲେ। ଆସନ୍ତା ୨୯ ଯାଏ ସେ ଜେଲରେ ରହିବେ। ସେହି ଦିନ ଭାରତର ପ୍ରତ୍ୟାର୍ପଣ ଆବେଦନ ଉପରେ ବି କୋର୍ଟ ଶୁଣାଣି କରିବେ। ନିରବଙ୍କୁ ଗତ ମଙ୍ଗଳବାର ଲଣ୍ଡନ ପୁଲିସ୍ ଗିରଫ କରିଥିବା ବେଳେ ଗତକାଲି ୱେଷ୍ଟ ମିନିଷ୍ଟର କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧ କ୍ରମେ ଗତ […]

author-image
Jyotsnamayee Pradhan
ଜେଲ୍‌ ଗଲେ ନିରବ ମୋଦି

nirav

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଜେଲ ଗଲେ। ଆସନ୍ତା ୨୯ ଯାଏ ସେ ଜେଲରେ ରହିବେ। ସେହି ଦିନ ଭାରତର ପ୍ରତ୍ୟାର୍ପଣ ଆବେଦନ ଉପରେ ବି କୋର୍ଟ ଶୁଣାଣି କରିବେ।

Advertisment

ନିରବଙ୍କୁ ଗତ ମଙ୍ଗଳବାର ଲଣ୍ଡନ ପୁଲିସ୍ ଗିରଫ କରିଥିବା ବେଳେ ଗତକାଲି ୱେଷ୍ଟ ମିନିଷ୍ଟର କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅନୁରୋଧ କ୍ରମେ ଗତ ୧୮ ତାରିଖରେ ଲଣ୍ଡନ କୋର୍ଟ ନିରବ ମୋଦିଙ୍କ ବିରୋଧରେ ଆରେଷ୍ଟ ଓ୍ୱାରେଣ୍ଟ ଜାରି କରିଥିଲା।

ଭାରତ ସରକାର ତାଙ୍କର ପାର୍ସପୋର୍ଟ ରଦ୍ଦ କରିଦେବା ସତ୍ତ୍ୱେ ସେ ପୁରୁଣା ପାସପୋର୍ଟ ବ୍ୟବହାର କରି ଆମେରିକା ଓ ୟୁରୋପରେ ବୁଲୁଥିଲେ। ଗତ ସେପ୍ଟେମ୍ବର ମାସରେ ଇଣ୍ଟରପୋଲ ରେଡ୍ କର୍ଣ୍ଣର ନୋଟିସ ଜାରି କରିବା ପରେ ନିରବ ମୋଦିଙ୍କ ଗତିବିଧି ଉପରେ ରୋକ୍ ଲାଗିଥିଲା।

Advertisment

ନିରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍ସି ୧୩ ହଜାର କୋଟି ଟଙ୍କା ବ୍ୟାଙ୍କ ଠକେଇର ଅଭିଯୁକ୍ତ ଅଛନ୍ତି। ଜାଲ୍ ବ୍ୟାଙ୍କ ଗ୍ୟାରେଣ୍ଟି ମାଧ୍ୟମରେ ଏମାନେ ଋଣ ଉଠାଇ ନେଇଥିବା ଅଭିଯୋଗ ରହିଛି।

Advertisment
Advertisment