Advertisment

କଠିକ ପରିସ୍ଥିତିରେ କେମିତି ରହିବ, ଗାଁ ଲୋକ ଶିଖାଇଲେ-ମୋଦି

ନିଆଦିଲ୍ଲୀ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୋଦି ସରପଞ୍ଚମାନଙ୍କୁ ସମ୍ବୋଧିତ କରିଥିଲେ। କରୋନା କିପରି ପ୍ରତ୍ୟେକ ଭାରତୀୟଙ୍କୁ  ଆତ୍ମନିର୍ଭରଶୀଳ କରିଛି ସେ ନେଇ ତାଙ୍କ ଅବିଭାଷଣରେ କହିଥିଲେ। ଏଇ ଅବସରରେ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ସରପଞ୍ଚଙ୍କୁ ସମ୍ବୋଧିତ କରି କହିଥିଲେ, କରୋନା ମୁକାବିଲା ନେଇ ଆମେ ସମସ୍ତେ ଉଦ୍ୟମ […]

author-image
Minati Mishra
କଠିକ ପରିସ୍ଥିତିରେ କେମିତି ରହିବ, ଗାଁ ଲୋକ ଶିଖାଇଲେ-ମୋଦି

modi

ନିଆଦିଲ୍ଲୀ: ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଞ୍ଚଙ୍କ ସହ ଆଲୋଚନା କରିଛନ୍ତି। କରୋନା ମୁକାବିଲା ନେଇ ମୋଦି ସରପଞ୍ଚମାନଙ୍କୁ ସମ୍ବୋଧିତ କରିଥିଲେ। କରୋନା କିପରି ପ୍ରତ୍ୟେକ ଭାରତୀୟଙ୍କୁ  ଆତ୍ମନିର୍ଭରଶୀଳ କରିଛି ସେ ନେଇ ତାଙ୍କ ଅବିଭାଷଣରେ କହିଥିଲେ। ଏଇ ଅବସରରେ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିଥିଲେ।

Advertisment

ପ୍ରଧାନମନ୍ତ୍ରୀ ସରପଞ୍ଚଙ୍କୁ ସମ୍ବୋଧିତ କରି କହିଥିଲେ, କରୋନା ମୁକାବିଲା ନେଇ ଆମେ ସମସ୍ତେ ଉଦ୍ୟମ କରୁଛେ। ଏହି କରୋନା ଆମକୁ ବଞ୍ଚିବାର ଏକ ନୂଆ ରାସ୍ତା ଦେଖାଇଛି। ଆମକୁ ଆତ୍ମନିର୍ଭରଶୀଳ ହେବା ଶିଖାଇଛି। ଗାଁ ଲୋକଙ୍କୁ ପ୍ରଶଂସା କରି ମୋଦି କହିଥିଲେ କରୋନା ଆମକୁ ବହୁତ ହଇରାଣ କଲାଣି। ଏହାର ମୁକାବିଲା କରିବାକୁ ପଡ଼ିବ। କଠିନ ପରିସ୍ଥିତିରେ କିପରି ରହିହେବ ସେ ନେଇ ଗାଁ ଲୋକେ ରାସ୍ତା ଦେଖାଇଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପଞ୍ଚାୟତ ଯୋଜନା ମଜବୁତ ହେଲେ, ଲୋକତନ୍ତ୍ର ସଫଳ ହେବ। ସେଥିପାଇଁ  ପଞ୍ଚାୟତ ଯୋଜନାକୁ ସମ୍ପୂର୍ଣ୍ଣ ଡିଜିଟାଇଜେସନ କରିବା ପାଇଁ ଇ-ଗ୍ରାମ ସ୍ୱରାଜ ଯୋଜନା ସାହାଯ୍ୟ କରବ ବୋଲି ମୋଦି କହିଥିଲେ।  ଏହି ଯୋଜନାରେ ପଞ୍ଚାୟତ ବିଷୟରେ ସବୁକିଛି ଜାଣପାରିବ।  ଗାଁରେ ହେଉଥିବା ସରକାରୀ କାମ ସମ୍ପର୍କିତ ତଥ୍ୟ ମଧ୍ୟ ମିଳିପାରିବ ବୋଲି କହିଥିଲେ। ଏହାଦ୍ୱାରା ଗ୍ରାମର ଦକ୍ଷତା ଓ ସ୍ୱଚ୍ଛତା ବୃଦ୍ଧି ହୋଇ ପାରିବ।

Advertisment

ଏହି ଅବସରରେ ସ୍ୱାମୀତ୍ୱ ଯୋଜନାର ଘୋଷଣା ମଧ୍ୟ ପ୍ରଧାନମନ୍ତ୍ରୀ କରିଥିଲେ। ଡ୍ରୋନ ଯୋଗେ ଗାଁ ସମ୍ପତ୍ତିର ମ୍ୟାପିଂ କରାଯାଇପାରିବ । ଏହାଫଳରେ ଜମିଜମା ବିବାଦର ସମାଧାନ କରାଯାଇପାରିବ ବୋଲି ପ୍ରଧାନମନ୍ତ୍ରୀ ମତ ରଖିଥିଲେ । ଏହି ଯୋଜନା ଦ୍ୱାରା ବ୍ୟାଙ୍କରୁ ଋଣ ମିଳିବା ସହଜ ହେବ। ଏସବୁ ଯୋଜନା ୬ଟି ରାଜ୍ୟରେ ପ୍ରଥମେ ପରୀକ୍ଷାମୂଳକ ଭାବେ ଲାଗୁ ହେବା ପରେ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯିବ।

    Advertisment
    Advertisment