Advertisment

ଦେଶରେ ପୁଣି ଥରେ ଜଟିଳ ସ୍ଥିତି ଉପୁଜିବା ସମ୍ଭାବନା - ମୋଦି

ଆଗାମୀ ୨ରୁ ୩ ସପ୍ତାହ ସତର୍କ ରୁହ ଦେଶରେ ପୁଣି ଥରେ ଜଟିଳ ସ୍ଥିତି ଉପୁଜିବା ସମ୍ଭାବନା ଦେଶରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଲକଡାଉନ ଜରୁରୀ ନୁହେଁ ଗୋଟିଏ ରାଜ୍ୟକୁ ସମ୍ପୂର୍ଣ୍ଣ ଟୀକାଦେବା ସମ୍ଭବ ନୁହେଁ ଆମକୁ ଦେଶର ସବୁ ରାଜ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ ଆମେ ପୂର୍ବବର୍ଷ ପରି ଏଥର ବି କରୋନା ଉପରେ ବିଜୟ ଲାଭ କରିବା ନୂଆଦିଲ୍ଲୀ: କରୋନାକୁ ନେଇ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି। କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା […]

author-image
Sarbeswar
ଦେଶରେ ପୁଣି ଥରେ ଜଟିଳ ସ୍ଥିତି ଉପୁଜିବା ସମ୍ଭାବନା - ମୋଦି

modi

  • ଆଗାମୀ ୨ରୁ ୩ ସପ୍ତାହ ସତର୍କ ରୁହ
  • ଦେଶରେ ପୁଣି ଥରେ ଜଟିଳ ସ୍ଥିତି ଉପୁଜିବା ସମ୍ଭାବନା
  • ଦେଶରେ ବର୍ତ୍ତମାନ ସମ୍ପୂର୍ଣ୍ଣ ଲକଡାଉନ ଜରୁରୀ ନୁହେଁ
  • ଗୋଟିଏ ରାଜ୍ୟକୁ ସମ୍ପୂର୍ଣ୍ଣ ଟୀକାଦେବା ସମ୍ଭବ ନୁହେଁ
  • ଆମକୁ ଦେଶର ସବୁ ରାଜ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ
  • ଆମେ ପୂର୍ବବର୍ଷ ପରି ଏଥର ବି କରୋନା ଉପରେ ବିଜୟ ଲାଭ କରିବା
Advertisment

ନୂଆଦିଲ୍ଲୀ: କରୋନାକୁ ନେଇ ମୁଖ୍ୟମନ୍ତ୍ରୀ-ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଚାଲିଛି। କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ସମୀକ୍ଷା କରୁଛନ୍ତି। ଦେଶରେ ପୁଣି ଥରେ ଜଟିଳ ସ୍ଥିତି ଉପୁଜିବା ସମ୍ଭାବନା ରହିଛି ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏହାସହ କରୋନା ମୁକାବିଲା ନେଇ ଯୋଜନା ପ୍ରସ୍ତୁତ ହୋଇଛି। ଦେଶରେ ପୁଣି ଥରେ କରୋନା କଠିନ ଅବସ୍ଥାକୁ ଯାଉଛି। ଲୋକମାନେ ପୂର୍ବାଅପେକ୍ଷା ଢିଲା କରୁଛନ୍ତି। ନାଇଟ୍‌ କର୍ଫ୍ୟୁ ଯେଉଁଠି ହେଉଛି ତାହାକୁ କରୋନା କର୍ଫ୍ୟୁ ମାନିବାକୁ କହିଲେ ପ୍ରଧାନମନ୍ତ୍ରୀ। କିଛି ରାଜ୍ୟରେ ପ୍ରଥମ ଲହରକୁ ଦ୍ୱିତୀୟ ଲହର ଟପିଗଲାଣି। ଏଥର ବଡ଼ ନୁହେଁ ଛୋଟ ଛୋଟ କଂଟେନମେଂଟ କରିବାକୁ ପଡ଼ିବ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଅଧିକରୁ ଅଧିକ ଆରଟିପିସିଆର ଟେଷ୍ଟ କରିବାକୁ ପଡିବ। ଟେଷ୍ଟିଂ ଅଧିକ ହେଲେ ସଂକ୍ରମଣ ବଢିବ। ଯେଉଁ ରାଜ୍ୟରେ ସଂକ୍ରମଣ ବଢୁଛି ସେହି ରାଜ୍ୟ ସରକାର କାମ କରୁନାହାନ୍ତି ବୋଲି କହିବା ଆଦୌ ଠିକ୍‌ ନୁହେଁ। ବରଂ ଯେତେ ଟେଷ୍ଟିଂ ହେବ ସେତେ ସଂକ୍ରମିତଙ୍କ ସଂଖ୍ୟା ବଢିବ। ତେଣୁ ଏହାକୁ ନେଇ ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ମୋଦି କହିଛନ୍ତି।

  • ଦେଶବାସୀ ପୁଣି ଥରେ କରୋନା ନିୟମ ମାନି କରୋନାକୁ ହରାଇବେ- ମୋଦି
  • ମାସ୍କ ଠାରୁ ଆରମ୍ଭ କରି ଭ୍ୟାକ୍ସିନ ଯାଏଁ ସବୁ ଉପଲବ୍ଧ ଅଛି
  • ଆଗାମୀ ଦୁଇରୁ ୩ ସପ୍ତାହ ସତର୍କତା ଜରୁରୀ
  • ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦିଆଯିବ
  • ଟେଷ୍ଟ, ଟ୍ରାକ, ଟ୍ରିଟ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ
Advertisment

ମାସ୍କ ଠାରୁ ଆରମ୍ଭ କରି ଭ୍ୟାକ୍ସିନ ଯାଏଁ ସବୁ ଉପଲବ୍ଧ ଅଛି ଦେଶରେ। ଆଗାମୀ ଦୁଇରୁ ୩ ସପ୍ତାହ ସତର୍କତା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହାସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦିଆଯିବ। ଟେଷ୍ଟ, ଟ୍ରାକ, ଟ୍ରିଟ୍ ଉପରେ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ମୋଦି କହିଛନ୍ତି। ଅଧିକ ଟେଷ୍ଟିଂ କରିବା ଦ୍ୱାରା ଲକ୍ଷଣ ବିହୀନ ରୋଗୀ ଅଧିକରୁ ଅଧିକ ରୋଗୀ ଚିହ୍ନଟ ହୋଇପାରିବେ। ଜଣେ ଆକ୍ରାନ୍ତର ଅତିକମରେ ୩୦ ଜଣଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ଦରକାର। ଯେତେ ସମ୍ଭବ ସେତେ ଭ୍ୟାକ୍ସିନେସନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କୁହାଯାଇଛି।

ଆମେ ବ୍ୟବସ୍ଥାକୁ ସଠିକ ଭାବରେ ବ୍ୟବହାର କଲେ କରୋନା କମିପାରେ। ଟେଷ୍ଟିଂ କରାଇବାକୁ ଯଥାଶୀଘ୍ର ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡିବ ବୋଲି ମୋଦି କହିଛନ୍ତି। ବର୍ତ୍ତମାନ ସମୟରେ ଆମେ ଭ୍ୟାକ୍ସିନ ପଛରେ ପଡ଼ି ଟେଷ୍ଟିଂକୁ ଭୁଲୁଛନ୍ତି କିନ୍ତୁ ଏହା କରିବା ଠିକ୍‌ ନୁହେଁ ବୋଲି ମୋଦି କହିଛନ୍ତି। ମୁହଁକୁ ଭଲଭାବରେ ଖୋଲି ଟେଷ୍ଟିଂ ନକଲେ କରୋନା ଧରାପଡିବ ନାହିଁ। ତେଣୁ ଆମେ ମାନେ ଭଲଭାବରେ ଟେଷ୍ଟିଂ କରାଇବାକୁ ପଡ଼ିବ ବୋଲି ମୋଦି କହିଛନ୍ତି। ଏହାସହ ଆମେ ପୂର୍ବରୁ କରୋନା ସହ ମୁକାବିଲା କରିଛନ୍ତି ତେଣୁ ଏଥର କରିବା, କୌଣସି ପରିସ୍ଥିତିରେ ବି ଆମେ ଡ଼ରିବା ନାହିଁ ବୋଲି ମୋଦି କହିଛନ୍ତି।

Corona Breaking News Narendra Modi Latest News
Advertisment
Advertisment