/odishatv-khabar/media/post_attachments/uploadimage/library/16_9/16_9_0/modi-6_1624779004.jpg)
modi-6
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିଛନ୍ତି । ଏହା ହେଉଛି ମନ କି ବାତ୍ କାର୍ଯ୍ୟକ୍ରମର ୭୮ତମ ସଂସ୍କରଣ । ମନ୍ କି ବାତ୍ରେ ଟିକାକରଣ ଠାରୁ ଆରମ୍ଭ କରି ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଛନ୍ତି ମୋଦି ।
ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ରେ ଟୋକିଓ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଦିପିକା କୁମାରୀ, ପ୍ରବୀଣ ଯାଦବ, ନେହା ଗୋଏଲଙ୍କ କଥା ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦଅ ମୋଦି । ଗରିବ ପରିବାରରୁ ଆସିଥିଲେ ବି ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପାଇଛନ୍ତି ।
ଖାଲି ସେତିକି ନୁହେଁ ଦିବଙ୍ଗତ ଆଥଲେଟ ମିଲ୍ଖା ସିଂହଙ୍କୁ ମନେ ପକାଇ ମୋଦି କହିଛନ୍ତି ମିଲ୍ଖା ସିଂହ ଅନ୍ୟମାନଙ୍କ ପାଇଁ ପ୍ରେରଣା ଥିଲେ ।
ଅନ୍ୟପଟେ ଦେଶରେ ଟିକାକରଣ ଅଭିଯାନକୁ ପ୍ରଶଂସା ମଧ୍ୟ କରିଛନ୍ତି ମୋଦି । ଜୁନ୍ ୨୧ରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି ବୋଲି କହିବା ସହ ଦିନକରେ ୮୬ ଲକ୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଥିବା ସେ କହିଛନ୍ତି । କରୋନା ବିରୋଧରେ ବିଜୟ ପାଇଁ ଲଢ଼େଇ ଜାରି ରଖିବାକୁ ପଡ଼ିବ । ନାଗାଲାଣ୍ଡର ୩ଟି ଗାଁରେ ଶହେ ପ୍ରତିଶତ ଟିକାକରଣ ହୋଇଥିବା ନେଇ ସୂଚନା ଦେବା ସହ ଟିକା ନନେବା ବିପଦ୍ଜ୍ଜନକ ହୋଇପାରେ ବୋଲି ମନ୍ କି ବାତ୍ରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସେ ଆହୁରି କହିଛନ୍ତି କେବଳ ନିଜ ପାଇଁ ନୁହେଁ, ପରିବାର ଓ ଗାଁ ପାଇଁ ମଧ୍ୟ ଏହା ବିପଦ ଆଣିପାରେ । ତେଣୁ ଟିକା ନେବା ପାଇଁ କେବେ ବି ପଛ ଘୁଞ୍ଚା ଦିଅନ୍ତୁ ନାହିଁ ବୋଲି ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ଟିକାକୁ ନେଇ ଗୁଜବ ଉପରେ ଆଦୌ ବିଶ୍ୱାସ ନ କରିବା ପାଇଁ ଦେଶବାସୀଙ୍କୁ ସଚେତନ କରିଛନ୍ତି ।
ପୂର୍ବରୁ ୭୭ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରଣ୍ଟଲାଇନ୍ କରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏଥିସହ ଯେଉଁମାନେ ଆତ୍ମୀୟସ୍ୱଜନଙ୍କୁ ହରାଇଛନ୍ତି ସେମାନଙ୍କୁ ସମବେଦନା ଜଣାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)