pm-modi
ନୂଆଦିଲ୍ଲୀ: ନିର୍ବାଚନ ହେଉ କି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଆୟୋଜନ ଭଳି ଦେଶବାସୀଙ୍କ ପାଖରେ କରୋନା ଭ୍ୟାକସିନ୍ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଇଛନ୍ତି। ଦେଶରେ କୋଭିଡ୍-୧୯ ସ୍ଥିତିର ସମୀକ୍ଷା ଅବସରରେ ଆଜି ପ୍ରଧାନମନ୍ତ୍ରୀ ମୁଖ୍ୟତଃ ଭ୍ୟାକସିନ୍ରି ସ୍ଥିତି, ବିତରଣ ଓ ପ୍ରଶାସନିକ ପ୍ରସ୍ତୁତି ଉପରେ ଜୋର ଦେଇଥିଲେ। ଲୋକଙ୍କ ପାଖରେ ଯେତେ ଶୀଘ୍ର କରୋନା ଭ୍ୟାକସିନ ପହଞ୍ଚି ପାରିବ ସେଥିପାଇଁ ସ୍ୱତନ୍ତ୍ର ବିତରଣ ବ୍ୟବସ୍ଥା କରିବାକୁ କହିଥିଲେ।
ନିର୍ବାଚନ ସମୟରେ ଯେଭଁଭଳି ଭାବେ ଆୟୋଜନ କରାଯାଏ, ଭ୍ୟାକସିନ୍ ବିତରଣ ସମୟରେ ସେହି ଭଳି ପ୍ରସ୍ତୁତି କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ। ଏପରିକି ରାଜଧାନୀରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ଏହି କାର୍ଯ୍ୟରେ ସିଭିଲ୍ ସୋସାଇଟି ଓ ସ୍ୱୟ ସହାୟକ ଗୋଷ୍ଠୀଙ୍କୁ ବି ସାମିଲ କରିବାକୁ ପରାମର୍ଶ ଦେଇଥିଲେ ପ୍ରଧାନମନ୍ତ୍ରୀ। ତା’ସହ ମହାମାରୀ ବିରୋଧରେ ଲଢ଼େଇରେ ବିଶ୍ୱ ସମୁଦାୟକୁ ଭାରତର ସାହାଯ୍ୟ ସମ୍ପର୍କିତ ସମୀକ୍ଷା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ, କେବଳ ପଡ଼ୋଶୀ ଦେଶଙ୍କୁ ନୁହେଁ ସାରା ବିଶ୍ୱକୁ ଭାରତର ସହଯୋଗ ତତ୍କାଳ ଯୋଗାଇବା ଦରକାର।
ବର୍ତ୍ତମାନ ସମୟରେ କରୋନା ସଂକ୍ରମଣରେ ଦେଶରେ ଟପ୍ ଟେନ୍ ରାଜ୍ୟ ମାନଙ୍କ ଭିତରେ ଓଡ଼ିଶା ରହିଥିବା କହିଥିଲେ ପ୍ରଧାନମନ୍ତ୍ରୀ। ଆଜିର ସମୀକ୍ଷାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ, ନୀତି ଆୟୋଗ ସଦସ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୁଖ ଉପସ୍ଥିତ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pm-modi-1_1625216058.jpg)