Advertisment

ପରସ୍ପରକୁ କୁଣ୍ଢାଇଲେ, ସାରା ବିଶ୍ୱକୁ ବନ୍ଧୁତ୍ୱର ପରିଚୟ ଦେଲେ ମୋଦି-ପୁଟିନ

ନୂଆଦିଲ୍ଲୀ: ରୁଷିଆ ଭାରତର ବିଶ୍ୱସ୍ତ ବନ୍ଧୁ। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ପୁରୁଣା। ତିନି ଦିନିଆ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ଲାଦିବୋସ୍ତୋକରେ ଏହା କହିଛନ୍ତି।  ଆମେ ଅନେକ ସମୟରେ ଦେଖା ହୋଇଛୁ।  ଅନେକ ପ୍ରସଙ୍ଗ ବାବଦରେ ଫୋନରେ କଥା ହୋଇଛୁ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇ ଦେଶର ବିଭିନ୍ନ ପ୍ରସଙ୍ଗ ବାବଦରେ ଆଲୋଚନା କରିବାକୁ ମୁଁ କେବେ ସଙ୍କୋଚ ଅନୁଭବ କରେନାହିଁ ବୋଲି ପ୍ରଧାନମନ୍ତ୍ରୀ […]

author-image
Minati Mishra
ପରସ୍ପରକୁ କୁଣ୍ଢାଇଲେ, ସାରା ବିଶ୍ୱକୁ ବନ୍ଧୁତ୍ୱର ପରିଚୟ ଦେଲେ ମୋଦି-ପୁଟିନ

MODI-PUTIN1

ନୂଆଦିଲ୍ଲୀ: ରୁଷିଆ ଭାରତର ବିଶ୍ୱସ୍ତ ବନ୍ଧୁ। ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ପୁରୁଣା। ତିନି ଦିନିଆ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ଲାଦିବୋସ୍ତୋକରେ ଏହା କହିଛନ୍ତି।  ଆମେ ଅନେକ ସମୟରେ ଦେଖା ହୋଇଛୁ।  ଅନେକ ପ୍ରସଙ୍ଗ ବାବଦରେ ଫୋନରେ କଥା ହୋଇଛୁ। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନରେ କଥା ହୋଇ ଦେଶର ବିଭିନ୍ନ ପ୍ରସଙ୍ଗ ବାବଦରେ ଆଲୋଚନା କରିବାକୁ ମୁଁ କେବେ ସଙ୍କୋଚ ଅନୁଭବ କରେନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।

Advertisment

ବ୍ଲାଦିବୋସ୍ତୋକରେ ଭାରତ ଓ ରୁଷିଆ ମଧ୍ୟରେ ୨୦ଶ ବାର୍ଷିକ ସମ୍ମିଳନୀରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା। ଯେଉଁଥିରେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଚୁକ୍ତି ନେଇ ଆଲୋଚନା ହୋଇଥିଲା।

Advertisment

publive-image

‘ମୋତେ ରୁଷିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଉଥିବାରୁ ରୁଷିଆବାସୀଙ୍କୁ ଧନ୍ୟବାଦ ଦେଉଛି’ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏହି ସମ୍ମାନ ପାଇଁ ସମସ୍ତ ଭାରତୀୟଙ୍କୁ ମଧ୍ୟ ସେ ଶ୍ରେୟ ଦେଇଛନ୍ତି । ଆସନ୍ତାକାଲି ଇଷ୍ଟର୍ଣ୍ଣ ଇକୋନମିକ୍ ଫୋରମର ବୈଠକ ରହିଛି। ଦୁଇ ଦେଶର ସମ୍ପର୍କକୁ ଏହି ବୈଠକ ନୂଆ ଦିଗ ବୋଲି ବ୍ଲାଦୋବୋସ୍ତୋକରେ ପ୍ରଧାନମନ୍ତ୍ରୀ କହିଛନ୍ତି।

ତିନି ଦିନିଆ ରୁଷିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଋଷିଆର ବ୍ଲାଦିବୋସ୍ତୋକ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଭୋର୍ ୪ଟା ୩୦ରେ ପହଞ୍ଚିଥିଲେ। ଏହାପରେ ବିମାନ ବନ୍ଦରରେ ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ପ୍ରବାସୀ ଭାରତୀୟଙ୍କ ସହ ମୋଦି କଥା ହେଉଥିବାର ଦେଖିବାକୁ ମିଳିଥିଲା।

ଏହାପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସହ ଜେଭେଜଡା ସିପ୍ ବିଲ୍ଡିଂ କମ୍ପଲେକ୍ସରେ ତାଙ୍କର ଦେଖା ହୋଇଥିଲା। ଏହି ସମୟରେ ଉଭୟ ପରସ୍ପର ସହ ହାତ ମିଳାଇବା ସହିତ କୁଣ୍ଢାଇ ନିଜ ବନ୍ଧୁତ୍ୱର ପରିଚୟ ସାରା ଦୁନିଆକୁ ଦେଖାଇଥିଲେ।

ଏହାପରେ ବ୍ଲାଦିବୋସ୍ତୋକରେ ଦୁଇ ଦେଶର ମୁଖ୍ୟଙ୍କ ମଧ୍ୟରେ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା।

Advertisment
Advertisment