Advertisment

ଜନ୍ମଦିନରେ ମା’ଙ୍କ ସହ ଏକାଠି ଖାଇଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନକୁ ଆଜି ସାରା ଦେଶରେ ପାଳନ କରାଯାଉଛି। ଏହିକ୍ରମରେ ଆଜି ମୋଦି ତାଙ୍କ ମା’ ହୀରାବେନ୍‌ଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି। ଆଜି ଗୁଜରାଟ ଗସ୍ତରେ ଯାଇଥିବା ମୋଦି ତାଙ୍କ ମା’ ରହୁଥିବା ରଇସାନ ଗାଁରେ ପହଞ୍ଚିଥିଲେ। ଏହାପରେ ସେ ତାଙ୍କ ମା’ଙ୍କୁ ଭେଟିଥିଲେ। ଉଭୟ କିଛି ସମୟ କଥାବାର୍ତ୍ତା ହେବା ପରେ ଏକାଠି ଲଞ୍ଚ କରିଥିଲେ। ଏହି ଘଟଣା ବେଳର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ମୋଦି ତାଙ୍କ […]

author-image
Minati Mishra
ଜନ୍ମଦିନରେ ମା’ଙ୍କ ସହ ଏକାଠି ଖାଇଲେ ମୋଦି

Capture-1234

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନକୁ ଆଜି ସାରା ଦେଶରେ ପାଳନ କରାଯାଉଛି। ଏହିକ୍ରମରେ ଆଜି ମୋଦି ତାଙ୍କ ମା’ ହୀରାବେନ୍‌ଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି।

Advertisment

ଆଜି ଗୁଜରାଟ ଗସ୍ତରେ ଯାଇଥିବା ମୋଦି ତାଙ୍କ ମା’ ରହୁଥିବା ରଇସାନ ଗାଁରେ ପହଞ୍ଚିଥିଲେ। ଏହାପରେ ସେ ତାଙ୍କ ମା’ଙ୍କୁ ଭେଟିଥିଲେ। ଉଭୟ କିଛି ସମୟ କଥାବାର୍ତ୍ତା ହେବା ପରେ ଏକାଠି ଲଞ୍ଚ କରିଥିଲେ।

ଏହି ଘଟଣା ବେଳର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ମୋଦି ତାଙ୍କ ମା’ଙ୍କ ସହ ଗୁଜରାଟର ପାରମ୍ପରିକ ଖାଦ୍ୟ ଖାଇଛନ୍ତି।

Advertisment

publive-image

ଏହାପୂର୍ବରୁ ମୋଦି କେଭାଡିଆରେ ଥିବା ସର୍ଦ୍ଦାର ସରଭୋର ଡ୍ୟାମକୁ ଯାଇଥିଲେ। ଏଥିସହ ନର୍ମଦା ଜିଲ୍ଲାର କେଭାଡିଆଠାରେ ଥିବା ଷ୍ଟାଚ୍ୟୁଅଫ ୟୁନିଟର ଏକ ଭିଡିଓ ଟ୍ୱିଟରରେ ପୋଷ୍ଟ କରିଥିଲେ। ଏହି ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌କୁ ମୋଦି ଅକ୍ଟୋବର ୩୧ରେ ଦେଶର ପ୍ରଥମ ସ୍ୱରାଷ୍ଟ୍ର ମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିନରେ ଉନ୍ମୋଚନ କରିଥିଲେ। ଏହି ଭିଡିଓ ସେ କହିଥିଲେ, “ଦେଖନ୍ତୁ ମ୍ୟାଜେଷ୍ଟିକ୍‌ ଷ୍ଟାଚ୍ୟୁ ଅଫ୍‌ ୟୁନିଟ୍‌। ମହାନ ସର୍ଦ୍ଦାର ପଟେଲଙ୍କୁ ଭାରତର ସମ୍ମାନ।

ଆଜି ମୋଦି ଖାଲଭନି ଇକୋ-ଟୁରୁଜିମ୍‌ରେ ମଧ୍ୟ ବେଶ କିଛି ସମୟ ଅତିବାହିତ କରିଥିଲେ। ଏହି ସମୟରେ ତାଙ୍କ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ରହିଥିଲେ।

Advertisment
Advertisment