Advertisment

ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୪୨ କୋଟି ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।  ରିକ୍ସା ଚାଳକ, ଉଠା ଦୋକାନୀ, ଦିନ ମଜୁରିଆ, ଇଟାଭାଟି ଶ୍ରମିକ, ମୋଚି, ଅଖା ସିଲେଇ କରୁଥିବା ଶ୍ରମିକ ଭଳି ଅଣସଙ୍ଗଠିତ ଶ୍ରମିକମାନେ ଏହି ଯୋଜନାରେ ଲାଭବାନ ହେବେ। ଯେଉଁମାନଙ୍କ ଆୟ ୧୫ ହଜାର ଟଙ୍କାରୁ କମ୍ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏ ପନ୍‌ସେନ୍ ମିଳିବା […]

author-image
Jyotsnamayee Pradhan
ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ

modi

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ୪୨ କୋଟି ଲୋକଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି।  ରିକ୍ସା ଚାଳକ, ଉଠା ଦୋକାନୀ, ଦିନ ମଜୁରିଆ, ଇଟାଭାଟି ଶ୍ରମିକ, ମୋଚି, ଅଖା ସିଲେଇ କରୁଥିବା ଶ୍ରମିକ ଭଳି ଅଣସଙ୍ଗଠିତ ଶ୍ରମିକମାନେ ଏହି ଯୋଜନାରେ ଲାଭବାନ ହେବେ।

Advertisment

ଯେଉଁମାନଙ୍କ ଆୟ ୧୫ ହଜାର ଟଙ୍କାରୁ କମ୍ ସେମାନଙ୍କୁ ମାସିକ ୩ ହଜାର ଟଙ୍କା ଲେଖାଏ ପନ୍‌ସେନ୍ ମିଳିବା ନେଇ ଏହି ଯୋଜନାରେ ବ୍ୟବସ୍ଥା ରହିଛି। ଏଥିସହ ୧୮ରୁ ୪୦ ବୟସ ମଧ୍ୟରେ ହୋଇଥିବା ଲୋକେ ଏହି ଯୋଜନାରେ ସାମିଲ ହୋଇପାରିବେ।

ବିଭିନ୍ନ ବୟସ ବର୍ଗର ଶ୍ରମିକ ମାସକୁ ୫୫ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କାର ପ୍ରିମିୟମ୍ ଦେବେ। ତେବେ ସେମାନେ ଯେତେ ପ୍ରିମିୟମ୍ ଦେବେ ସରକାର ମଧ୍ୟ ସେତେ ପ୍ରିମିୟମ୍ ସେମାନଙ୍କୁ ଦେବେ।

Advertisment

ହିତାଧିକାରୀଙ୍କୁ ୬୦ ବର୍ଷ ହେବା ପରେ ମାସକୁ ୩ ହଜାର ଟଙ୍କା ଲେଖାଏ ପେନସନ୍ ମିଳିବ।  ଏଥିସହ ହିତାଧିକାରୀଙ୍କ ମୃତ୍ୟୁ ହେଲେ ତାଙ୍କ ପତି ବା ପତ୍ନୀଙ୍କୁ ୫୦ ପ୍ରତିଶତ ପରିବାର ପେନସନ୍ ମିଳିବ।

ଅନ୍ୟପକ୍ଷରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ହିତାଧିକାରୀଙ୍କୁ ପଂଜୀକରଣ କାର୍ଡ ବାଣ୍ଟିଥିଲେ।

Advertisment
Advertisment