Advertisment

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ବିଜୟା ଦଶମୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତା ସହିତ କରୋନା ସମୟରେ ସମସ୍ତେ ସୀମା ଭିତରେ ରହି କାମ କରିବା ଉଚିତ ବୋଲି ମୋଦି କହିଛନ୍ତି। ଏଥିସହିତ କୃଷି କ୍ଷେତ୍ରରେ ଯୁବକ ଯୋଗଦାନକୁ ପ୍ରଶଂସା କରିଛନ୍ତି ପ୍ରଧାମନ୍ତ୍ରୀ। କୃଷି କ୍ଷେତ୍ରରେ ଯୁବପିଢ଼ିଙ୍କ ଯୋଗଦାନ ଏକ ନୂଆ ସମ୍ଭାବନା ସୃଷ୍ଟି କରୁଛି ବୋଲି ମୋଦି କହିଛନ୍ତି। କୃଷି କ୍ଷେତ୍ରରେ ମଧ୍ୟପ୍ରଦେଶର ଅତୁଲ ପଟ୍ଟିଦାର ଡିଜିଟାଲ୍‌ […]

ଅଦ୍ୟତନ ହୋଇଛି
ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

pm-modi

Advertisment

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ବିଜୟା ଦଶମୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତା ସହିତ କରୋନା ସମୟରେ ସମସ୍ତେ ସୀମା ଭିତରେ ରହି କାମ କରିବା ଉଚିତ ବୋଲି ମୋଦି କହିଛନ୍ତି। ଏଥିସହିତ କୃଷି କ୍ଷେତ୍ରରେ ଯୁବକ ଯୋଗଦାନକୁ ପ୍ରଶଂସା କରିଛନ୍ତି ପ୍ରଧାମନ୍ତ୍ରୀ।

Advertisment

କୃଷି କ୍ଷେତ୍ରରେ ଯୁବପିଢ଼ିଙ୍କ ଯୋଗଦାନ ଏକ ନୂଆ ସମ୍ଭାବନା ସୃଷ୍ଟି କରୁଛି ବୋଲି ମୋଦି କହିଛନ୍ତି। କୃଷି କ୍ଷେତ୍ରରେ ମଧ୍ୟପ୍ରଦେଶର ଅତୁଲ ପଟ୍ଟିଦାର ଡିଜିଟାଲ୍‌ ଲିଙ୍କର ଉଦାହରଣ ଦେଇ ପ୍ରୋତ୍ସାହିତ କରିଛନ୍ତି।

ପର୍ବପର୍ବାଣୀରେ କିଣାକିଣି କ୍ଷେତ୍ରରେ ଲୋକାଲ୍ ଫର୍ ଭୋକାଲ ବାଣୀକୁ ଆଉଥରେ ମନେ ପକାଇ ଦେଇଛନ୍ତି ମୋଦି। ଏନେଇ ମୋଦି କହିଛନ୍ତି ଆମ ଜିନିଷ ବିଶ୍ୱସ୍ତରରେ ପହଞ୍ଚିବା ପାଇଁ ଅପାର ସମ୍ଭାବନା ରହିଛି। ଖଦୀର ଉଦାହରଣ ଦେଇ ମୋଦି କହିଛନ୍ତି ଖଦୀ ବହୁ ଦିନରୁ ସିମ୍ପ୍ଲିସିଟି(ସାଧାରଣଜୀବନ ଚର୍ଯ୍ୟା)ର ଏକ ପ୍ରତୀକ ହୋଇ ରହିଛି। ବର୍ତ୍ତମାନ ଏହା ଏକ ପରିବେଷ ଉପଯୋଗୀ ବସ୍ତ୍ର ଭାବରେ ଜଣାଶୁଣା। ଖଦୀର ପରିଧାନ ଶରୀର ପାଇଁ ବି ହିତକର। ବର୍ତ୍ତମାନ ଏହାର ମାସ୍କକୁ ଲୋକମାନେ ବହୁତ ପସନ୍ଦ କରୁଥିବା ମୋଦି କହିଛନ୍ତି। ଖଦୀ ବିଦେଶର ବି ଖୁବ୍ ଲୋକପ୍ରିୟ ହେଲାଣି। ମେସ୍କିକୋର ଓଆକ୍ସକା ଅଞ୍ଚଳର ଗ୍ରାମାଞ୍ଚଳରେ ଖଦୀ ବୁଣାଯାଉଛି। ଏଠାରେ ଖଦୀ ଓହାକା ଖଦୀ ନାମରେ ବେଶ୍‌ ପ୍ରସିଦ୍ଧ ବୋଲି ପିଏମ୍ କହିଛନ୍ତି।

Advertisment

୭୦ ତମ ମନ କି ବାତ କାର୍ଯ୍ୟକ୍ରମରେ ସୀମାରେ ମୁତୟନ ହୋଇଥିବା ଯବାନଙ୍କ କଥା ମନେ ପକାଇଛନ୍ତି ମୋଦି। ସେ କହିଛନ୍ତି, ଆମେ ପର୍ବପର୍ବାଣୀ ପାଳୁଥିବା ବେଳେ ଯବାନମାନେ ସୀମାକୁ ସୁରକ୍ଷା ଦେଉଥାନ୍ତି। ଏଣୁ ଆମେ ଯବାନମାନଙ୍କୁ ସର୍ବଦା ମନେରଖିବା ଉଚିତ। ତେଣୁ ଘରେ ଏଭଳି ବୀର ସନ୍ତାନଙ୍କ ଉଦ୍ଦେଶ୍ୟରେ ଦୀପ ଜାଳନ୍ତୁ ବୋଲି ପିଏମ୍ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଯବାନଙ୍କୁ କହିବାକୁ ଚାହେଁ, ପୂରା ଦେଶ ସେମାନଙ୍କ ସହ ଅଛି। ତେଣୁ ତାଙ୍କ ପାଇଁ ଏଇ ଦଶହରାରେ ଏକ ଦୀପ ଜାଳିବା ପାଇଁ ମୋଦି କହିଛନ୍ତି।

ସେହିଭଳି ଭାରତର ପାରମ୍ପରିକ କଳା, ସଂସ୍କୃତି ଓ କ୍ରୀଡ଼ାର ବିଶ୍ୱବ୍ୟାପୀ ଉପଲବଧି ବଖାଣିଛନ୍ତି ମୋଦି। ଭାରତର ଯୋଗ ଓ ଆୟୁର୍ବେଦ ଆଜି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି। ସେହିଭଳି ଆମର କିଛି କ୍ରୀଡ଼ା ଯଥା ମଲ୍ଲଖମ୍ବ ବିଶ୍ୱବ୍ୟାପୀ ଲୋକପ୍ରିୟ ହୋଇପାରିଛି। ଚିନ୍ମୟ ପଟନାକର ଓ ପ୍ରଗ୍ୟା ପଟନାକର ଆମେରିକାର ଏହି ଖେଳର ପ୍ରସିକ୍ଷଣ ଦେଇଥିଲେ। କିନ୍ତୁ ଦେଖୁ ଦେଖୁ ଏହା ଲୋକପ୍ରୟି ହୋଇଯାଇଥିଲା। ବର୍ତ୍ତମାନ ଆମେରିକା ସମେତ ଅନ୍ୟ ୨୦ଟି ଦେଶରେ ଏହା ଲୋକପ୍ରିୟ ହୋଇ ସାରିଛି ବୋଲି ମୋଦି କହିଛନ୍ତି।

Advertisment

ମନକି ବାତ କାର୍ଯ୍ୟକ୍ରମରେ ଉତ୍ତମ କାର୍ଯ୍ୟ କରି ଉଦାହରଣ ସୃଷ୍ଟି କରିଥିବା ବ୍ୟକ୍ତି କଥା ଦେଶବାସୀଙ୍କୁ ସୁଣାଇଥାନ୍ତି ମୋଦି। ଏଥର ବି ଜଣେ ସେହିଭଳି ଉଦାହରଣ ପାଲଟିଥିବା ବ୍ୟକ୍ତିଙ୍କ କଥା କହିଥିଲେ ମୋଦି। ସେ ହେଲେ ତାମିଲନାଡୁ ପନମାରିଆପନ। ସେ କିପରି ତାଙ୍କ ସାଲୁନକୁ ପାଠାଗାର (ଲାଇବ୍ରେରୀରେ)ପରିଣତ କରି ଉଦାହରଣ ସୃଷ୍ଟି କଲେ ତାହା ଦେଶବାସୀଙ୍କୁ ଶୁଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ