Advertisment

ଡକ୍ଟର୍ସ ଡେ’ରେ ମୋଦିଙ୍କ ସମ୍ବୋଧନ, କହିଲେ ଡାକ୍ତର ଇଶ୍ୱରଙ୍କ ଦ୍ୱିତୀୟ ରୂପ

ନୂଆଦିଲ୍ଲୀ: ଡକ୍ଟର୍ସ ଡେ’ ଅବସରରେ ଡାକ୍ତରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳରେ ଡାକ୍ତରଙ୍କ ସେବାକୁ ଯେତେ ପ୍ରଶଂସା କଲେ ବି କମ୍ ବୋଲି କହିବା ସହ ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ଭାବେ ତୁଳନା କରିଛନ୍ତି…

ଅଦ୍ୟତନ ହୋଇଛି
ଡକ୍ଟର୍ସ ଡେ’ରେ ମୋଦିଙ୍କ ସମ୍ବୋଧନ, କହିଲେ ଡାକ୍ତର ଇଶ୍ୱରଙ୍କ ଦ୍ୱିତୀୟ ରୂପ

MODI-AND-DOCTOR

Advertisment

ନୂଆଦିଲ୍ଲୀ: ଡକ୍ଟର୍ସ ଡେ’ ଅବସରରେ ଡାକ୍ତରଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳରେ ଡାକ୍ତରଙ୍କ ସେବାକୁ ଯେତେ ପ୍ରଶଂସା କଲେ ବି କମ୍ ବୋଲି କହିବା ସହ ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ଭାବେ ତୁଳନା କରିଛନ୍ତି । ଡାକ୍ତରମାନେ ଦିନରାତି ପରିଶ୍ରମ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି ।

Advertisment

ଅନ୍ୟ ଜୀବନ ବଞ୍ଚାଇବାକୁ ଯାଇ ଅନେକ ଡାକ୍ତର ନିଜ ଜୀବନ ହରାଇଛନ୍ତି । ଡାକ୍ତର ଦେବଦୂତ ଭଳି ଅନେକ ଲୋକଙ୍କୁ ନୂଆ ଜୀବନ ଦେଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ୱ ଦେଉଥିବା କହିବା ସହ ବଜେଟ ୨ ଗୁଣା କରିଛୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ସୁରକ୍ଷା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ଡାକ୍ତର ବିରୋଧୀ ହିଂସା ପ୍ରତିରୋଧ ପାଇଁ କଡ଼ା ଆଇନ କରାଯାଇଛି ବୋଲି ମଧ୍ୟ ମୋଦି କହିଛନ୍ତି ।

ଅନ୍ୟପଟେ ଯୋଗକୁ ବୈଜ୍ଞାନିକ ତରିକାରେ ଆଗକୁ ନେବାକୁ IMAକୁ ସେ ଆହ୍ୱାନ ଦେଇଛନ୍ତି । ନିଜ ଅନୁଭୂତିକୁ ଡକ୍ୟୁମେଣ୍ଟେସନ କରିବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେବା ସହ ଚିକିତ୍ସା ସଂପର୍କୀତ ଡକ୍ୟୁମେଣ୍ଟେସନ ଆଗାମୀ ପିଢ଼ିକୁ ନୂଆ ଦିଶା ଦେବ ବୋଲି କହିଛନ୍ତି ମୋଦି ।

Advertisment

Narendra Modi Latest News Doctor's Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ