Advertisment

ଏହି କାରଣ ପାଇଁ ବଢ଼ିଲା ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ: କରୋନାଭାଇରସକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏବେ ଭାରତୀୟ ରେଲୱେ ମଧ୍ୟ କରୋନାକୁ ରୋକିବା ପାଇଁ ବଡ଼ ନିଷ୍ପତ୍ତି ନେଇଛି। ଭାରତୀୟ ରେଲୱେ ଏବେ ପ୍ଲାଟଫର୍ମ ଟିକେଟକୁ ୫୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ତେବେ କାହିଁକି ବଢ଼ିଲା ପ୍ଲାଟଫର୍ମ ଟିକେଟ୍। ଏହାର ଜବାବ ରଖିଛନ୍ତି ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର ଯାଦବ। ତାଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ସମୟରେ ସାମାଜିକ ଦୂରତା ବଜାୟ ରଖି ପାଇଁ ଏହି […]

author-image
Ranjeet Kumar Jena
ଏହି କାରଣ ପାଇଁ ବଢ଼ିଲା ପ୍ଲାଟଫର୍ମ ଟିକେଟ୍

railway

ନୂଆଦିଲ୍ଲୀ: କରୋନାଭାଇରସକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏବେ ଭାରତୀୟ ରେଲୱେ ମଧ୍ୟ କରୋନାକୁ ରୋକିବା ପାଇଁ ବଡ଼ ନିଷ୍ପତ୍ତି ନେଇଛି। ଭାରତୀୟ ରେଲୱେ ଏବେ ପ୍ଲାଟଫର୍ମ ଟିକେଟକୁ ୫୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ତେବେ କାହିଁକି ବଢ଼ିଲା ପ୍ଲାଟଫର୍ମ ଟିକେଟ୍। ଏହାର ଜବାବ ରଖିଛନ୍ତି ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର ଯାଦବ। ତାଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ସମୟରେ ସାମାଜିକ ଦୂରତା ବଜାୟ ରଖି ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ବିନୋଦ ଯାଦବ କହିଛନ୍ତି, ବର୍ତ୍ତମାନ ସାରା ଦେଶ କୋଭିଡ୍-୧୯ ମହାମାରୀ ଭଳି ସଙ୍କଟ ଦେଇ କରୁଛି। ଏଭଳି ସ୍ଥିତିରେ ରେଲୱେ ଷ୍ଟେସନରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବହୁତ ଆବଶ୍ୟକତା ରହିଛି। ମାର୍ଚ୍ଚ ମାସରେ ଯେତେବେଳେ କରୋନା ଭାଇରସ୍ ଆରମ୍ଭ ହେଲା, ଆମେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପ୍ଲାଟଫର୍ମ ଟିକେଟ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲୁ। ବିଶେଷକରି ପ୍ଲାଟଫର୍ମରେ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା।

ବିନୋଦ ଯାଦବ କହିଛନ୍ତି, ଆମେ ନିର୍ଦ୍ଦେଶ ଦେଇଛୁ ଯେ ଯେଉଁମାନଙ୍କ ପାଖରେ କନଫର୍ମ ଟିକେଟ୍ ଥିବ, ସେହିମାନଙ୍କୁ ହିଁ ଷ୍ଟେସନ୍ ଆସିବାକୁ ଅନୁମତି ମିଳିବ। ଯେଉଁମାନଙ୍କ ନାଁ ୱେଟିଂ ଲିଷ୍ଟରେ ଥିବ, ସେମାନଙ୍କୁ ଅନୁମତି ମିଳିବ ନାହିଁ। ପ୍ଲାଟଫର୍ମ ଟିକେଟ୍ ପାଇଁ ଆମେ ଡିଭିଜନାଲ୍ ରେଲୱେ ମ୍ୟାନେଜର୍ (ଡିଆରଏମ୍)ଙ୍କୁ ଅନୁମତି ଦେଇଛୁ।

Advertisment

ଯେତେବେଳେ ସେମାନେ ଅନୁଭୂତ କରିବେ ଯେ ଷ୍ଟେସନରେ ଭିଡ଼ ବଢ଼ୁଛି ଏବଂ ସାମାଜିକ ଦୂରତା ବଜାୟ ରଖିବାରେ ସମସ୍ୟା ହେଉଛି, ତାହେଲେ ସେମାନେ ପ୍ଲାଟଫର୍ମ ଟିକେଟ୍ ଦର ବଢ଼ାଇପାରିବେ। ଏହି ନିର୍ଦ୍ଦେଶକ୍ରମେ ଡିଆରଏମ୍ ଦେଶର କିଛି ବଡ଼ ପ୍ଲାଟଫର୍ମର ଟିକେଟ୍ ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ଡିଆରଏମକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସବୁ ସଙ୍କଟ ଦୂର ହେବା ପରେ ହିଁ ପ୍ଲାଟଫର୍ମ ଟିକେଟ୍ ଦର ବଦଳାଇବା ନେଇ ସମୀକ୍ଷା କରିପାରିବେ।

ରେଲୱେର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ। ସେ କହିଛନ୍ତି, କଂଗ୍ରେସ ସରକାର ଥିଲା ବେଳେ ପ୍ଲାଟଫର୍ମ ଟିକେଟ୍ ଦର ମାତ୍ର ୩ ଟଙ୍କା ଥିଲା। କିନ୍ତୁ ବିଜେପି ସରକାରରେ ଏହା ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ, ସେତେବେଳେ ପ୍ଲାଟଫର୍ମ ଟିକେଟ୍ ଦର ୧୦ ଟଙ୍କା ଥିଲା, କିନ୍ତୁ ପରେ ତାହା ୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହାର ପ୍ରଭାବ ମୁମ୍ବାଇ, ପୁନେ, ଭୁସାଭଲ ଏବଂ ସୋଲାପୁର ଡିଭିଜନରେ ଦେଖିବାକୁ ମିଳିଥିଲା। ୱେଷ୍ଟର୍ଣ୍ଣ ରେଲୱେ ମଧ୍ୟ ତା'ର ୬ଟି ଡିଭିଜନର ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ଦର ୫୦ ଟଙ୍କା କରିଥିଲା।

Advertisment
Advertisment