Advertisment

ପାକ୍‌ ବିମାନ ଦୁର୍ଘଟଣା: ପାଇଲଟଙ୍କୁ ନେଇ ଆସିଲା ଏମିତି ଚାଞ୍ଚଲ୍ୟକର ତଥ୍ୟ

କରାଚି:ପାକିସ୍ତାନ ଏୟାର ଲାଇନ୍ସର ମର୍ମନ୍ତୁଦ ବିମାନ ଦୁର୍ଘଟଣା କାରଣ ନେଇ ତଦନ୍ତ ଚାଲିଥିବାବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି।  ଏହି ତଦନ୍ତ ରିପୋର୍ଟରେ ପାଇଲଟ୍‌‌ଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି । ବିମାନର ପାଇଲଟ୍‌ଙ୍କୁ ତିନି ତିନି ଥର ସତର୍କ ସୂଚନା ଦିଆଯିବା ସତ୍ତ୍ୱେ ସେ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ ବୋଲି କୁହାଯାଇଛି । ଏୟାର ଟ୍ରାଫିକ କଣ୍ଟ୍ରୋଲର ପକ୍ଷରୁ ବିମାନର ଉଚ୍ଚତା ଏବଂ ସ୍ପିଡ୍‌ ନେଇ ତିନି ଥର ୱାର୍ଣ୍ଣିଂ ଜାରି କରାଯାଇଥିଲା। […]

author-image
Minati Mishra
ପାକ୍‌ ବିମାନ ଦୁର୍ଘଟଣା: ପାଇଲଟଙ୍କୁ ନେଇ ଆସିଲା ଏମିତି ଚାଞ୍ଚଲ୍ୟକର ତଥ୍ୟ

pilot-1111

କରାଚି:ପାକିସ୍ତାନ ଏୟାର ଲାଇନ୍ସର ମର୍ମନ୍ତୁଦ ବିମାନ ଦୁର୍ଘଟଣା କାରଣ ନେଇ ତଦନ୍ତ ଚାଲିଥିବାବେଳେ ଅନେକ ତଥ୍ୟ ସାମ୍ନାକୁ ଆସିଛି।  ଏହି ତଦନ୍ତ ରିପୋର୍ଟରେ ପାଇଲଟ୍‌‌ଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଛି । ବିମାନର ପାଇଲଟ୍‌ଙ୍କୁ ତିନି ତିନି ଥର ସତର୍କ ସୂଚନା ଦିଆଯିବା ସତ୍ତ୍ୱେ ସେ ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ ବୋଲି କୁହାଯାଇଛି ।

Advertisment

ଏୟାର ଟ୍ରାଫିକ କଣ୍ଟ୍ରୋଲର ପକ୍ଷରୁ ବିମାନର ଉଚ୍ଚତା ଏବଂ ସ୍ପିଡ୍‌ ନେଇ ତିନି ଥର ୱାର୍ଣ୍ଣିଂ ଜାରି କରାଯାଇଥିଲା। ହେଲେ ସବୁ ଠିକଠାକ୍ ଅଛି ଓ ପରିସ୍ଥିତିକୁ ସେ ସମ୍ଭାଳି ପାରିବେ ବୋଲି ପାଇଲଟ କହିଥିବା ସୋମବାର ଏକ ରିପୋର୍ଟରେ ପ୍ରକାଶ ପାଇଛି।

ପାକିସ୍ତାନର PK-8303 ବିମାନ ଶୁକ୍ରବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇ ଏକ ଜନବସତିପୂର୍ଣ୍ଣ ଅଞ୍ଚଳରେ ଖସି ପଡ଼ିଥିଲା ଯେଉଁଥିରେ ଥିବା ୯୭ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା। ତେବେ ୨ ଜଣ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ। ବିମାନଟି ଜିନ୍ନା ଇଣ୍ଟରନାଶନାଲ ଏୟାରପୋର୍ଟରୁ  କରାଚି ଅଭିମୁଖେ ଯାଉଥିଲା। ବିମାନଟି ୭,୦୦୦ ଫୁଟ ବଦଳରେ ଭୂପୃଷ୍ଠରୁ ୧୦,୦୦୦ଫୁଟ ଉପରେ ଉଡୁଥିବା ଦେଖି ଏଆର ଟ୍ରାଫିକ କଣ୍ଟ୍ରୋଲର (ATC) ପ୍ରଥମ ସତର୍କ ସୂଚନା ଦେଇଥିଲେ। ଉଚ୍ଚତା କମ୍‌ କରିବାକୁ କହିଥିଲେ।

Advertisment

ହେଲେ ପାଇଲଟ୍ ବିମାନର ଉଚ୍ଚତା କମ୍‌ କରିବା ପରିବର୍ତ୍ତେ କହିଥିଲେ, ସବୁ ଠିକ୍‌ଠାକ ଅଛି ଏବଂ ସେ ସନ୍ତୁଷ୍ଟ ଅଛନ୍ତି। ଯେତେବେଳେ ୧୦ ନିଉଟିକାଲ ମାଇଲ ବାକିଥିଲା ସେତେବେଳେ ବିମାନର ଉଚ୍ଚତା ୩,୦୦୦ ଫୁଟ ବଦଳରେ ୭,୦୦୦ ଫୁଟ ଥିଲା।

ଏହା ପରେ ATC ୨ୟ ୱାର୍ଣ୍ଣି  ଦେଇ ବିମାନ ଉଚ୍ଚତା କମ୍‌ କରିବାକୁ କହିଥିଲେ। ସେତେବେଳେ ମଧ୍ୟ ସମାନ କଥା ଦୋହରାଇଥିଲେ ପାଇଲ୍‌ଟ । ସେ ବିମାନକୁ ଲ୍ୟାଣ୍ଡିଂ କରିବାକୁ ଯାଉଛନ୍ତି ଏବଂ ସେ ପରିସ୍ଥିତିକୁ ସମ୍ଭାଳି ପାରିବେ ବୋଲି କହିଥିଲେ।

ରିପୋର୍ଟରେ ଏକଥା କୁହାଯାଇଛି, ଯଦିଓ ବିମାନଟି ଉଡାଣର ଧାର୍ଯ୍ୟ ସମୟ ଥିଲା ଏକ ଘଣ୍ଟା ୩୩ ମିନିଟ୍ ତେବେ ଏଥିରେ  ଯଥେଷ୍ଟ ଅଧିକ ଫୁଏଲ ଥିଲା। ଯେତିକି ଫୁଏଲ ଥିଲା ସେଥିରେ ବିମାନଟି ୨ ଘଣ୍ଟା ୩୪ ମିନିଟ୍ ଉଡି ପାରିଥାନ୍ତା।।

ଦେଶର ସିଭିଲ ଆଭିଏସନ ଅଥରିଟି (CAA)ଙ୍କ କହିବା ଅନୁଯାୟୀ, ପାଇଲଟ ଯେତେବେଳେ ବିମାନଟି ଲ୍ୟାଣ୍ଡିଂ କିରବା ପାଇଁ ଚାହିଁଥିଲେ, ସେ ସମୟରେ ରନୱେରେ ତିନିଥର ଘଷି ହୋଇଥିଲା ଯାହା ଫଳରେ ଘର୍ଷଣ ହେବା ସହ ସ୍ପାର୍କିଂ ହୋଇଥିଲା। ଏଥିଯୋଗୁ ଅଏଲ ଟ୍ୟାଙ୍କ ଏବଂ ଫୁଏଲ ପମ୍ପ ବୋଧହୁଏ ନଷ୍ଟ ହୋଇଯାଇଥିବ ଏବଂ ସେଥିରୁ ଲିକ୍‌ ହୋଇଥିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ପାଇଲଟ ପ୍ରଥମ ଥର ପାଇଁ ଲାଣ୍ଡିଂ କରିବାରେ ବିଫଳ ହେବା ପରେ ନିଜ ନିଷ୍ପତ୍ତିରେ ଗୋ ରାଉଣ୍ଡ କରିଥିଲେ। ଏହି ସମୟରେ ସେ ATCକୁ ଜଣାଇଥିଲେ ଯେ, ଲ୍ୟାଣ୍ଡିଂ ଗିୟର ନିୟୋଜିତ କରାଯାଇ ନାହିଁ ବୋଲି କହିଥିଲେ।  ଯେତେବେଳେ ପାଇଲଟଙ୍କୁ ବିମାନ ୩୦୦୦ ଫୁଟରେ ରଖିବାକୁ କୁହାଯାଇଥିଲା ସେତେବେଳେ ୧୮୦୦ରେ ରଖିଥିଲେ। । ଯେତେବେଳେ କକ୍‌ପିଟ୍‌କୁ ୩୦୦୦କୁ ନେବାକୁ କୁହାଯାଇଥିଲା ସେତେବେଳେ ‘ଆମେ ଚେଷ୍ଟା କରୁଛୁ’ ବୋଲି କହିଥିଲେ। ସେତେବେଳେ ଜଣା ପଡ଼ିଥିଲା ଯେ, ଯାନ୍ତ୍ରିକ ତ୍ରୁଟି କିଛି ରହିଛି।

ତେବେ ଏହି ଦୁର୍ଘଟଣାର କାରଣ ନେଇ ତଦନ୍ତ ଚାଲିଛି। ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ରିପୋର୍ଟ ମିଳିଯିବ ବୋଲି କୁହାଯାଇଛି। ଅଧିକ ଦେଶ ବିଦେଶ ଖବର ଜାଣିବା ପାଇଁ ଆମ ସହିତ ଯୋଡି ହୁଅନ୍ତୁ ।

Pakistan Plane Crash Mayday Meaning Pakistan Plane Crash Reason Pakistan Plane Crash Survivor Pakistan Plane Crash Video
Advertisment
Advertisment