Advertisment

ସୋମବାରଠାରୁ ଆରମ୍ଭ ହେବ 'କୋଭିସିଲ୍ଡ'ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଏବଂ ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନ୍ ‘କୋଭିସିଲ୍ଡ’ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ପୁଣେର ସାସୁନ ଜେନେରାଲ ହସ୍ପିଟାଲରେ ପରୀକ୍ଷଣ କରାଯିବ। ତୃତୀୟ ପର୍ଯ୍ୟାୟ ପରୀକ୍ଷା ସମ୍ଭବତ ଆସନ୍ତାକାଲି ଅର୍ଥାତ୍ ସୋମବଠାରୁ ଆରମ୍ଭ ହୋଇପାରେ। ଏନେଇ ହସ୍ପିଟାଲର ଡିନ୍ ଡକ୍ଟର ମୁରଲୀଧର ତାମ୍ବେ ସୂଚନା ଦେଇଛନ୍ତି। ପରୀକ୍ଷଣରେ ଅଂଶଗ୍ରହଣ ଲାଗି ବହୁ ସ୍ୱେଚ୍ଛାସେବୀ ନାମ ପଞ୍ଜୀକରଣ କରିଥିବା […]

author-image
Ranjeet Kumar Jena
ସୋମବାରଠାରୁ ଆରମ୍ଭ ହେବ 'କୋଭିସିଲ୍ଡ'ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

covisheild

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକା ଦ୍ୱାରା ବିକଶିତ ଏବଂ ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କରୋନା ଭ୍ୟାକସିନ୍ 'କୋଭିସିଲ୍ଡ'ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆସନ୍ତା ସପ୍ତାହରୁ ଆରମ୍ଭ ହେବ। ପୁଣେର ସାସୁନ ଜେନେରାଲ ହସ୍ପିଟାଲରେ ପରୀକ୍ଷଣ କରାଯିବ। ତୃତୀୟ ପର୍ଯ୍ୟାୟ ପରୀକ୍ଷା ସମ୍ଭବତ ଆସନ୍ତାକାଲି ଅର୍ଥାତ୍ ସୋମବଠାରୁ ଆରମ୍ଭ ହୋଇପାରେ। ଏନେଇ ହସ୍ପିଟାଲର ଡିନ୍ ଡକ୍ଟର ମୁରଲୀଧର ତାମ୍ବେ ସୂଚନା ଦେଇଛନ୍ତି।

Advertisment

ପରୀକ୍ଷଣରେ ଅଂଶଗ୍ରହଣ ଲାଗି ବହୁ ସ୍ୱେଚ୍ଛାସେବୀ ନାମ ପଞ୍ଜୀକରଣ କରିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଦେଢ଼ଶହରୁ ୨୦୦ ବ୍ୟକ୍ତି ଏହି ପରୀକ୍ଷଣରେ ସାମିଲ ହେବେ। ଗତକାଲିଠାରୁ ଏଥିଲାଗି ପଞ୍ଜୀକରଣ ଆରମ୍ଭ ହୋଇଥିଲାବେଳେ ଆସନ୍ତାକାଲିଠାରୁ ପରୀକ୍ଷଣ ଆରମ୍ଭ ହେବ। ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଭାରତୀ ବିଦ୍ୟାପୀଠ ଓ କେଇଏମ୍ ମେଡିକାଲ କଲେଜରେ କରାଯାଇଥିଲା।

ଏହା ପୂର୍ବରୁ ସେପ୍ଟେମ୍ବର ୧୧ ତାରିଖରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆକୁ ୨ୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ରୋକିବାକୁ DGCI ନିର୍ଦ୍ଦେଶ ଦେଇଥିଲେ। ତେବେ ସେପ୍ଟେମ୍ବର ୧୫ ତାରିଖରେ DGCI ସେରମ୍ ଇନଷ୍ଟିଚ୍ୟୁଟକୁ ପୁଣିଥରେ କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିବାକୁ ଅନୁମତି ପ୍ରଦାନ କରିଥିଲେ।

Advertisment
Advertisment
Advertisment