Advertisment

ଫାଇନାଲ୍‌ ଷ୍ଟଡି ରିପୋର୍ଟ; ଫାଇଜର କରୋନା ଟିକା ସୁରକ୍ଷିତ ଓ ୯୫% ସଫଳ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଆସିପାରେ ଆମେରିକା କଂପାନି ଫାଇଜରର କରୋନା ଟିକା। ଫେଜ-୩ ଟ୍ରାଏଲ ଶେଷରେ ଏହି ଟିକା ୯୫ ପ୍ରତିଶତ ସଫଳ ହୋଇଥିବା କଂପାନୀ ଦାବି କରିଛି। ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଏହି ଟିକା ପ୍ରୟୋଗ ଦ୍ୱାରା କୋଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ବିଶ୍ୱବ୍ୟାପୀ ୪୧ ହଜାରରୁ ଅଧିକ ଲୋକଙ୍କ ଦେହରେ ଟିକାର ଦୁଇଟି ଡୋଜ୍ ପ୍ରୟୋଗ କରିବା ପରେ ଏହି ରେଜଲ୍ଟ ଆସିଛି। ଫାଇଜର ଖୁବଶୀଘ୍ର ସର୍ବସାଧାରଣଙ୍କୁ ଟିକା ପ୍ରୟୋଗ ପାଇଁ […]

ଅଦ୍ୟତନ ହୋଇଛି
ଫାଇନାଲ୍‌ ଷ୍ଟଡି ରିପୋର୍ଟ; ଫାଇଜର କରୋନା ଟିକା ସୁରକ୍ଷିତ ଓ ୯୫% ସଫଳ

corona--vaccined

Advertisment

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଆସିପାରେ ଆମେରିକା କଂପାନି ଫାଇଜରର କରୋନା ଟିକା। ଫେଜ-୩ ଟ୍ରାଏଲ ଶେଷରେ ଏହି ଟିକା ୯୫ ପ୍ରତିଶତ ସଫଳ ହୋଇଥିବା କଂପାନୀ ଦାବି କରିଛି। ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଏହି ଟିକା ପ୍ରୟୋଗ ଦ୍ୱାରା କୋଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉନଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ବିଶ୍ୱବ୍ୟାପୀ ୪୧ ହଜାରରୁ ଅଧିକ ଲୋକଙ୍କ ଦେହରେ ଟିକାର ଦୁଇଟି ଡୋଜ୍ ପ୍ରୟୋଗ କରିବା ପରେ ଏହି ରେଜଲ୍ଟ ଆସିଛି।

Advertisment

ଫାଇଜର ଖୁବଶୀଘ୍ର ସର୍ବସାଧାରଣଙ୍କୁ ଟିକା ପ୍ରୟୋଗ ପାଇଁ ଆମେରିକାର ଜରୁରୀକାଳୀନ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବ। ଆମେରିକାର ଫାଇଜର ଓ ଜର୍ମାନୀର ବାୟୋଟେକ୍ନୋଲୋଜି ଫାର୍ମ ବାୟୋ ଏନ୍ ଟେକ୍ ମିଳିତ ଭାବେ ଏହି କରୋନା ଟିକା ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ସପ୍ତାହେ ତଳେ ଫାଇଜର ନିଜ ଟିକା ୯୦ ପ୍ରତିଶତ ଫଳପ୍ରଦ ବୋଲି ଦାବି କରିଥିଲା।

ଆମେରିକାର ବାୟୋଟେକ୍ନୋଲୋଜି ଫାର୍ମ ମଡର୍ଣ୍ଣା ତାର କରୋନା ଟିକା ୯୪.୫ ପ୍ରତିଶତ ସଫଳ ବୋଲି ଘୋଷଣା କରିବା ପରେ ଫାଇଜର ୯୫ ପ୍ରତିଶତ ସଫଳ ହୋଇଥିବା ଘୋଷଣା କରିଛି। ତେବେ ଅନୁମତି ମିଳିଲେ ଚଳିତବର୍ଷ ଫାଇଜର ୫ କୋଟି ଡୋଜ ଉତ୍ପାଦନ କରିବ। ଏହାସହ ୨୦୨୧ ଶେଷ ସୁଦ୍ଧା ୧୩୦ କୋଟି ଡୋଜ ଉତ୍ପାଦନ କରିବ ବୋଲି ଫାଇଜର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ତେବେ ଏହି ଟିକା ସଂରକ୍ଷଣ ଓ ପରିବହନ ପାଇଁ ମାଇନସ୍ ୭୦ ଡିଗ୍ରୀ ସେଲ୍‌ସିୟସ୍‌ରେ ତାପମାତ୍ରା ଆବଶ୍ୟକ।  ତେଣୁ ଫାଇଜର ଟିକା ସମସ୍ତଙ୍କ ପାଖରେ ପହଞ୍ଚାଇବା ବଡ଼ ଚ୍ୟାଲେଂଜ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ