/odishatv-khabar/media/post_attachments/uploadimage/library/16_9/16_9_0/petroldisel_1620628775.jpg)
petroldisel
ନୂଆଦିଲ୍ଲୀ: କିଛିଦିନ ଧରି ତୈଳ ଦରସ୍ଥିର ଥିବାବେଳେ ସୋମବାର ଅର୍ଥାତ୍ ମେ’ ୧୦ ତାରିଖ ଦିନ ତୈଳ ଦର ବୃଦ୍ଧି ପାଇଛି । ୨ ଦିନ ଧରି ପେଟ୍ରୋଲ ଡିଜେଲ ଦରରେ କୌଣସି ବୃଦ୍ଧି ଘଟି ନ ଥିଲା । ହେଲେ ଆଜି ପେଟ୍ରୋଲ ୨୬ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ଦର ୩୩ ପଇସା ବୃଦ୍ଧି ପାଇଛି । ଗତ ଶୁକ୍ରବାର ପେଟ୍ରୋଲ ଦର ୩୫ରୁ ୪୪ ପଇସା ଏବଂ ଡିଜେଲ ଦର ୪୫ରୁ ୫୧ ପଇସାକୁ ବୃଦ୍ଧି ଘଟିଥିଲା ।
କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତୈଳଦରକୁ ଦେଖିଲେ ଜଣାଯାଏ, ଗତ ୫ ଦିନ ଭିତରେ ପେଟ୍ରୋଲ ୧.୧୯ ଟଙ୍କା ବୃଦ୍ଧି ପାଇଛି । ସେହିପରି ଡିଜେଲ ୧.୩୩ ଟଙ୍କା ମହଙ୍ଗା ହୋଇଛି । ବିଧାନସଭା ନର୍ବାଚନ ଘୋଷଣା ପରେ ପରେ ତୈଳଦର ସ୍ଥିର ଥିଲା । ଏପରିକି ଏପ୍ରିଲ ୪ ତାରିଖରୁ ତୈଳ ଦର ହ୍ରାସ ମଧ୍ୟ ପାଇଥିଲା । ହେଲେ ନିର୍ବାଚନ ଫଳାଫଳ ଆସିବା ମାତ୍ରେ ବର୍ତ୍ତମାନ ସୁଦ୍ଧା ୫ ଥର ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପାଇ ସାରିଲାଣି ।
ତେବେ ଆଜିର ତୈଳ ଦର ଉପରେ ନଜର ପକାଇଲେ ଦେଖିବା, ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୯୧.୨୭ଟଙ୍କାରୁ ବୃଦ୍ଧି ପାଇ ୯୧.୫୩ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ୮୧.୭୩ ଟଙ୍କାରୁ ବୃଦ୍ଧି ପାଇ ଲିଟର ପିଛା ୮୨.୦୬ରେ ପହଞ୍ଚିଛି ।
ସେହିପରି ମୁମ୍ବାଇର ସ୍ଥିତି ଦେଖିଲେ ଜଣାଯାଏ, ଏଠାରେ ପେଟ୍ରୋଲ ଦର ଲିଟର ପିଛା ୯୭.୬୧ ଟଙ୍କାରୁ ବୃଦ୍ଧି ପାଇ ୯୭.୮୬ ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ୮୮.୮୨ ଟଙ୍କାରୁ ବୃଦ୍ଧି ପାଇ ୮୯.୧୭ ଟଙ୍କା ପ୍ରତି ଲିଟରରେ ବିକ୍ରି ହେଉଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ଦର ୯୩.୧୫ ଟଙ୍କାରୁ ବଢି ୯୩.୬୦ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ଦର ବୃଦ୍ଧି ପାଇ ଲିଟର ପିଛା ୮୬.୯୬ ଟଙ୍କାରେ ପହଞ୍ଚିଛି । କୋଲକାତାରେ ପେଟ୍ରୋଲ ଦର ୯୧.୬୬ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ଦର ୮୪.୯୦ ଟଙ୍କା ରହିଛି ।
ଏଠି କହିରଖିବୁ, ଦେଶରେ ପ୍ରତିଦିନ ସକାଳ ୬ଟାରେ ତୈଳ ଦର ସ୍ଥିର କରାଯାଇଥାଏ । କାରଣ କ୍ରୁଡ ଅଏଲର ଦାମ ଏବଂ ବିଦେଶୀ ମୁଦ୍ରାର ଦରକୁ ଦେଖି ପ୍ରତିଦିନ ପେଟ୍ରୋଲ, ଡିଜେଲ ଦରରେ ପରିବର୍ତ୍ତନ ଆସିଥାଏ । ନୂଆ ଦର ସକାଳ ୬ଟାରୁ ଦେଶର ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ଲାଗୁ କରାଯାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)