Advertisment

ପୁଣି ବଢିଲା ତୈଳଦର , ଜାଣନ୍ତୁ କେଉଁ ସହରରେ କେତେ ରହିଛି ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: କ୍ରମାଗତ ଭାବେ ବଢି ଚାଲିଛି ପେଟ୍ରୋଲ, ଡିଜେଲ ଦର। ସୋମବାର ୬ଷ୍ଠ ଦିନରେ ପେଟ୍ରୋଲ ଦର ୩୦ ପଇସା ଏବଂ ଡିଜେଲ ଦର ୨୬ ପଇସା ବୃଦ୍ଧି ପାଇଛି। ରବିବାର ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବଂ ଅନ୍ୟ କେତେକ ଦେଶରେ ଆଭ୍ୟନ୍ତରୀଣ ସମସ୍ୟା ଯୋଗୁ ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲର ଦାମରେ ବୃଦ୍ଧି ଘଟିଛି। ତୈଳଦର ବୃଦ୍ଧି ପରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା […]

author-image
Minati Mishra
ପୁଣି ବଢିଲା ତୈଳଦର , ଜାଣନ୍ତୁ କେଉଁ ସହରରେ କେତେ ରହିଛି ପେଟ୍ରୋଲ, ଡିଜେଲ ଦର

petrol

ନୂଆଦିଲ୍ଲୀ: କ୍ରମାଗତ ଭାବେ ବଢି ଚାଲିଛି ପେଟ୍ରୋଲ, ଡିଜେଲ ଦର। ସୋମବାର ୬ଷ୍ଠ ଦିନରେ ପେଟ୍ରୋଲ ଦର ୩୦ ପଇସା ଏବଂ ଡିଜେଲ ଦର ୨୬ ପଇସା ବୃଦ୍ଧି ପାଇଛି। ରବିବାର ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଏବଂ ଅନ୍ୟ କେତେକ ଦେଶରେ ଆଭ୍ୟନ୍ତରୀଣ ସମସ୍ୟା ଯୋଗୁ ଅନ୍ତରାଷ୍ଟ୍ରୀୟ ବଜାରରେ କଞ୍ଚା ତେଲର ଦାମରେ ବୃଦ୍ଧି ଘଟିଛି।

Advertisment

ତୈଳଦର ବୃଦ୍ଧି ପରେ ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮୩.୭୧ ପଇସାରେ ପହଞ୍ଚିଛି। ସେହିପରି ଡିଜେଲ ଲିଟର ପିଛା ୭୩ ଟଙ୍କା ୮୩ ପଇସା ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୯୦ ଟପି ଯାଇଛି। ଇଣ୍ଡିଆନ ଅଏଲ ୱେବସାଇଡ୍‌ ତଥ୍ୟ ଅନୁଯାୟୀ, ମୁମ୍ବାଇରେ ଆଜି ପେଟ୍ରୋଲ ଦର  ଲିଟର ପିଛା୯୦.୩୪ ଟଙ୍କା ଥିବାବେଳେ ଡିଜେଲ ଦର ୮୦.୫୧ ଛୁଇଁଛି।

ସେହିପରି କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ଦର ଲିଟର ପିଛା ଯଥାକ୍ରମେ ୮୫.୧୯ ଏବଂ ୮୬.୫୧ ରହିଛି। ଏଠାରେ ଡିଜେଲ ଦର ଯଥାକ୍ରମେ ୭୭.୪୪  ଏବଂ ୭୯.୨୧ ରହିଛି।

Advertisment

ଅଖ-ଚକ ବନ୍ଦ ସମର୍ଥନରେ ଦେଶର ୯ ବିରୋଧୀ ଦଳ

Petrol Price Today
Advertisment
Advertisment