/odishatv-khabar/media/post_attachments/uploadimage/library/16_9/16_9_0/terrorist_1625919967.jpg)
terrorist
ନୂଆଦିଲ୍ଲୀ: ପୁଲଓ୍ୱାମା ଶୈଳୀରେ ପୁଣି ଆକ୍ରମଣ କରିବାକୁ ଆତଙ୍କବାଦୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ନିକଟରେ ଭାରତୀୟ ସେନାର ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ନେତା ମୁସା ନିହତ ହୋଇଥିଲା। ଏହି ଘଟଣାର ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀ ଯୋଜନା କରୁଥିବା ସୂଚନା ରହିଛି। ଏ ନେଇ ପାକିସ୍ତାନ ଉଭୟ ଭାରତ ଏବଂ ଆମେରିକାକୁ ଅବଗତ କରାଇଥିବା ଜଣାପଡ଼ିଛି।
ଗତମାସ ଭାରତରେ ନିର୍ବାଚନ ଚାଲିଥିବା ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ନେଇ ସୀମାରେ ଜୋରଦାର ଅପରେସନ ଜାରି ରଖିଥିଲେ ଭାରତୀୟ ଯବାନ। ଏହି ଅପରେସନ ବେଳେ ଦକ୍ଷିଣ କଶ୍ମୀରର ତ୍ରାଲରେ ଲୁଚି ରହିଥିବା ଆତଙ୍କୀ ସଂଗଠନ ଅନସାର୍ ଗଜାୱତ୍ ହିନ୍ଦର ମୁଖ୍ୟ ମୁସାକୁ ନିପାତ କରିଥିଲେ ଦେଶର ଯବାନ।
ଆତଙ୍କବାଦୀ ମୁସା ସେନା ଉପରେ ଗ୍ରେନେଡ୍ ମାଡ଼ କରି ଖସି ପଳାଇବାକୁ ଚେଷ୍ଟା କରିଥିଲା। ଏହା ପରେ ସେନା କାଉଣ୍ଟର ଅପରେଶନ୍ ଆରମ୍ଭ କରି ତ୍ରାଲ ଅଞ୍ଚଳକୁ ଘେରାବନ୍ଦି କରିଥିଲା ଏବଂ ମୁସାକୁ ତା’ ନିଜ ଆଡ୍ଡାସ୍ଥଳୀରେ ନିପାତ କରିଥିଲା । ମେ ୨୩ ତାରିଖ ଦିନ ଏହି ଏନକାଉଣ୍ଟର ହୋଇଥିଲା।
ଏବେ ପାକିସ୍ତାନ ଭାରତୀୟ ସେନାକୁ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦେବା ପରେ ହାଇଆଲର୍ଟ ଜାରି କରାଯାଇଛି। ଜମ୍ମୁ କଶ୍ମୀରର ଅବନ୍ତିପୋରାରେ ଏକ ବିସ୍ଫୋଟକଭରା ଯାନ ସାହାଯ୍ୟରେ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଗତବର୍ଷ ମଧ୍ୟ ପୁଲଓ୍ୱାମା ଜିଲ୍ଲାରେ ଏକ ବୋମା ବୋଝେଇ କାର ସାହାଯ୍ୟରେ ଆତଙ୍କବାଦୀମାନେ ଯବାନଙ୍କ ଗାଡ଼ିକୁ ଧକ୍କା ଦେଇ ୪୦ ଯବାନଙ୍କ ମୃତ୍ୟୁର କାରଣ ବନିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)