Advertisment

ଚାଇନିଜ ଆପ୍ ଟିକ୍‌ଟକ୍‌ କୁ ବ୍ୟାନ୍‌ କଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନରେ ବ୍ୟାନ୍ ହେଲା ଲୋକପ୍ରିୟ ଚାଇନିଜ୍ ଆପ୍‌ ଟିକ୍‌ଟକ୍‌। ପାକିସ୍ତାନ ସରକାର ଏହି ଆପ୍‌କୁ ବ୍ୟାନ୍ କରିଦେଇନ୍ତି। ଏହା ପୂର୍ବରୁ ଭାରତ ଓ ଆମେରିକାରେ ମଧ୍ୟ ଟିକ୍‌ଟକ୍‌ ବ୍ୟାନ୍ ହୋଇସାରିଛି। ଆପ୍‌ ବ୍ୟାନ୍‌ ନେଇ ଦେଶଗୁଡ଼ିକ ଭିନ୍ନ ଭିନ୍ନ କାରଣ ଦର୍ଶାଉଥିଲେ ମଧ୍ୟ ଏହାର ନିର୍ମାତା କମ୍ପାନୀ ByteDance କୁ ବହୁତ ବ୍ୟବସାୟିକ କ୍ଷତି ସହିବାକୁ ପଡ଼ୁଛି। ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ବେଆଇନ୍‌ ଅନ୍‌ଲାଇନ୍‌ କଣ୍ଟେଣ୍ଟକୁ ରୋକିବା ପାଇଁ କମ୍ପାନୀ ଟିକ୍‌ଟକ୍‌ ଆପ୍‌ରେ କୌଣସି […]

author-image
Abinash Pati
ଅଦ୍ୟତନ ହୋଇଛି
ଚାଇନିଜ ଆପ୍ ଟିକ୍‌ଟକ୍‌ କୁ ବ୍ୟାନ୍‌ କଲା ପାକିସ୍ତାନ

tiktok

ନୂଆଦିଲ୍ଲୀ: ପାକିସ୍ତାନରେ ବ୍ୟାନ୍ ହେଲା ଲୋକପ୍ରିୟ ଚାଇନିଜ୍ ଆପ୍‌ ଟିକ୍‌ଟକ୍‌। ପାକିସ୍ତାନ ସରକାର ଏହି ଆପ୍‌କୁ ବ୍ୟାନ୍ କରିଦେଇନ୍ତି। ଏହା ପୂର୍ବରୁ ଭାରତ ଓ ଆମେରିକାରେ ମଧ୍ୟ ଟିକ୍‌ଟକ୍‌ ବ୍ୟାନ୍ ହୋଇସାରିଛି। ଆପ୍‌ ବ୍ୟାନ୍‌ ନେଇ ଦେଶଗୁଡ଼ିକ ଭିନ୍ନ ଭିନ୍ନ କାରଣ ଦର୍ଶାଉଥିଲେ ମଧ୍ୟ ଏହାର ନିର୍ମାତା କମ୍ପାନୀ ByteDance କୁ ବହୁତ ବ୍ୟବସାୟିକ କ୍ଷତି ସହିବାକୁ ପଡ଼ୁଛି।

Advertisment

ପାକିସ୍ତାନ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ବେଆଇନ୍‌ ଅନ୍‌ଲାଇନ୍‌ କଣ୍ଟେଣ୍ଟକୁ ରୋକିବା ପାଇଁ କମ୍ପାନୀ ଟିକ୍‌ଟକ୍‌ ଆପ୍‌ରେ କୌଣସି ପ୍ରଭାବଶାଳୀ ସୁଧାର ଆଣିବାରେ ବିଫଳ ହେବାରୁ ପାକିସ୍ତାନ ଏହାକୁ ବ୍ୟାନ୍ କରିଥିବା ପାକ୍‌ ଗଣମାଧ୍ୟରେ ରିପୋର୍ଟ ପ୍ରକାଶ ପାଇଛି।

ଏନେଇ ପାକିସ୍ତାନ ପକ୍ଷରୁ କୁହାଯାଇଛି ଯେ ଦେଶର ବିଭିନ୍ନ ବର୍ଗର ଲୋକେ ଏହି ଟିକ୍‌ଟକ୍‌‌ ବିରୋଧରେ ଅଭିଯୋଗ କରିଥିଲେ। ଟିକ୍‌ଟକ୍‌ରେ ଅନୈତିକ ଓ ଅଶୋଭନୀୟ ଭିଡିଓ ଆସୁଥିବା ଅଭିଯୋଗ ହୋଇଥିଲା। ତେଣୁ ଆପ୍‌ ବ୍ୟାନ୍‌ କରାଯାଇଥିବା ସୂଚନା ମିଳିଛି।

Advertisment

ତେବେ ଯଦି ଟିକ୍‌ଟକ୍ ଏଭଳି କଣ୍ଟେଣ୍ଟ ରୋକିବା ପାଇଁ ଆପ୍‌ରେ କୌଣସି ମେକାନିକାଲ ସୁଧାରଣ ଆଣିପାରିଲା ତେବେ ବ୍ୟାନ୍‌ ହଟାଇବା ଉପରେ ପୁନର୍ବିଚାର କରାଯାଇପାରେ ବୋଲି ପାକିସ୍ତାନ ଟେଲିକମ୍ୟୁନିକେସନ ଅଥୋରିଟି କହିଛନ୍ତି।

ସୂଚନା ଥାଉକି ଭାରତ ପ୍ରଥମେ ଜୁନ୍‌ ମାସରେ ଟିକ୍‌ଟକ୍ ବ୍ୟାନ କରିଥିଲା। ତା ସହିତ ଅନ୍ୟ ୧୫୦ ଚାଇନିଜ୍ ଆପ୍‌ ମଧ୍ୟ ବ୍ୟାନ୍‌ କରାଯାଇଥିଲା। ଏହାପରେ ଅନ୍ୟ ଦେଶଗୁଡ଼ିକ ମଧ୍ୟ ଚାଇନିଜ୍‌ ଆପ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ।

Advertisment
Advertisment