Advertisment

କୁମ୍ଭ ମେଳାରୁ ଦୁଇ ଦିନରେ ବାହାରିଲେ ହଜାରେରୁ ଅଧିକ ପଜିଟିଭ୍

ହରିଦ୍ୱାର: ହରିଦ୍ୱାର କୁମ୍ଭ ମେଳାରୁ ପୁଣି ବାହାରିଛନ୍ତି କରୋନା ଆକ୍ରାନ୍ତ। ଗତ ୨୪ ଘଣ୍ଟାରେ ୫୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗତ ଦୁଇ ଦିନରେ ହଜାରେରୁ ଅଧିକ ପଜିଟିଭ୍ ବାହାରିଛନ୍ତି। ଗତ ୧୦ ତାରିଖରୁ ଏଯାଏ କରୋନାରେ ଦୁଇ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ଟେଷ୍ଟ କରାଯାଉଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱତନ୍ତ୍ର ସ୍ଥାନରେ ରଖାଯିବା ସହ […]

author-image
Minati Mishra
କୁମ୍ଭ ମେଳାରୁ ଦୁଇ ଦିନରେ ବାହାରିଲେ ହଜାରେରୁ ଅଧିକ ପଜିଟିଭ୍

kumbhamela

ହରିଦ୍ୱାର: ହରିଦ୍ୱାର କୁମ୍ଭ ମେଳାରୁ ପୁଣି ବାହାରିଛନ୍ତି କରୋନା ଆକ୍ରାନ୍ତ। ଗତ ୨୪ ଘଣ୍ଟାରେ ୫୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗତ ଦୁଇ ଦିନରେ ହଜାରେରୁ ଅଧିକ ପଜିଟିଭ୍ ବାହାରିଛନ୍ତି।

Advertisment

ଗତ ୧୦ ତାରିଖରୁ ଏଯାଏ କରୋନାରେ ଦୁଇ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ଟେଷ୍ଟ କରାଯାଉଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱତନ୍ତ୍ର ସ୍ଥାନରେ ରଖାଯିବା ସହ ଏମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି।

ଏଯାଏ ୧୪ ଲକ୍ଷ ଲୋକଙ୍କ ସମାଗମ ହରିଦ୍ୱାରରେ ହୋଇଛି। ଆସନ୍ତା ଦୁଇରୁ ତିିନି ଦିନ ଯାଏ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିବା ସମ୍ଭାବନା ରହିଛି। ହେଲେ ଏହାକୁ ପରିଚାଳନା କରିବା ସହ କୁମ୍ଭ ମେଳା ଜାରି ରହିବା ନେଇ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

୧୨ ବର୍ଷରେ ଥରେ ହରିଦ୍ୱାରରେ କୁମ୍ଭ ମେଳା ଆୟୋଜନ ହୋଇଥାଏ। ଚଳିତ ଥର ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ଏଥିରେ ସାମିଲ ହୋଇଛନ୍ତି।

ସୂଚନାଥାଉ କି,  ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଦିଲ୍ଲୀରେ କଟକଣା କଡ଼ାକଡ଼ି କରାଯାଇଛି। ଦିଲ୍ଲୀରେ ଲାଗିବାକୁ ଯାଉଛି ସପ୍ତାହାନ୍ତ କର୍ଫ୍ୟୁ। ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍। ଆସନ୍ତା ଶନିବାରରୁ ଏହି କଟକଣା ଲାଗୁ ହେବାକୁ ଯାଉଛି।

କରୋନାର ବ୍ରେକ୍ ଦ ଚେନ୍ ସ୍ଲୋଗାନ ଦେଇ ଏହାକୁ ପାଳନ କରିବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ କେଜରୀୱାଲ୍ । ଏହି କର୍ଫ୍ୟୁ ସମୟରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ। ହସ୍ପିଟାଲ୍ ଖୋଲା ରହି। ତେବେ ଅତି ଜରୁରୀ ହେଲେ ହିଁ ଆସିବାକୁ ନିବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ॥

ସୂଚନାଥାଉ କି,  ଗତକାଲି ଦିଲ୍ଲୀରେ ୧୭ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସେପଟେ କରୋନା ଆକ୍ରାନ୍ତଙ୍କ ପାଇଁ ବେଡ୍ ଓ ମେଡିକାଲ୍ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି କେଜରୀୱାଲ୍।

ଦେଶରେ ମହାମାରୀ କରୋନା ଭୟଙ୍କର ରୂପ ନେଲାଣି। ଆଜି ଦୈନିକ ସଂକ୍ରମଣ ୨ ଲକ୍ଷ ଟପିଛି। ଗୋଟିଏ ଦିନରେ ଦେଶରେ ୨ ଲକ୍ଷ ୭ ଶହ ୩୯ ପଜିଟିଭ ଚିହ୍ନଟ ହୋଇଛନ୍ତି, ଯାହା ଦେଶରେ ପ୍ରଥମ ଓ ସର୍ବାଧିକ । ଏଥିସହ ୧ ହଜାର ୩୮ ଜଣଙ୍କ ଜୀବନ ନେଇଛି କୋଭିଡ ।

ସେହିପରି ଗତ ୨୪ ଘଣ୍ଟାରେ ୯୩ ହଜାର ୫୨୮ ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଦେଶରେ ଏବେ ଆକ୍ଟିଭ କେସ୍ ୧୪ ଲକ୍ଷ ୭୧ ହଜାର ଉପରେ ରହିଛି । ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୩ ହଜାର ୧୨୩ରେ ପହଞ୍ଚିଛି। ଦେଶରେ ଏପର୍ଯ୍ୟନ୍ତ ୧୧ କୋଟି ୪୪ ଲକ୍ଷ ୯୩ ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା  ସୂଚନା ମିଳିଛି।

Corona News Today
Advertisment
Advertisment