Advertisment

ଆସନ୍ତା ମାସ ଠାରୁ LPG ସିଲିଣ୍ଡରର ହୋମ୍‌ ଡେଲିଭରି ପାଇଁ ଦେବାକୁ ପଡ଼ିବ ଓଟିପି

ନୂଆଦିଲ୍ଲୀ: ଆସନ୍ତା ମାସ ଠାରୁ ଏଲ୍‌ପିଜି ଗ୍ୟାସ୍‌ର ହୋମ୍‌ ଡେଲିଭରି ପାଇଁ ଓଟିପି(ୱାନ୍‌ ଟାଇନ୍‌ ପାସ୍‌ୱାର୍ଡ) ଆବଶ୍ୟକ ହେବ। ଏନେଇ ତୈଳ ଓ ଇନ୍ଧନ କମ୍ପାନୀଗୁଡ଼ିକ ଡେଲିଭରି ଅଥେଣ୍ଟିକେସନ୍‌ କୋଡ୍‌(DAC) ଏକ ନୂଆ ସିଷ୍ଟମ ଆଣିବାକୁ ଚାହୁଁଛନ୍ତି। ଏହି ନିୟମ ଫଳରେ ସିଲିଣ୍ଡର ଚୋରି ରୋକିହେବା ସହିତ ଠିକ୍ ଗ୍ରାହକଙ୍କୁ ଠିକ୍ ଭାବେ ସିଲିଣ୍ଡର ମିଳିବ। ଏନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏଲ୍‌ପିଜି ପାଇଁ ଲାଗୁହେବାକୁ ଥିବା DAC ସିଷ୍ଟମ ପ୍ରଥମେ ୧୦୦ଟି ସ୍ମାର୍ଟ […]

author-image
Abinash Pati
ଆସନ୍ତା ମାସ ଠାରୁ LPG ସିଲିଣ୍ଡରର ହୋମ୍‌ ଡେଲିଭରି ପାଇଁ ଦେବାକୁ ପଡ଼ିବ ଓଟିପି

lpg

ନୂଆଦିଲ୍ଲୀ: ଆସନ୍ତା ମାସ ଠାରୁ ଏଲ୍‌ପିଜି ଗ୍ୟାସ୍‌ର ହୋମ୍‌ ଡେଲିଭରି ପାଇଁ ଓଟିପି(ୱାନ୍‌ ଟାଇନ୍‌ ପାସ୍‌ୱାର୍ଡ) ଆବଶ୍ୟକ ହେବ। ଏନେଇ ତୈଳ ଓ ଇନ୍ଧନ କମ୍ପାନୀଗୁଡ଼ିକ ଡେଲିଭରି ଅଥେଣ୍ଟିକେସନ୍‌ କୋଡ୍‌(DAC) ଏକ ନୂଆ ସିଷ୍ଟମ ଆଣିବାକୁ ଚାହୁଁଛନ୍ତି। ଏହି ନିୟମ ଫଳରେ ସିଲିଣ୍ଡର ଚୋରି ରୋକିହେବା ସହିତ ଠିକ୍ ଗ୍ରାହକଙ୍କୁ ଠିକ୍ ଭାବେ ସିଲିଣ୍ଡର ମିଳିବ। ଏନେଇ କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

Advertisment

ଏଲ୍‌ପିଜି ପାଇଁ ଲାଗୁହେବାକୁ ଥିବା DAC ସିଷ୍ଟମ ପ୍ରଥମେ ୧୦୦ଟି ସ୍ମାର୍ଟ ସିଟିରେ ଲାଗୁହେବ। ଯଦି ଏହା ଠିକ୍ ଠାକ୍ ଚାଲିଲା ତେବେ ଧୀରେଧୀରେ ଏହାକୁ ବ୍ୟାପକ କରାଯିବ। ତେବେ ଏଥିପାଇଁ ରାଜସ୍ତାନର ଜୟପୁରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।

ଏହି ନୂଆ ବ୍ୟବସ୍ଥା ଗ୍ରାହକଙ୍କ ପାଇଁ ସୁବିଧାନଜନକ ହେବ। ଏଥିପାଇଁ ଗ୍ରାହକଙ୍କ ପଞ୍ଜିକୃତ ମୋବାଇଲ୍‌ ନମ୍ବରକୁ ନେଇ ଓଟିପି ଆସିବ। ଗ୍ରାହକ ଓଟିପି ଦେଖାଇଲେ ଯାଇ ଗ୍ୟାସ୍‌ ଡେଲିଭରି ଦିଆଯିବ। ଫଳରେ ଠକାମୀ ନ ହୋଇ ଠିକ୍‌ ଗ୍ରାହକଙ୍କ ପାଖରେ ସିଲିଣ୍ଡର ପହଞ୍ଚିବ। ଯଦି ଗ୍ରାହକଙ୍କ ନୂଆ ମୋବାଇଲ୍‌ ନମ୍ବର ପଞ୍ଜିକରଣରେ ଅପ୍‌ଡେଟ୍‌ ହୋଇନାହିଁ ତେବେ ଗ୍ୟାସ୍‌ ଡେଲିଭରି କରିବାକୁ ଆସୁଥିବା ବ୍ୟକ୍ତି ଗ୍ରାହକଙ୍କ ଆପ୍‌ ବ୍ୟବହାର କରି ନମ୍ବର ଅପ୍‌ଡେଟ୍ କରାଇପାରିବେ।

Advertisment
Advertisment
Advertisment