Advertisment

କରୋନାରେ ଆଖି ବୁଜିଲେ ଏଏସ୍‌ଆଇ

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଜଣେ  କାର୍ଯ୍ୟରତ ସବ୍‌ ଇନ୍ସପେକ୍ଟରଙ୍କର  କରୋନା ଭାଇରସରେ ମୃତ୍ୟୁ ଘଟିଛି। ମୃତ ଏଏସଆଇଙ୍କ ନାଁ ବିକ୍ରମ (୫୪ ବର୍ଷ)। ବିକ୍ରମ ସୁଲତାନପୁରୀ ଥାନାରେ କାର୍ଯ୍ୟ କରୁଥିଲେ। ମେ’୨୮ ରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ବିକ୍ରମଙ୍କୁ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା।  ପୂର୍ବରୁ ଏଏସଆଇ ଶଶିମଣି ପାଣ୍ଡେ ଓ କନେଷ୍ଟବଲ ଅମିତ ଦୁହେଁ ଏହି ଭାଇରସରେ ମୃତ୍ୟୁ ଘଟିଥିଲା। We pay […]

author-image
Mahasweta Baral
କରୋନାରେ ଆଖି ବୁଜିଲେ ଏଏସ୍‌ଆଇ

police

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଜଣେ  କାର୍ଯ୍ୟରତ ସବ୍‌ ଇନ୍ସପେକ୍ଟରଙ୍କର  କରୋନା ଭାଇରସରେ ମୃତ୍ୟୁ ଘଟିଛି। ମୃତ ଏଏସଆଇଙ୍କ ନାଁ ବିକ୍ରମ (୫୪ ବର୍ଷ)। ବିକ୍ରମ ସୁଲତାନପୁରୀ ଥାନାରେ କାର୍ଯ୍ୟ କରୁଥିଲେ। ମେ’୨୮ ରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ବିକ୍ରମଙ୍କୁ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା।  ପୂର୍ବରୁ ଏଏସଆଇ ଶଶିମଣି ପାଣ୍ଡେ ଓ କନେଷ୍ଟବଲ ଅମିତ ଦୁହେଁ ଏହି ଭାଇରସରେ ମୃତ୍ୟୁ ଘଟିଥିଲା।

Advertisment

ଅନ୍ୟପଟେ ଦୁଇ ପୋଲିସ କର୍ମୀଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀ ପୋଲିସ ଦୁଃଖ ପ୍ରକାଶ କରିଛି। ଏନେଇ ଦିଲ୍ଲୀ ପୋଲିସ ଅଫିସିଆଲ୍‌ ଆକାଉଣ୍ଟରେ ଟ୍ୱିଟ୍‌ କରି ଲେଖିଛି , ଆମ ପରିବାରର ଦୁଇ ସଦସ୍ୟ ଏଏସଆଇ ବିକ୍ରମ ଓ ଶଶିମଣିଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ। କୋଭିଡ-୧୯ର ବିରୋଧରେ ଲଢ଼ି ଏହି ଯୁଦ୍ଧରେ ସବୁଠାରୁ ବଡ ବଳିଦାନ ଦେଇଛନ୍ତି।

Advertisment

ବର୍ତ୍ତମାନ ସୁଦ୍ଧା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୯୦ ହଜାର ୫୩୫କୁ ବୃଦ୍ଧି ପାଇଛି। ଏଥିସହ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୯୪ରେ ପହଞ୍ଚିଛି । ୯୩ ହଜାର ୩୨୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୯୧ ହଜାର ୮୧୯ ଆରୋଗ୍ୟ ହୋଇଛନ୍ତି ।

Advertisment
Advertisment