/odishatv-khabar/media/post_attachments/uploadimage/library/16_9/16_9_0/epfo_1627367757.jpg)
epfo
ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ଇପିଏଫ୍ ସୁଧହାର। ୨୦୨୦-୨୧ ଆର୍ଥିକ ବର୍ଷରେ ୮ ଦଶମିକ ୫ ପ୍ରତିଶତ ହାରରେ ସୁଧ ପାଇବେ ଇପିଏଫ୍ ହିତାଧିକାରୀ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କ ଅଧ୍ୟକ୍ଷତାରେ EPFO ଟ୍ରଷ୍ଟି ବୈଠକର ଏହି ନିଷ୍ପତ୍ତି ନିଆଯାଇଛି। ଇପିଏଫ୍ଓର ଏହି ସୁପାରିଶକୁ ଅର୍ଥ ମନ୍ତ୍ରାଳୟ ଅନୁମୋଦନ କରିବା ପରେ ତାହା କାର୍ଯ୍ୟକାରୀ ହେବ।
୫ କୋଟି ଇପିଏଫ୍ ହିତାଧୀକାରୀଙ୍କ ପାଇଁ ଏହା ଖୁସୀ ଖବର। କାରଣ କରୋନା ପାଇଁ ଏବର୍ଷ ଇପିଏଫ ସୁଧ ହାର ହ୍ରାସ ପାଇପାଇବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ଏବେ ସୁଧହାର ଅପରିବର୍ତ୍ତିତ ରହିଥିବାରୁ କର୍ମଚାରୀମାନେ ଆଶ୍ୱସ୍ତ ଲାଭ କରିଛନ୍ତି।
ଏନେଇ ଆଜି ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କ ଅଧ୍ୟକ୍ଷତାରେ ଶ୍ରୀନଗର ଠାରେ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ବସିଥିଲା। ଆର୍ଥିକ ସ୍ଥିତି ସତ୍ତ୍ୱେ ୮ ଦଶମିକ ୫ ପ୍ରତିଶତ ହାରରେ ସୁଧ ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ବୈଠକ ପରେ ଗଙ୍ଗୱାର କହିଛନ୍ତି। ଏହି ବୈଠକରେ ସର୍ବସମ୍ମତିକ୍ରମେ ଇପିଏଫ ସୁଧ ହାରକୁ ଅପରିବର୍ତ୍ତି ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ ହେବା ପରେ କାର୍ଯ୍ୟକାରୀ ହେବ ଓ ଏନେଇ ଖୁବ୍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ।
୨୦୧୯-୨୦ ଆର୍ଥିକ ବର୍ଷରେ ଇପିଏଫ ସୁଧ ହାର ୮.୫%କୁ ହ୍ରାସ କରାଯାଇଥିଲା। ଯାହା ୭ ବର୍ଷରେ ସର୍ବନିମ୍ନ ରହିଥିଲା। ମାର୍ଚ୍ଚ ୨୦୨୦ରେ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇଥିଲା। ଗ୍ରାହକମାନଙ୍କୁ ଇପିଏଫଓ ୨୦୧୬-୧୭ରେ ୮.୬% ଓ ୨୦୧୭-୧୮ରେ ୮.୫୫%ରେ ସୁଧ ମିଳୁଥିଲା। ୨୦୧୫-୧୬ରେ ଏହା ଆହୁରି ଅଧିକ ୮.୮% ରହିଥିଲା।
ସୂଚନା ଥାଉକି, ବଜେଟ୍ ୨୦୨୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରୋଭିଡେଣ୍ଟ ଫଣ୍ଡରେ ସୁଧହାର ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ। ବଜେଟ୍ ଉପସ୍ଥାପନ କରୁଥିବା ବେଳେ ସେ ଘୋଷଣା କରିଥିଲେ ଯେ ବର୍ଷକରେ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ ୨.୫ ଲକ୍ଷରୁ ଅଧିକ ପୁଞ୍ଜି ନିବେଶ କରୁଥିବା ପ୍ରୋଭିଡେଣ୍ଟ ଫଣ୍ଡ ଗ୍ରାହକମାନେ ଆସନ୍ତା ମାସରୁ ୮.୫ ପ୍ରତିଶତ ଟିକସମୁକ୍ତ ରିଟର୍ଣ୍ଣ ପାଇପାରିବେ ନାହିଁ। ଅର୍ଥାତ୍ ୨.୫ ଲକ୍ଷ ଟଙ୍କାରୁ ପାଉଥିବା ସୁଧ କରଯୁକ୍ତ ହେବ। ଏପ୍ରିଲ୍ ୧ ତାରିଖରୁ ଏହା ଲାଗୁ ହେବ ବୋଲି ଘୋଷଣା କରିଥିଲେ ନିର୍ମଳା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)