Advertisment

ପ୍ରେମିକାର ଭାଇଙ୍କୁ ହତ୍ୟା କରି ଗିରଫ ହେଲେ ଏହି ଫେମସ୍‌ ୟୁଟ୍ୟୁବର

ନୂଆଦିଲ୍ଲୀ:ପ୍ରେମିକାର ଭାଇଙ୍କୁ ହତ୍ୟା ଘଟଣାରେ ଗିରଫ ହେଲେ ଫେମସ୍‌ ୟୁଟ୍ୟୁବର ନିଜାମୁଲ ଖାନ। ଅକ୍ଟୋବର ୨୮ ତାରିଖରେ ଉତ୍ତରପ୍ରଦେଶ ନିଥାରୀବାସୀନ୍ଦା କମଲ ଶର୍ମାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ଭଉଣୀ ସହ ନିଜାମୁଲ୍‌ଙ୍କ ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘଟଣା ଅନୁସାରେ,ବାଇକ ଷ୍ଟଣ୍ଟ କରି ଲୋକପ୍ରିୟ ହୋଇଥିବା ନିଜାମୁଲଙ୍କର କମଲଙ୍କ ଭଉଣୀଙ୍କ ସହିତ ପ୍ରେମ ସମ୍ପର୍କ […]

ଅଦ୍ୟତନ ହୋଇଛି
ପ୍ରେମିକାର ଭାଇଙ୍କୁ ହତ୍ୟା କରି ଗିରଫ ହେଲେ ଏହି ଫେମସ୍‌ ୟୁଟ୍ୟୁବର

youtubes

Advertisment

ନୂଆଦିଲ୍ଲୀ:ପ୍ରେମିକାର ଭାଇଙ୍କୁ ହତ୍ୟା ଘଟଣାରେ ଗିରଫ ହେଲେ ଫେମସ୍‌ ୟୁଟ୍ୟୁବର ନିଜାମୁଲ ଖାନ। ଅକ୍ଟୋବର ୨୮ ତାରିଖରେ ଉତ୍ତରପ୍ରଦେଶ ନିଥାରୀବାସୀନ୍ଦା କମଲ ଶର୍ମାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେ ନିଜ କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ଭଉଣୀ ସହ ନିଜାମୁଲ୍‌ଙ୍କ ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।

Advertisment

ଘଟଣା ଅନୁସାରେ,ବାଇକ ଷ୍ଟଣ୍ଟ କରି ଲୋକପ୍ରିୟ ହୋଇଥିବା ନିଜାମୁଲଙ୍କର କମଲଙ୍କ ଭଉଣୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଏହାକୁ ବିରୋଧ କରୁଥିଲେ କମଲ। ଏହାକୁ ନେଇ କମଲ ପୂର୍ବରୁ ତାଙ୍କ ଭଉଣୀଙ୍କ ମୋବାଇଲ୍ ଛଡ଼ାଇ ନେବା ସହିତ ନିଜାମୁଲଙ୍କୁ ମାଡ଼ ମାରିଥିଲେ। ଏଥିରେ ପ୍ରତିଶୋଧ ପରାୟଣା ହୋଇ ନିଜାମୁଲ କମଲଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଘଟଣାରେ ନିଜାମୁଲଙ୍କ ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ।

ଅତିରିକ୍ତ ପୋଲିସ କମିଶନର(ଲ’ ଆଣ୍ଡ ଅର୍ଡର) ଲଭ କୁମାରଙ୍କ ସୂଚନା ଅନୁଯାୟୀ, ୨୬ ବର୍ଷୀୟ କମଲ ଶର୍ମା କାମ ସାରି ଘରକୁ ଫେରୁଥିଲେ। ଇସକ୍‌ନ ମନ୍ଦିର ଆଡ଼କୁ ଗଡ଼ାଣିରେ ଆସୁଥିବା ବେଳେ ତାଙ୍କ ଅଣ୍ଟାକୁ ଗୁଳି କରିଥିଲା ଦୁର୍ବୃତ୍ତ।

Advertisment

ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ଏହି ମାମଲାରେ ୟୁଟ୍ୟୁବର ନିଜାମୁଲଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ  ଅମିତ ଗୁପ୍ତା ଓ ସୁମିତ ଶର୍ମା। ନିଜାମୁଲ ଜଣେ ଫେମସ୍ ୟୁଟ୍ୟୁବର ଥିଲେ। ସେ ୟୁଟ୍ୟୁବ୍‌ରୁ ମାସକୁ ପାଖାପାଖି ୭୦-୮୦ ହଜାର ଟଙ୍କା ଆୟ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ